Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏମକେସିଜିରେ ବିପର୍ଯ୍ୟସ୍ତ ରୋଗୀ ସେବା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଏମକେସିଜିରେ ବିପର୍ଯ୍ୟସ୍ତ ରୋଗୀ ସେବା

ଅର୍ଗସ ବ୍ୟୁରୋ:  ବଡ଼ ମେଡିକାଲର ବଡ଼ ଗୁମର। ବ୍ରହ୍ମପୁର ଏମକେସିଜି ମେଡିକାଲରେ ଏକାଧିକ ଡାକ୍ତର ବିନା ଅନୁମତିରେ ଅନୁପସ୍ଥିତ ରହିଛନ୍ତି। ଦିନେ କି ମାସେ ନୁହଁ, ବର୍ଷ ବର୍ଷ ଧରି ଏହି ଡାକ୍ତରମାନେ ଗାଏବ ରହିଛନ୍ତି । ୨୦୧୬ ରୁ ୨୦୨୩ ମଧ୍ୟରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ୭ ଜଣ ଡାକ୍ତର ଗାଏବ ଅଛନ୍ତି। ଏପରିକି ସେମାନଙ୍କୁ ଏମକେସିଜି ସମେତ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ବାରମ୍ବାର ନୋଟିସ ପରେ ମଧ୍ୟ ସେମାନେ କୌଣସି ଉତ୍ତର ଦେଉନଥିବା ଜଣାପଡିଛି। ରାଜ୍ୟରେ ମୋଟ ୧୪ ଜଣ ଡାକ୍ତର ଦୀର୍ଘ ବର୍ଷ ହେବ ବିନା ଅନୁମତିରେ ଅନୁପସ୍ଥିତ ଅଛନ୍ତି । ଏହି ଲିଷ୍ଟରେ ଏମକେସିଜି ମେଡିକାଲର କେବଳ ୭ ଜଣ ରହିଛନ୍ତି। 

ଏମକେସିଜିରେ କାର୍ଯ୍ୟରତ ନ୍ୟୁରୋ ସର୍ଜରୀ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡା. ରମାଚନ୍ଦ୍ର ଦେଓ ୨୦୧୬ ଠାରୁ ଡାକ୍ତରଖାନାକୁ ଆସିନାହାନ୍ତି । ଛୁଟିରେ ରହିବା କିମ୍ବା ଅନୁପସ୍ଥିତ ରହିବା ବିଷୟରେ ସେ ଏମକେସିଜି କର୍ତ୍ତୃପକ୍ଷଙ୍କୁ କୌଣସି ସୂଚନା ଦେଇନାହାନ୍ତି। ସେହିପରି ଡା. ବିମରଜିତ ପ୍ରଧାନ ଏମକେସିଜିର କର୍ଣ୍ଣ, ନାଶା ଓ ଗଳା ରୋଗ ବିଭାଗରେ କାର୍ଯ୍ୟରତ ଥିବା ବେଳେ ୨୦୧୬ରୁ ଅନୁପସ୍ଥିତ ଅଛନ୍ତି । ରେଡିଓ ଡାଏସ୍ମୋଷ୍ଟିକ ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟରତ ଥିବା ବେଳେ ଡା. ସୁନିତା ସାହୁ ୨୦୧୮ ନଭେମ୍ବରରୁ ଗାଏବ ରହିଛନ୍ତି ।

ସାଧାରଣ ମେଡିସିନ ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟରତ ଏଲ୍ ରବି କୁମାର ୨୦୨୦ ଅକ୍ଟୋବର ମାସ ଠାରୁ ଗାଏବ ରହିଛନ୍ତି । ରେଡିଓଥେରାପି ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଡା. ଚୈତାଳି ବୋଷ ୨୦୨୧ ମେ ମାସ ଠାରୁ ଗାଏବ ଫିଜିଓଲୋଜି ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଡା. ଲକ୍ଷ୍ମୀକାନ୍ତ ମୁଣ୍ଡା ୨୦୨୧ ଜାନୁଆରୀ ମାସ ଠାରୁ ଏବଂ ପ୍ରଫେସର ସଂଗୀତା କର ୨୦୨୩ ଜୁଲାଇ ମାସ ଠାରୁ ଗାଏବ ରହିଛନ୍ତି ।ସେପଟେ ଅନୁପସ୍ଥିତ ଡାକ୍ତରଙ୍କୁ ବିରୁଦ୍ଧରେ ଖୁବଶୀଘ୍ର ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଏବେ ଅପେକ୍ଷା ଏହି ଗାଏବ ଡାକ୍ତରମାନଙ୍କ ବିରୋଧରେ କେବେ ହେଉଛି କାର୍ଯ୍ୟାନୁଷ୍ଠାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Sponsored
MKCG medical failed in patient care | Argus News