Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆତ୍ମନିର୍ଭର ଭାରତ ଦିଗରେ ଆଉ ଏକ ବଡ଼ ପଦକ୍ଷେପ ନେଲେ ମୋଦି ସରକାର

Odisha

ଆତ୍ମନିର୍ଭର ଭାରତ ଦିଗରେ ଆଉ ଏକ ବଡ଼ ପଦକ୍ଷେପ ନେଲେ ମୋଦି ସରକାର

Ritu Das
Browse all articles by Ritu Das
·2 years ago·1 min read
ଆତ୍ମନିର୍ଭର ଭାରତ ଦିଗରେ ଆଉ ଏକ ବଡ଼ ପଦକ୍ଷେପ ନେଲେ  ମୋଦି ସରକାର

ଅର୍ଗସ ବ୍ୟୁରୋ: ଗ୍ରୀନ୍ ଏନର୍ଜି ଓ ଆତ୍ମନିର୍ଭର ଭାରତ ଦିଗରେ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି ମୋଦି ସରକାର। ପିଏମ୍ -ସୂର୍ଯ୍ୟ ଘର ଯୋଜନାକୁ ମିଳିଛି କେନ୍ଦ୍ର କ୍ୟାବିନେଟର ଅନୁମୋଦନ। ଲୋକଙ୍କ ଘର ଛାତ ଉପରେ ବସିବ ସୋଲାର ପାନେଲ। ୧ କୋଟି ଘରକୁ ମାଗଣାରେ ମିଳିବ ୩୦୦ ୟୁନିଟ ଯାଏଁ ମାଗଣା ବିଦ୍ୟୁତ୍ ଶକ୍ତି। କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଏହି ଯୋଜନା ପାଇଁ ୭୫ ହଜାର ୨୧ କୋଟିର ବ୍ୟୟବରାଦ ହୋଇଛି। ଫେବୃଆରୀ ୧୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ଶୁଭାରମ୍ଭ କରିଥିଲେ। 

ଏହି ଯୋଜନା ଅଧୀନରେ ଛାତ ଉପରେ ସୋଲାର ସିଷ୍ଟମ ପାଇଁ ୧ କୋଟି ପରିବାରକୁ ୭୮ ହଜାର ଟଙ୍କା ଯାଏ ସହାୟତା ଯୋଗାଇ ଦିଆଯିବ। ଏହାଦ୍ବାରା ସେମାନେ ମାସିକ ୩୦୦ ୟୁନିଟ ଯାଏ ମାଗଣା ବିଜୁଳି ପାଇପାରିବେ। ଏହି ଯୋଜନା ଘରୋଇ ସୋଲାର ଏନର୍ଜି ଉପକରଣର ଉତ୍ପାଦନକୁ ପ୍ରୋତ୍ସାହନ କରିବା ସହ ୧୭ ଲକ୍ଷ ଲୋକଙ୍କୁ ସିଧାସଳଖ ନିଯୁକ୍ତି ଦେବ। ଏହାବାଦ ଲୋକମାନେ ବାର୍ଷିକ ୧୫ ହଜାର ଟଙ୍କାର ଫାଇଦା ପାଇବେ। ୨ କିଲୋୱାଟ ଯାଏ ସୋଲାର ପ୍ଲାଣ୍ଟ ପାଇଁ ସରକାର ୬୦ ପ୍ରତିଶତ ସବସିଡି ଦେବେ। ଏହାପରେ ଯଦି ଆଉ ଗୋଟିଏ କିଲୋୱାଟ ବୃଦ୍ଧି କରିବେ, ତା’ହେଲେ ୪୦ ପ୍ରତିଶତ ସବସିଡି ମିଳିବ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Modi government | Argus News