Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଗୃହ ଚଲାଇ ଦେଉନାହାନ୍ତି ବିରୋଧୀ,ପାଣିରେ ପଡ଼ୁଛି ଲୋକଙ୍କ ଟଙ୍କା

Odisha

Odisha Politics / ଗୃହ ଚଲାଇ ଦେଉନାହାନ୍ତି ବିରୋଧୀ,ପାଣିରେ ପଡ଼ୁଛି ଲୋକଙ୍କ ଟଙ୍କା

Bikash Mohanty
Browse all articles by Bikash Mohanty
·1 month ago·2 min read
ଗୃହ ଚଲାଇ ଦେଉନାହାନ୍ତି ବିରୋଧୀ,ପାଣିରେ ପଡ଼ୁଛି ଲୋକଙ୍କ ଟଙ୍କା
Assembly

Key Points

ବିଧାନସଭାରେ ଥମୁନି ଏସ୍‌ସିବି ମେଡିକାଲ ତାତି
ପ୍ରତିଦିନ ବିଧାନସଭା ଉଠୁଛି ପଡ଼ୁଛି
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ
ପ୍ରତିଦିନ ୬୦ରୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି 
ବିରୋଧୀଙ୍କୁ ଶାସକ ଦଳର କଡ଼ା ସମାଲୋଚନା 

ଭୁବନେଶ୍ବର ୨୬.୦୩: ଥମୁନି ଏସ୍‌ସିବି ମେଡିକାଲ ପୋଡ଼ି ତାତି । ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟ କରିଛି ଏସ୍‌ସିବି ପୋଡ଼ି ଘଟଣା । ବିଧାନସଭା ଉଠୁଛି ପଡ଼ୁଛି । ପ୍ରତିଦିନ ହୋହାଲ୍ଲା ଏବଂ ବିକ୍ଷୋଭ ପ୍ରଦର୍ଶନରେ ଧୋଇଯାଉଛି ପ୍ରଶ୍ନକାଳ ଏବଂ ଶୁନ୍ୟକାଳ । ଆଜି ବି ବିଧାନସଭାରେ ସମାନ ଅବସ୍ଥା । ଏସ୍‌ସିବି ମେଡିକାଲ ପୋଡ଼ି ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହରେ ହଟ୍ଟଗୋଳ । ବାଚସ୍ପତି ବିଧାନସଭାକୁ ସାଢେ ୧୧ଟା ଯାଏଁ ମୁଲତବୀ ରଖିଛନ୍ତି ।

ବିଧାନସଭା ବଜେଟ୍‌ ଅଧିବେଶନ । ଗତ ୧୭ ତାରିଖରୁ ବିଧାନସଭାରେ ଏସ୍‌ସିବି ମେଡିକାଲ ପୋଡ଼ି ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ବିରୋଧୀ । ହେଲେ ଶାସକ ଦଳ ବିଧାନସଭାରେ ଆଲୋଚନା ପାଇଁ କହୁଛନ୍ତି । କିନ୍ତୁ ବିରୋଧୀ ନିଜ ଜିଦ୍‌ରେ ଅଟଳ ରହିଛନ୍ତି । ଯାହାକୁ ନେଇ ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି । ବିଧାନସଭାକୁ ସୁରୁଖୁରୁରେ ଚଲାଇବା ପାଇଁ ସର୍ବଦଳୀୟ ବୈଠକ ବସିସାରିଲାଣି । ତାପରେ ବି ଗୃହ ଅଚଳ । ଗୁରୁବାର ଦିନ ବିଧାନସଭା କାର୍ଯ୍ୟ ଦିବସ ଅନୁସାରେ ଆରମ୍ଭ ହୋଇଥିଲା । କିନ୍ତୁ ଗୃହ ଆରମ୍ଭ ହେବା ମାତ୍ରେ ବିରୋଧୀ ହଟ୍ଟଗୋଳ ଏବଂ ନାରାବାଜି କରିଥିଲେ । ବାଚସ୍ପତି ବାରମ୍ବାର ଅନୁରୋଧ କରିଥିଲେ । ତଥାପି ବିରୋଧୀ ବୁଝୁନଥିଲେ । ନିଜ ଜିଦ୍‌ରେ ଅଟଳ ରହିଛନ୍ତି । ଯାହାଫଳରେ ବାଚସ୍ପତି ବିଧାନସଭାକୁ ସାଢେ ୧୧ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।


ଅନ୍ୟପଟେ ବିଧାନସଭା ବାରମ୍ବାର ମୁଲତବୀ ନେଇ ବିରୋଧୀ ଦଳକୁ ଟାର୍ଗେଟ କରିଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଥିଲେ କି ପ୍ରତିଦିନ ୬୦ରୁ ୭୦ ଲକ୍ଷ ଟଙ୍କାର ଖର୍ଚ୍ଚ ହେଉଛି । ଲୋକଙ୍କ ଟଙ୍କାରେ ବିଧାନସଭା ଚାଲୁଛି । ତେଣୁ ବିଧାନସଭା ଅଚଳ ହେବା ଲାଗି ଲୋକଙ୍କ ଟଙ୍କା ନଷ୍ଟ ହେଉଛି । ବର୍ତ୍ତମାନ ଯାଏଁ ୧୨ କୋଟି ଟଙ୍କା ନଷ୍ଟ ହୋଇସାରିଲାଣି । ତେଣୁ ଯଦି ଆମେ ଲୋକଙ୍କ ସଦସ୍ୟ ହୋଇ, ଲୋକଙ୍କ ଟଙ୍କାକୁ ଏହି ନଷ୍ଟ କରିବା । ତେବେ ଏହା ଦୁର୍ଭାଗ୍ୟଜନକ ।

ନିଆଁ ଲାଗିବା ମାତ୍ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ SCB ମେଡିକାଲ ଯାଇଥିଲେ।.ଦୁଇଟି କମିଟି କରାଯାଇଛି।  ବିଚାର ବିଭାଗୀୟ ତଦନ୍ତ ହେଉଛି।  ରିପୋର୍ଟ ଦେବାକୁ ସମୟସୀମା ଧାର୍ଯ୍ୟ ହୋଇଛି।  ଦିନ ଦିନ ଧରି ଗଡିବନି ତଦନ୍ତ।  କାହାକୁ ଘଣ୍ଟ ଘୋଡା ଯାଉନି। ଯିଏ ଦୋଷୀ, ତଦନ୍ତ ରିପୋର୍ଟ ଆଧରରେ କାର୍ଯ୍ୟାନୁଷ୍ଠାନ ହେବ। ହେଲେ ଏଥିପାଇଁ ଏକ ପ୍ରକ୍ରିୟା ଅଛି।  ନବୀନ ପଟ୍ଟନାୟକଙ୍କ ସମୟରେ ତାଙ୍କର ଅନେକ ମନ୍ତ୍ରୀମାନଙ୍କ ନାଁରେ ଅପରାଧିକ ମାମଲା ଆସିଥିଲା. ସେମାନେ କଣ ଇସ୍ତଫା ଦେଇଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ। 

ଏଥିସହ ପଢ଼ନ୍ତୁ: ରାଜଧାନୀରେ ନବୀନ ଟ୍ରଷ୍ଟକୁ ନେଇ ପୋଷ୍ଟର, ଦୁଇ ପ୍ରଭାତଙ୍କୁ ନେଇ କଟକ ବିଜେଡି ଅସ୍ଥିର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
House adjourn | Assembly Disruption Over SCB Medical Row | Opposition Seeks Health Minister Resignation | Argus News