୬ ସଂସଦୀୟ କ୍ଷେତ୍ରରେ କରିବେ ୬ଟି ବିଶାଳ ଜନସଭା

ଅର୍ଗସ ବ୍ୟୁରୋ: ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ଘୋଷଣା ଓଡ଼ିଶା ରାଜନୀତିରେ ସୃଷ୍ଟି କରିଛି ଭୂକମ୍ପ । ଆଉ ତା ପରଠାରୁ ଓଡ଼ିଶା ରାଜନୀତିରେ ଧୂଳି ଉଡ଼ାଇ ଦେଲେଣି ବିଜେପି ହେଭିୱେଟ୍ । ଘନ ଘନ ଓଡ଼ିଶା ଗସ୍ତରେ ଆସି ବିଜେଡି ସରକାର ଉପରେ କରୁଛନ୍ତି ଜୋରଦାର ଆକ୍ରମଣ । 2009ରୁ 2024, ଏହି 15 ବର୍ଷ ଭିତରେ କେବେ ଏମିତି ଆକ୍ରାମକ ହୋଇନଥିଲେ ବିଜେପି ନେତୃବୃନ୍ଦ । ଏହାକୁ ନେଇ ବିଶ୍ଲେଷକଙ୍କ ମତ, ଏଥର ନବୀନଙ୍କ ଷଷ୍ଠ ପାଳି ବଦଳରେ ଓଡ଼ିଶାରେ ହେବ ସତ୍ତା ପରିବର୍ତ୍ତନ।
ଓଡ଼ିଶାରେ ସତ୍ତା ପରିବର୍ତ୍ତନ ହାୱାରେ ଆହୁରି ଶକ୍ତି ଭରିବାକୁ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ଅନ୍ତିମ ପର୍ଯ୍ୟାୟରେ ବାକି ଥିବା ରାଜ୍ୟର 6ଟି ସଂସଦୀୟ କ୍ଷେତ୍ରରେ 6ଟି ବିଶାଳ ଜନସଭା କରିବେ ଉଭୟ ନେତା । ବଦଳୁଛି ଓଡ଼ିଶାର ରାଜନୀତି ପାଣିପାଗ। ନବୀନ ଅପରାଜେୟରୁ ଏବେ ଜୋରଦାର ସରକାର ବିରୋଧୀ ହାୱା। ପାଣ୍ଡିଆନଙ୍କ ଜନବିରୋଧୀ ଏବଂ ଓଡ଼ିଆ ସ୍ୱାଭିମାନ ବିରୋଧୀ ହାୱାରେ ଡୁବିଗଲାଣି ଓଡ଼ିଶାରେ 5 ପାଳିରେ ନବୀନଙ୍କ ଜନପ୍ରିୟତା।
ଅଧିକ ପଢ଼ନ୍ତୁ ଓଡିଶା ଖବର: