ପୁଣି ଜଳିଲା ନବୀନଙ୍କ ବ୍ୟାଗ

ଅର୍ଗସ ବ୍ୟୁରୋ : ମୋଦିଙ୍କ ଚାଉଳକୁ ନବୀନଙ୍କ ବ୍ୟାଗ । ପୁଣି ଜଳିଲା ନବୀନଙ୍କ ବ୍ୟାଗ । ସୁଭିଲା ଆଉ ଚଳିବନି ତାମିଲ ଶାସନ । ଯାହାକୁ ଜୋରଦାର ବିରୋଧ କରିଛନ୍ତି ରାସକାର୍ଡ ଧାରୀ ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ବ୍ଲକ ଜଲ୍ଲାରପୁର ଛକରେ । ପଞ୍ଚାୟତର ରାସନ୍ କାର୍ଡ ହିତାଧିକାରୀ ମାନେ ନବୀନ ସରକାରଙ୍କ ପ୍ରଚାର ବ୍ୟାଗକୁ ପୋଡିଛନ୍ତି ।
ପୁଣି ସେପଟେ ସୁଣିବାକୁ ମିଳିଥଇଲା ନବୀନ ପଟ୍ଟନାୟକ ହାଏ ହାଏ । ପୁରା ରାଗରେ ଲୋକମାନେ 'ଆମ ଓଡ଼ିଶା ନବୀନ ଓଡ଼ିଶା' ଲୋଗୋ ଥିବା ବ୍ୟାଗକୁ ପୋଡ଼ି ଦେଇଛନ୍ତି । କିନ୍ତୁ ଏଠି ଲୋକେ ମାନେ ପ୍ରଶ୍ନ କରିଛନ୍ତି, ଏ ଖାଲି ବ୍ୟାଗ୍ କଣ ପାଇଁ ଦେଇଛନ୍ତି ରାଜ୍ୟ ସରକାର ? କେନ୍ଦ୍ର ସରକାର ତ ରାସନ୍ ସାମଗ୍ରୀ ଦେଉଛନ୍ତି କିନ୍ତୁ ରାଜ୍ୟ ସରକାର କଣ ପାଇଁ ବ୍ୟାଗ ପ୍ରଚାର କରୁଛନ୍ତି । ସେପଟେ ରାଜ୍ୟ ସରକାର ଦଳୀୟ ପ୍ରଚାର କରୁଛନ୍ତି ବୋଲି କହିଛନ୍ତି ରାଜ୍ୟ ବିଜେପି ପ୍ରବକ୍ତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ।
📱 Get Argus News App
✨ନବୀନ ପଟ୍ଟନାୟକଙ୍କଙ୍କ ବ୍ୟାଗ ବଣ୍ଟାକୁ ସାରା ରାଜ୍ୟରେ ତେଜୁଛି ରାଜନୀତି । ଯାହା ଧିରେ ଧିରେ କୁହୁଳି କୁହୁଳି ସାରା ରାଜ୍ୟରେ ବିଦ୍ରୋହର ରୂପ ନେଉଛି । ସାରା ରାଜ୍ୟରେ ରାସନକାର୍ଡ ହିତାଧିକାରୀଙ୍କୁ ଆମ ଓଡ଼ିଶା ନବୀନ ଓଡ଼ିଶା ଲୋଗୋ ଥିବା ବ୍ୟାଗ ବଣ୍ଟନକୁ ବିରୋଧ କରୁଛି ବିଜେପି । କେନ୍ଦ୍ର ସରକାର ଚାଉଳ ଦେଉଥିବା ବେଳେ ରାଜ୍ୟ ସରକାର ଏହାର ଶ୍ରେୟ ନେବାକୁ ଚାହୁଁଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ବ୍ୟାଗ ବଣ୍ଟନ କାର୍ଯ୍ୟକ୍ରମ ବନ୍ଦ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି କହିଛନ୍ତି ବିଜେପି ନେତା ।