Videos
|
Odisha

ମୂଳସମସ୍ୟାରୁ ନଜର ହଟାଇବା ପାଇଁ ବିଧାୟକଙ୍କ ଚାଲ୍‌

Banajyotshna Ray
Browse all articles by Banajyotshna Ray
·2 years ago·1 min read
ମୂଳସମସ୍ୟାରୁ ନଜର ହଟାଇବା ପାଇଁ ବିଧାୟକଙ୍କ ଚାଲ୍‌

ଅର୍ଗସ ବ୍ୟୁରୋ:  ଟାଙ୍ଗି ସାଲେପୁର ନିର୍ବାଚନୀ ମଣ୍ଡଳର ବିଧାୟକ ମୂଳସମସ୍ୟାରୁ ନଜର ହଟାଇବା ସହିତ ଏବଂ  ସହାନଭୁତି ସାଉଁଟିବା କିମ୍ବା ଦଳୀୟ କନ୍ଦଳ କୁ ପ୍ରତିହିତ ପାଇଁ ଶିଳାନ୍ୟାସକୁ କରିଛନ୍ତି କି ମାଧ୍ୟମ। ତାହା ନ ହେଲେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଶିଳାନ୍ୟାସ କଲା ପରେ କେଉଁ ଉଦେଶ୍ୟରେ ଟାଙ୍ଗି ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ସାଲେପୁର ବ୍ଲକ ଚନ୍ଦ୍ରାଦେଇପୁର ପଞ୍ଚାୟତରେ ଶିଳାନ୍ୟାସ କରୁଥିଲେ। ଯେଉଁ ଶିଳାନ୍ୟାସ କୁ ତୁମ୍ବିତୋଫାନ ହୋଇ ବିଜେପି ବିଜେଡି ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ସେ ଫଳକ କୁ କିଏ ତାଡି ନେଲାଣି। ଅନ୍ୟପଟେ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ ରେ  ସରପଞ୍ଚ ରଶ୍ମିତା ଦାସ ଆପତ୍ତି ଉଠାଇବାରୁ ବିଧାୟକଙ୍କ ସମ୍ମୁଖରେ ବିଜେଡି କର୍ମୀଙ୍କ ଜାତିଆଣ ମନ୍ତବ୍ୟ ସହିତ ଅଶୀଳ ଭାଷାରେ ଗାଳିଦେଇ ଧକା ମାରିବା ଘଟଣା ଥାନରା ପହଞ୍ଚିବା। ପୋଲିସ ର କାର୍ଯ୍ୟଶୈଳୀ କୁ ନେଇ ବିଜେପି ମହିଳା ମୋର୍ଚ୍ଚା ପ୍ରଶ୍ନ ଉଠାଇବା ସହିତ ଆଗାମୀ ଦିନରେ ଏହାର ଜବାବ ରାଜରାସ୍ତାରେ ଦିଆଯିବ ଚେତାବନୀ ଦେବା ଟାଙ୍ଗି ସାଲେପୁର ନିର୍ବାଚନୀ ମଣ୍ଡଳରେ ରାଜନୈତିକ ଉଷ୍ମତା ଦେଖା ଦେଇଛି।

ଅନ୍ୟପଟେ ମହିଳା ମୋର୍ଚାର ଚେତାବନୀ ପରେ ସେହି ରାତିରେ ଫଳକ ତଡା ହେବା ଘଟଣା ଏହାକୁ ନେଇ ବିଜେଡି ଜିଲ୍ଲା ପରିଷଦ ସଭ୍ୟା ଥାନାରେ ଏତଲା ଦେବା ସର୍ବ ସାଧାରଣରେ ଆଲୋଚନା ହେଉଛି ସାଲେପୁର ର ଡ୍ରେନେଜ ହେଉ କି ସ୍ମାର୍ଟ ହାଟ ଭଳି ମୌଳିକ ସମସ୍ୟାରୁ ନଜର ହଟାଇବା ପାଇଁ ହୋଇଥାଇ ପାରେ କିମ୍ବା ଦଳୀୟ କନ୍ଦଳକୁ ଏଡ଼ାଇବା ପାଇଁ ସୁଚିନ୍ତିତ ଷଡ଼ଯନ୍ତ୍ର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

MLAs move to divert attention from the main problem | Argus News