ପୁରୀରେ ଶୃଙ୍ଖଳିତ ତଥା ସୁରକ୍ଷିତ ରଥଯାତ୍ରା ପାଇଁ ମକଡ୍ରିଲ୍
·2 years ago

ପୁରୀ : ପୁରୀ ଟାଉନ ଥାନା ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମରେ ରଥଯାତ୍ରା ପାଇଁ ମକଡ୍ରିଲ୍। ଶୃଙ୍ଖଳିତ ତଥା ସୁରକ୍ଷିତ ରଥଯାତ୍ରା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ କିଭଳି ରହିବ ସେନେଇ ମକଡ୍ରିଲ କରାଯାଇଛି। ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ, ମେଡିକାଲ, ପୋଲିସ, ପରିବହନ, ଆମ୍ବୁଲାନ୍ସ ,ସ୍ବେଚ୍ଛାସେବୀ ସଙ୍ଗଠନ ଓ ଅନ୍ୟାନ୍ୟ ବିଭାଗ ମକଡ୍ରିଲ୍ରେ ସାମିଲ୍ ହୋଇଛନ୍ତି। ମକଡ୍ରିଲ୍ ରେ ଜିଲ୍ଲାପାଳ ଓ ଏସପି ମଧ୍ୟ ଉପସ୍ଥିତ ଅଛନ୍ତି।
ଅଧିକ ପଢନ୍ତୁ : ଅଣସର ଗୃହରେ ଆଜି ଶ୍ରୀଜୀଉଙ୍କ ଘଣା ଲାଗି
ଲକ୍ଷାଧିକ ଭକ୍ତଙ୍କ ଭିଡରେ କିଭଳି ଅପ୍ରୀତିକର ପରିସ୍ଥିତି ମୁକାବିଲା କରିହେବ ସେନେଇ ଟାଉନଥାନା ସମ୍ମୁଖରେ ମକଡ୍ରିଲ୍ ଆରମ୍ଭ ହୋଇଛି। ଦଳାଚକଟା ହେଉ କିମ୍ବା ଭିଡ ଭିତରେ ଭକ୍ତମାନେ କିଭଳି ଅଣନିଶ୍ବାସୀ ନହୁଅନ୍ତୁ ସେନେଇ ଅଭ୍ୟାସ ଆରମ୍ଭ ହୋଇଛି। କିଛି ଅପ୍ରୀତିକର ପରିସ୍ଥିତି ଉପୁଜିଲେ କିଭଳି ତୁରନ୍ତ ମୁକାବିଲା କରିହେବ ସେନେଇ ଓଡ୍ରାଫ,ଏନଡିଆରଏଫ୍ ଟିମ୍ ମାନଙ୍କ ତରଫରୁ ଡେମୋ କରାଯାଉଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: