Videos
|
Odisha

ଏକ କୁର୍ତ୍ତା ତିଆରି କରିପାରିବେ କି ବୋଲି ପ୍ରଶ୍ନ କରିଥିଲେ ମୋଦି

Rashmita Mishra
Browse all articles by Rashmita Mishra
·1 year ago
ଏକ କୁର୍ତ୍ତା ତିଆରି କରିପାରିବେ କି ବୋଲି ପ୍ରଶ୍ନ କରିଥିଲେ  ମୋଦି

ଅର୍ଗସ ବ୍ୟୁରୋ: ମୋ ପାଇଁ କୁର୍ତ୍ତା ତିଆରି କରିଦିଅ । ମୁଖ୍ୟମନ୍ତ୍ରୀଙ୍କୁ ଦେବ । ତାକୁ ମୁଁ ପିନ୍ଧିବି । ଗତକାଲି ଗାଢକଣ ଶବରସାହିରେ ଆବାସ ହିତାଧିକାରୀଙ୍କ ସହିତ ଆଲୋଚନା ବେଳେ ଜଣେ ମହିଳା ହିତାଧିକାରୀଙ୍କୁ କିଛି ଏମିତି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହିଳା ହିତାଧିକାରୀଙ୍କୁ ମୋଦି ପଚାରିଥିଲେ ଆପଣ କଣ କରୁଛନ୍ତି । ସେ କହିଥିଲେ ମୁଁ ଟେଲରିଂ କରୁଛି । ତାଙ୍କ ପାଇଁ ଏକ କୁର୍ତ୍ତା ତିଆରି କରିପାରିବେ କି ବୋଲି ମୋଦି ପ୍ରଶ୍ନ କରିଥିଲେ । ତାଙ୍କ ପାଇଁ କୁର୍ତ୍ତା ତିଆରି କରି ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ସେ ପିନ୍ଧିବେ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ଏଥିସହ ଅନ୍ୟ ହିତାଧିକାରୀମାନେ ବିଭିନ୍ନ ଯୋଜନାର କିପରି ଲାଭ ଉଠାଉଛନ୍ତି ସେ ସମ୍ପର୍କରେ ପଚାରି ବୁଝିଥିଲେ ମୋଦି । ମୋଦି ସୋସିଆଲ ମିଡିଆ ଏକ୍ସରେ ଏହି ଭିଡିଓକୁ ପୋଷ୍ଟ କରିଛନ୍ତି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Modi asked if he could make a kurta | Argus News