Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଓଡ଼ିଶାରେ ବନ୍ଦର କ୍ଷେତ୍ରକୁ ଅଧିକ ବିକଶିତ କରିବାକୁ ମୋଦି ସରକାରଙ୍କ ମିଶନ

Odisha

ଓଡ଼ିଶାରେ ବନ୍ଦର କ୍ଷେତ୍ରକୁ ଅଧିକ ବିକଶିତ କରିବାକୁ ମୋଦି ସରକାରଙ୍କ ମିଶନ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଓଡ଼ିଶାରେ ବନ୍ଦର କ୍ଷେତ୍ରକୁ ଅଧିକ ବିକଶିତ କରିବାକୁ ମୋଦି ସରକାରଙ୍କ ମିଶନ

Key Points

  • ଓଡ଼ିଶାରେ ବନ୍ଦର କ୍ଷେତ୍ରକୁ ଅଧିକ ବିକଶିତ କରିବାକୁ ମୋଦି ସରକାରଙ୍କ ମିଶନ
  • ପାରାଦୀପ ହେବ ଦେଶର ଶ୍ରେଷ୍ଠ ବନ୍ଦର
  • କେନ୍ଦ୍ର ବନ୍ଦର ଓ ଜଳମାର୍ଗ ମନ୍ତ୍ରୀଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ନେତୃତ୍ବରେ ଓଡ଼ିଆ ସାଂସଦଙ୍କ ଆଲୋଚନା
  • ଧର୍ମେନ୍ଦ୍ର କହିଲେ, ପାରାଦୀପକୁ ଆଧୁନିକ ଶିଳ୍ପ ସହର ଭାବେ କରିବାକୁ ଅଛି ଯୋଜନା 
  • କୋଷ୍ଟାଲ କେନାଲ ଓ ଜାହାଜରେ କାମ କରୁଥିବା ଓଡ଼ିଆଙ୍କ କୌଶଳ ବିକାଶ ପାଇଁ ହୋଇଛି ଚର୍ଚ୍ଚା
  • ନଦୀ ସଂଯୋଗୀକରଣ ଯୋଜନାକୁ ଖୁବ୍‌ଶୀଘ୍ର ମିଳିବ କେନ୍ଦ୍ର ସରକାରଙ୍କ ମଞ୍ଜୁରି

ଅର୍ଗସ ବ୍ୟୁରୋ : ଡବଲ୍ ଇଞ୍ଜିନ ସରକାରରେ ଓଡ଼ିଶାରେ ଦ୍ରୁତ ହେବ ବିକାଶ । ଏଥିପାଇଁ ବନ୍ଦର କ୍ଷେତ୍ର ଭଳି ବିଭିନ୍ନ ପ୍ରମୁଖ କ୍ଷେତ୍ରକୁ ଅଧିକ ଗୁରୁତ୍ଵ ଦେଉଛନ୍ତି ମୋଦି ସରକାର। ରାଜ୍ୟରେ ବନ୍ଦର କ୍ଷେତ୍ରକୁ ଅଧିକ ବିକଶିତ କରିବାକୁ ମିଶନ ମୋଡ଼ରେ ଚାଲିଛି କାମ। ଏହି ପ୍ରସଙ୍ଗରେ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଓଡ଼ିଆ ସାଂସଦମାନେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କୁ ଭେଟି ବିସ୍ତୃତ ଆଲୋଚନା କରିଛନ୍ତି । ବୈଠକ ପରେ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ସର୍ବାନନ୍ଦ କହିଛନ୍ତି ପାରାଦୀପ ବନ୍ଦରକୁ ଦେଶର ଶ୍ରେଷ୍ଠ ବନ୍ଦର କରାଯିବ । 

କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ବନ୍ଦରଭିତ୍ତିକ ଅର୍ଥନୀତି ଅଭିବୃଦ୍ଧି କ୍ଷେତ୍ରରେ ଗୁରୁତ୍ଵ ଦେଉଛନ୍ତି ମୋଦି ସରକାର। ଏ ନେଇ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରାଯିବ । ମତ୍ସ୍ୟଜୀବୀଙ୍କ ହିତସାଧନ, କୋଷ୍ଟାଲ କେନାଲ ଓ ଜାହାଜରେ କାମ କରୁଥିବା ଓଡ଼ିଆଙ୍କ କୌଶଳ ବିକାଶ ପାଇଁ ପଦକ୍ଷେପ ନିଆଯାଉଛି । ନଦୀ ସଂଯୋଗୀକରଣ ଯୋଜନାକୁ ଖୁବ୍‌ଶୀଘ୍ର କେନ୍ଦ୍ର ସରକାରଙ୍କ ମଞ୍ଜୁରି ମିଳିବ ବୋଲି କହିଛନ୍ତି ଧର୍ମେନ୍ଦ୍ର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Modi government's mission to further develop the port sector in Odisha | Argus News