ସରକାରୀ ସହାୟତା ମାଗୁଛି ମିଥିଲା

ଅର୍ଗସ ବ୍ୟୁରୋ : ଦିନେ ନୁହେଁ କି ମାସେ ନୁହେଁ ପୁରା ୧୦ ବର୍ଷ ଧରି ଝିଅଟି ଦିବ୍ୟାଙ୍ଗ । ଆଉ ଏବେ ମୃତ୍ୟୁ ସହ ସଂଗ୍ରାମ ଚାଲିଛି । ବୟସ ମାତ୍ର ୨୫ । କଲେଜ ପଢ଼ିବା ସ୍ବପ୍ନ ଥିଲା ହେଲେ ତାହା ବି ସ୍ବପ୍ନରେ ହିଁ ରହିଗଲା । ଏପର୍ଯ୍ୟନ୍ତ ସରକାରଙ୍କଠୁ କିଛି ସହାୟତା ମିଳିନାହିଁ । ଇଏ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ କପିଲାଭଟା ପଞ୍ଚାୟତ ସନ୍ଧିସ ଗାଁ ର ସ୍ବର୍ଗତ ଗିରିଧାରୀ ହଂସ ଙ୍କ ଝିଅ ମିଥିଲା ହଂସ । ବାପା ଗିରିଧାରୀ ଦିନ ମଜୁରିଆ ଭାବେ ଗାଁ ରେ କାମ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ ହେଲେ ଏବେ ସିଏ ବି ନାହାଁନ୍ତି। ୧୦ ବର୍ଷ ତଳେ ମିଥିଲା କୌଣସି ଏକ ରୋଗରେ ରୋଗାକ୍ରାନ୍ତ ହୋଇଥିଲେ। ତାପରଠାରୁ ତାଙ୍କର ଗୋଡ ହାତ କାମ କରିବା ବନ୍ଦ ହୋଇଗଲା। ଆଉ ଚଲା ବୁଲା କରିପାରିଲେ ନାହିଁ । ଭଲ ଭାବେ କଥା ବି କହିପାରିଲେନାହିଁ । ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଗଲା ହେଲେ ଅଧିକ ଚିକିତ୍ସା ପାଇଁ ପାଖରେ ସମ୍ବଳ ବି ନାହିଁ।
ବାପାଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ମାଁ ଏବେ ଗାଁ ର ସ୍କୁଲରେ ରୋଷେୟା ଭାବେ କାମ କରୁଛନ୍ତି । ସେଥିରେ ଯାହା ମିଳୁଛି ସେଥିରେ ସପରିବାର ଚଳୁଛି । ଜମିବାଡ଼ି କହିଲେ କିଛି ନାହିଁ।ଏହି ଦୁଇ ମାଆ ଓ ଝିଅ ଏବେ ବେସାହାରା ଭାବେ ଦିନ କାଟୁଛନ୍ତି । ପ୍ରସାଶନ ଓ ଜନ ପ୍ରତିନିଧିଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଧ୍ୟାନ ଦେଉନାହାନ୍ତି । ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଆପଣ ମାନେ ଚାହିଁଲେ ମିଥିଲାଙ୍କୁ ଏହି ବ୍ୟାଙ୍କ୍ ଆକାଉଣ୍ଟ ଜରିଆରେ କିଛି ଅର୍ଥ ରାଶି ପଠାଇ ସହାୟତାର ହାତ ବଢ଼ାଇ ପାରିବେ ।
ବଙ୍ଗୋମୁଣ୍ଡା ଭାରତୀୟ ଷ୍ଟେଟ ବ୍ୟାଙ୍କ
📱 Get Argus News App
✨BANK ACCOUNT NO - 36721566403
IFSC CODE - SBINOO13623