Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - SCBରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

Odisha

SCBରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
SCBରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଅର୍ଗସ ବ୍ୟୁରୋ : ପ୍ରଶାନ୍ତ ଜଗଦ୍ଦେବ ଏସସିବି(SCB) ରେ ଭର୍ତ୍ତି । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ କଟକ SCBରେ ଭର୍ତ୍ତି । ଅସୁସ୍ଥତା ଯୋଗୁଁ ଖୋର୍ଦ୍ଧା ଜେଲରୁ ଅଣାଯାଇ ଏସସିବିରେ ଭର୍ତ୍ତି କରାଯାଇଛି । ଓକିଲଙ୍କ ଆବେଦନ ଆଧାରରେ ସେ ଏସସିବିରେ ଭର୍ତ୍ତି ହୋଇଛନ୍ତି । ସୂଚନା ମୁତାବକ, ପ୍ରଶାନ୍ତଙ୍କ ଛାତିରେ ଜୋରରେ ଯନ୍ତ୍ରଣା ହୋଇଥିଲା । ଏହା ସହ ଡାଇବେଟିସ ମଧ୍ୟ ବଢିଯାଇଥିଲା । ଉଭୟ ମେଡ଼ିସିନ ଓ  କାଡିଓ ବିଭାଗ ର ଡାକ୍ତର ଚିକିତ୍ସା ଯୋଗାଇଦେଉଛନ୍ତି ।ମଧୁମେହ, ହୃଦ୍‌ରୋଗ ଏବଂ ମେରୁଦଣ୍ଡ ସମସ୍ୟାର ପ୍ରଫେସର ଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଡାକ୍ତରୀ ଟିମ୍ ଦ୍ୱାରା ପ୍ରଶାନ୍ତ ଜଗଦେବଙ୍କ ଚିକିତ୍ସା ଏସସିବି ମେଡିକାଲ କଲେଜରେ କରାଯାଉଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ସୂଚନା ମିଳିଛି।

ଅଧିକ ପଢନ୍ତୁ : ପ୍ରଶାନ୍ତ ଜଗଦେବଙ୍କ ଗିରଫକୁ ନେଇ ବର୍ଷିଛନ୍ତି ସମୀର ମହାନ୍ତି

ଏସିସିବି ମେଡିସିନ ୱାର୍ଡ ଆଇସିୟୁରେ ଭର୍ତ୍ତି ହୋଇଥିବା ସୂଚନା ରହିଛି । ବୁଥ୍ ରେ ଇଭିଏମ ମେସିନ ଭଙ୍ଗା ଘଟଣାରେ ପ୍ରଶାନ୍ତଙ୍କୁ ଗିରଫ କରିଥିଲା ପୋଲିସ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
MLA Prashant Jagaddev was admitted to SCB | Argus News