MLA Salary Hike / ମଉଳିଲା ବିଧାୟକଙ୍କ ଦରମା ବୃଦ୍ଧି ଆଶା
·1 month ago·2 min read

Key Points
ମଉଳିଲା ବିଧାୟକଙ୍କ ଦରମା ବୃଦ୍ଧି ଆଶା
ବର୍ଦ୍ଧିତ ଦରମା ବିଲ୍ ପ୍ରତ୍ୟାହାର ନୋଟିସ ଆଣିଲେ ବିଧାନସଭା ସଚିବ
ପୂର୍ବରୁ ବିଧାୟକଙ୍କ ଦରମା ବୃଦ୍ଧି ନେଇ ଆସିଥିଲା ବିଲ୍

ଭୁବନେଶ୍ବର ୨୬/୦୩: ମଉଳିଲା ବିଧାୟକଙ୍କ ଦରମା ବୃଦ୍ଧି ଆଶା। ବିଧାୟକ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ଆଶା ମାଉଳିଲା। ବର୍ଦ୍ଧିତ ଦରମା ବିଲ୍ ପ୍ରତ୍ୟାହାର କରିବାକୁ ନୋଟିସ ଆଣିଲେ ବିଧାନସଭା ସଚିବ।
ଗତ ସପ୍ତଦଶ ବିଧାନସଭାର ପଞ୍ଚମ ଅଧିବେଶନର ଶେଷ ଦିନ ଡିସେମ୍ବର ୯ ତାରିଖରେ ବଢିଥିଲା ବିଧାୟକଙ୍କ ଦରମା ଓ ଭତ୍ତା। ଏକା ଥରକେ ଅଢେଇଗୁଣ ବଢିଥିଲା ଦରମା ଓ ଭତ୍ତା। ଏଣିକି ଭତ୍ତା ଓ ଦରମା ପ୍ରତି ୫ ବର୍ଷରେ ସ୍ବାଭାବିକ ଭାବେ ବଢିବ ଏ ସଂକ୍ରାନ୍ତରେ ୩ଟି ବିଲ ବିଧାନସଭାରେ ପାରିତ ହୋଇଥିଲା।
ସପ୍ତଦଶ ବିଧାନସଭାର ପଞ୍ଚମ ଅଧିବେଶନରେ ବିଧାୟକ ମାନଙ୍କ ବହୁଦିନର ଦାବି ପୂରଣ ହୋଇଥିଲା। ସେମାନଙ୍କ ଦରମା ଓ ଭତ୍ତା ବୃଦ୍ଧି କରାଯାଇଥିଲା। ଏକାଥରେ ଅଢ଼େଇ ଗୁଣରୁ ଅଧିକ ବଢ଼ିଥିଲା। ପୂର୍ବତନ ବିଧାୟକଙ୍କ ପେନ୍ସନରେ ବି ବୃଦ୍ଧି କରାଯାଇଥିଲା। ଏ ସଂକ୍ରାନ୍ତୀୟ ତିନିଟି ପୃଥକ୍ ବିଲ୍ ବିଧାନସଭାରେ ପାରିତ ହୋଇଥିଲା। ୨୦୨୪ ଜୁନ୍ ମାସରୁ ଏହି ବଦ୍ଧିତ ଦରମା ଲାଗୁ ହେବ। ଏଣିକି ପ୍ରତି ପାଞ୍ଚ ବର୍ଷରେ ବିଧାୟକଙ୍କ ଦରମା ସ୍ବାଭାବିକ ଭାବେ ବୃଦ୍ଧି ହେବା ଆଉ ବିଧାନସଭାରେ ବିଲ୍ ଆଣିବାକୁ ପଡ଼ିବ ନାହିଁ| ଶେଷ ଥର ପାଇଁ ୨୦୧୭ ମସିହାରେ ବିଧାୟକଙ୍କ ଦରମା ସଂଶୋଧିତ ହୋଇଥିଲା।
୨୦୧୭ ମସିହା ସଂଶୋଧନ ପରେ ବିଧାୟକମାନେ ମୂଳଦରମା ବାବଦକୁ ମାସିକ ୩୫ ହଜାର ଟଙ୍କା ପାଉଥିଲେ। ତେବେ ଭତ୍ତା ମିଶାଇଲେ ତାହା ମାସିକ ପାଖାପାଖି ଏକ ଲକ୍ଷ ଟଙ୍କା ହେଉଥିଲା। ସଂଶୋଧନ କରାଯାଇ ମୂଳ ଦରମାକୁ ମାସିକ ୯୦ ହଜାର ଟଙ୍କା କରାଯାଇଥିଲା। ଅନ୍ୟାନ୍ୟ ଭତ୍ତା ମିଶାଇଲେ ମାସିକ ମୋଟ୍ ୩.