Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଗୁଳି ମାଡ଼ରେ ଦୁଇ ଭାଇ ମୃତ

Odisha

ଗୁଳି ମାଡ଼ରେ ଦୁଇ ଭାଇ ମୃତ

Smruti Parija
Browse all articles by Smruti Parija
·1 year ago·1 min read
ଗୁଳି ମାଡ଼ରେ ଦୁଇ ଭାଇ ମୃତ

ସୁବର୍ଣ୍ଣପୁର:  ଗୁଳି ମାଡ଼ରେ ଦୁଇ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଚୁଲିମାଲ ଗ୍ରାମରେ । ମୃତ ଯୁବକ ଦୁଇ ଜଣ ହେଲେ ଚୁଲିମାଲ ଗାଁର ମନୋଜ ଝାଙ୍କର ଓ ସହଦେବ ଝାଙ୍କର। ଉଭୟ ସମ୍ପର୍କୀୟ ଭାଇ।  ବିଧାୟକଙ୍କ ପିଏସଓ ତଥା ପୋଲିସ କନେଷ୍ଟବଲ ଥିଲେ । ମନୋଜଙ୍କ ସର୍ଭିସ ବନ୍ଧୁକରୁ ହିଁ ଗୁଳି ଫୁଟି ଉଭୟଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । 

ଚୁଲିମାଲ ଗ୍ରାମ ନିକଟ ଖୋଲା ପଡିଆରୁ ଦୁଇ ଜଣଙ୍କର ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହ ନିକଟରୁ ମନୋଜଙ୍କ ସର୍ଭିସ ପିସ୍ତଲ ମଧ୍ୟ ପୋଲିସ ଜବତ ହୋଇଛି । ତେବେ ଉଭୟଙ୍କୁ କିଏ ଓ କାହିଁକି ଗୁଳି କଲା, ଏହା ପଛର ପ୍ରକୃତ କାରଣ କଣ ଏବେ ବି ଅସ୍ପଷ୍ଟ ରହିଛି । ଘଟଣାରେ ଦୁଇ ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛି ପୋଲିସ୍ ।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
mla-pso-died-in-firing-at-subarnapur | Argus News