Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସୁରକ୍ଷା ପାଇଁ ଏସପି ଓ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ବିଧାୟକ ହିମାଂଶୁ ଶେଖର ସାହୁ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ସୁରକ୍ଷା ପାଇଁ ଏସପି ଓ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ବିଧାୟକ ହିମାଂଶୁ ଶେଖର ସାହୁ

ଅର୍ଗସ ବ୍ୟୁରୋ:  ସୁରକ୍ଷା ମାଗିଲେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ । ନିଜ ପ୍ରତି ଓ ତାଙ୍କ ସମର୍ଥକଙ୍କ ଜୀବନ ପ୍ରତି ବିପଦ ରହିଥିବା କହି ସୁରକ୍ଷା ପାଇଁ ଏସପି ଓ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ବିଧାୟକ । ଗତ 25 ତାରିଖରେ ବିଧାୟକଙ୍କ ଜାରକା କୁମାରୀ ସ୍ଥିତ ଅଫିସରେ ପଶି ବିଜେଡିର ଦୁଇ ନେତା ବିଧାୟକଙ୍କ କିଛି ସମର୍ଥକଙ୍କୁ ବନ୍ଧୁକ ଦେଖାଇ ଫାଙ୍କା ଗୁଳି ଚାଳନା କରିଥିବା ଅଭିଯୋଗ ହୋଇଥିଲା । ଦୁଇଦିନ ତଳେ ପୋଲିସ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିବା ସହ ସେଠାରୁ ଦୁଇଟି ଖୋକା ଜବତ କରିଥିଲା ।

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଜଳଧର ମହାନ୍ତି ଓ ଯୁବ ବିଜେଡି ସଭାପତି କ୍ଷିତୀଶ ନାୟକ ବିଧାୟକଙ୍କ ସମର୍ଥକଙ୍କୁ ଧମକ ଚମକ ଦେଇଥିଲେ । ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବାବେଳେ ବିଧାୟକ ଏବଂ ତାଙ୍କ ସମର୍ଥକଙ୍କ ସୁରକ୍ଷାକୁ ନେଇ ଖୋଦ୍ ବିଧାୟକ ପ୍ରଶ୍ନ ଉଠାଇଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଯାଜପୁର ଏସପିଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଚିଠି ଲେଖିଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
MLA Himanshu Shekhar Sahu has written a letter to SP and District Collector for security | Argus News