Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଧାୟକ ହେଉ ହେଉ ଆକ୍ସନମୋଡରେ ବିଧାୟକ ଅମରେନ୍ଦ୍ର ଦାସ 

Manini Pattanayak
Browse all articles by Manini Pattanayak
·2 years ago·1 min read
ବିଧାୟକ ହେଉ ହେଉ ଆକ୍ସନମୋଡରେ ବିଧାୟକ ଅମରେନ୍ଦ୍ର ଦାସ 

ଜଗତସିଂହପୁର : ଡାକ୍ତରଙ୍କୁ ତାଗିଦ କଲେ ଜଗତସିଂହପୁର ଵିଧାୟକ। ରାଜ୍ୟରୁ ହଟିଛି ବାବୁରାଜ ଶାସନ । ବିଧାୟକ ହେଉହେଉ  ଆକ୍ସନମୋଡରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ । ଆଜି ସକାଳୁ ହାଠାତ୍ ପହଞ୍ଚି ଥିଲେ ଜଗତସିଂହପୁର ମୁଖ୍ୟଚିକିତ୍ସାଳୟରେ । ଏଠି ଚାଲିଥିବା ରୋଗୀ ଵ୍ୟଵସ୍ଥାକୁ ନେଇ ତାଜୁବ ହୋଇଯାଇଥିଲେ ଵିଧାୟକ । ଆଉ ଅଧିକାରୀଙ୍କୁ ରୋକଠୋକ ଭାବେ ଶୁଣାଇଦେଇଥିଲେ ରୋଗୀଙ୍କ ପ୍ରତି ଅବହେଳା ଆଉ ଚଳିଵ ନାହିଁ ।

ଡାକ୍ତରଖାନାର ବିଭିନ୍ନ ୱାର୍ଡ ବୁଲି କେମିତି ଗରିବ ଲୋକମାନଙ୍କୁ ଉତ୍ତମ ଚିକିତ୍ସା ପାଉଛନ୍ତି ନା ନାହିଁ ତାଙ୍କ ଠାରୁ ପଚାଲି ଵୁଝିଥିଲେ । ବିଧାୟକଙ୍କୁ ହଠାତ ଦେଖି କିଛି ସମୟ ପାଇଁ ହଡବଡେଇ ଯାଇଥିଲେ ଅଧିକାରୀ । ଏହା ପୂର୍ବରୁ ରାଜ୍ୟସରକାର ଡିଣ୍ଡିମ ପିଟୁଥିଲେ ଯେ ୫ ଟି ରେ ଲୋକମାନଙ୍କୁ ଉତ୍ତମ ଚିକିତ୍ସା ମିଳୁଛି । କିନ୍ତୁ ବାସ୍ତବିତ ଠାରୁ ଵହୁ ଦୂରରେ । ଵିଜେପି ସରକାର ଶପଥ ନେଉନେଉ ଏଵେ ଆକ୍ସସନ ମୋଡରେ ଆସିଛନ୍ତି ଵିଧାୟକମାନେ । ରାଜ୍ୟରେ ଚାଲିଥିବା ଅନ୍ଧାରିଶାସନ ଉପରୁ ଆସ୍ତେଆସ୍ତେ ପରଦା ଉଠୁଛି ।        

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
jagatsinghpur MLA Amarendra Das in action mode | Argus News