ଦେଶର ଭବିଷ୍ୟତ ନିର୍ମାଣର ଲକ୍ଷ୍ୟ ରଖି ବଜେଟ ଉପସ୍ଥାପିତ କରିଛନ୍ତି ମୋଦି ସରକାର : ମନମୋହନ ସାମଲ

ଅର୍ଗସ ବ୍ୟୁରୋ : ଦେଶର ଭବିଷ୍ୟତ ନିର୍ମାଣର ଲକ୍ଷ୍ୟ ରଖି ବଜେଟ ଉପସ୍ଥାପିତ କରିଛନ୍ତି ମୋଦି ସରକାର । 2047 ମସିହାର ଟାର୍ଗେଟକୁ ପୂରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ ପାଇଁ ଧନ୍ୟବାଦ ଦେଲା ବିଜେପି । ଦେଶର 4ଟି ବର୍ଗ ମହିଳା, ଚାଷୀ, ଗରିବ ଓ ଯୁବକଙ୍କ ବିକାଶ ପାଇଁ ଏହି ବଜେଟ ଉପସ୍ଥାପିତ କରାଯାଇଛି । ମଜବୁତ୍ ଭାରତ ପାଇଁ ଗ୍ୟାରେଣ୍ଟି ଏହି ବଜେଟ ରେ ରହିଛି । ଅମୃତ କାଳରେ ବିକଶିତ ଭାରତର ଭିତ୍ତିଭୂମି ତିଆରି ହେବ । 11 ଲକ୍ଷ କୋଟି ଟଙ୍କା ଭିତ୍ତିଭୂମି ପାଇଁ ରହିଛି ।
ଅଧିକ ପଢନ୍ତୁ : ଓଡ଼ିଶାକୁ 10 ହଜାର 536 କୋଟିର ରେଳ ବଜେଟ୍
4 କୋଟି ପିଏମ ଆବାସ ବ୍ୟବସ୍ଥା କରାଯାଇଛି । ଯୁବ ବର୍ଗଙ୍କ ସ୍ୱପ୍ନ ପୂରଣ ହେବ । 25 କୋଟି ଲୋକଙ୍କ ଦାରିଦ୍ର୍ୟ ଦୂର ହୋଇଛି । ଗରିବ ହଟାଇବା ପାଇଁ ମୋଦି ସରକାର ସମ୍ଭବ କରିଛି । 3 କୋଟି ଲକ୍ଷପତି ଦିଦି ତିଆରି ହେବେ । ମଧ୍ୟବିତ୍ତ ପରିବାରଙ୍କୁ ଫୋକସରେ ରଖାଯାଇଛି । ଗରିବ କଲ୍ୟାଣ ଦେଶର କଲ୍ୟାଣ ବୋଲି କହିଲା ବିଜେପି ।