୪୫ ଲକ୍ଷ ଟଙ୍କା ମିଳିବ ଏହା ବାଦ୍ ସେମାନେ ବିଧାନସଭା ଅଧିବେଶନ ଓ ଷ୍ଟାଣ୍ଡିଂ କମିଟି ବୈଠକରେ ଯୋଗ ଦେବା ପାଇଁ ସିଟିଂ ଆଲାଉନ୍ସ ମଧ୍ୟ ପାଇବେ ଭତ୍ତା ମଧ୍ୟରେ ଅଛି ନିର୍ବାଚନମଣ୍ଡଳୀ ଭତ୍ତା ୭୫ ହଜାର, ଯାତାୟାତ ଭତ୍ତା ୫୦ ହଜାର, ପତ୍ରପତ୍ରିକା ପାଇଁ ୧୦ ହଜାର, ବିଦ୍ୟୁତ୍ ବିଲ୍ ୨୦ ହଜାର, ବ୍ୟକ୍ତିଗତ ଗସ୍ତ ଭତ୍ତା ୫୦ ହଜାର, ଚିକିତ୍ସା ଭତ୍ତା ୩୫ ହଜାର ଓ ଟେଲିଫୋନ୍ ଭତ୍ତା ୧୫ ହଜାର।
ସେହିପରି ମୁଖ୍ୟମନ୍ତ୍ରୀଙ୍କ ମୂଳ ଦରମା ୪୧ ହଜାରରୁ ବଢ଼ି ୧ ଲକ୍ଷ ଟଙ୍କା ହୋଇଥିଲା ଅନ୍ୟାନ୍ୟ ଭତ୍ତା ମିଶାଇଲେ ମୁଖ୍ୟମନ୍ତ୍ରୀ ମାସିକ ପାଖାପାଖି ୩ ଲକ୍ଷ ୭୪ ହଜାର ଟଙ୍କା ପାଇଥାନ୍ତେ। ସେହିପରି କ୍ୟାବିନେଟ୍ ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀଙ୍କ ମୂଳ ଦରମା ଯଥାକ୍ରମେ ୯୬ ହଜାର ଓ ୯୪ ହଜାର ଟଙ୍କା ହୋଇଥାନ୍ତା। ଭତ୍ତା ମିଶାଇଲେ ସେମାନେ ମାସକୁ ପ୍ରାୟ ୩ ଲକ୍ଷ ୬୦ ହଜାର ଟଙ୍କା ପାଇବେ। ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ମଧ୍ୟ ବିଭିନ୍ନ ବୈଠକ ପାଇଁ ଅତିରିକ୍ତ ସିଟିଂ ଆଲାଉନ୍ସ ପାଇଥାନ୍ତେ। ବାଚସ୍ପତି ଓ ଉପବାଚସ୍ପତି ପାଖାପାଖି ୩ ଲକ୍ଷ ୬୦ ହଜାର ଟଙ୍କା ପାଇବାର ବ୍ୟବସ୍ଥା ଥିଲା। । ଏ ସଂକ୍ରାନ୍ତରେ ତିନିଟି ବିଲ୍ ମଧ୍ୟ ବିଧାନସଭାରେ ପାରିତ ହୋଇଥିଲା | ଏଗୁଡ଼ିକ ହେଲା ଓଡ଼ିଶା ବିଧାନସଭା ସଦସ୍ୟଙ୍କ ଦରମା, ଭତ୍ତା ଓ ପେନ୍ସନ ସଂଶୋଧନ ବିଲ୍-୨୦୨୫, ଓଡ଼ିଶା ମନ୍ତ୍ରୀଙ୍କ ଦରମା ଓ ଭତ୍ତା ସଂଶୋଧନ ବିଲ୍-୨୦୨୫ ଏବଂ ଓଡ଼ିଶା ବିଧାନସଭା ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ଭତ୍ତା ସଂଶୋଧନ ବିଲ୍-୨୦୨୫ ଏହି ବିଲ୍କୁ ବିଧାୟକ ଭାସ୍କର ମଢ଼େଇ, ସନାତନ ବିଜୁଳି, ପୂର୍ଣ୍ଣଚନ୍ଦ୍ର ସେଠୀ, ଗଣେଶ୍ଵର ବେହେରା, ଦାଶରଥୀ ଗମାଙ୍ଗୋ, ସନ୍ତୋଷ କୁମାର ଖଟୁଆ, ରାମଚନ୍ଦ୍ର କାଡ଼ାମ, ଭାଦବ ହାଁସଦା, ପ୍ରମିଳା ମଲ୍ଲିକ ପ୍ରମୁଖ ସମର୍ଥନ କରିଥିଲେ । ସର୍ବସମ୍ମତିକ୍ରମେ ବିଲ୍ ପାରିତ ହୋଇଥିଲା |
ଏଥିସହ ପଢ଼ନ୍ତୁ: ଗୃହ ଚଲାଇ ଦେଉନାହାନ୍ତି ବିରୋଧୀ,ପାଣିରେ ପଡ଼ୁଛି ଲୋକଙ୍କ ଟଙ୍କା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories