Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Modi in Mann ki baat / ମନ କି ବାତରେ ଦୁଇ ଓଡ଼ିଆଙ୍କୁ ପ୍ରଶଂସା କଲେ ମୋଦୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Bikash Mohanty
Browse all articles by Bikash Mohanty
·3 months ago·2 min read
ମନ କି ବାତରେ ଦୁଇ ଓଡ଼ିଆଙ୍କୁ ପ୍ରଶଂସା କଲେ ମୋଦୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Mann ki baat

Key Points

ମନ କି ବାତରେ ଦୁଇ ଓଡ଼ିଆଙ୍କୁ ପ୍ରଶଂସା କଲେ ମୋଦୀ
ସମ୍ବଲପୁରର ଶ୍ରୀମତୀ ସୁଜାତା ଭୂୟାଁ ଓ କେନ୍ଦ୍ରାପଡ଼ା ପୁଅ ଓମ୍ ପ୍ରକାଶ ରଥ
ମାଛଚାଷ କରି ପରିବାରକୁ ଆର୍ଥିକ ସଶକ୍ତ କରିପାରିଛନ୍ତି ସୁଜାତା
ମହିଳା ସଶକ୍ତିକରଣ ଉପରେ ନିବନ୍ଧ ଲେଖିଛନ୍ତି ଓମ୍ ପ୍ରକାଶ ରଥ

ନୂଆଦିଲ୍ଲୀ, ୨୯/୩: ଆଜି ମନ୍ କି ବାତର ୧୩୨ତମ ଏପିସୋଡରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦେଶବାସୀଙ୍କ ସହ ଭାବ ବିନିମୟ କଲେ ମୋଦି। ମନ୍ କି ବାତରେ ଦୁଇ ଓଡ଼ିଆଙ୍କ ପ୍ରଶଂସା କରିଛନ୍ତି ମୋଦି। ମହିଳା ସଶକ୍ତି କରଣ ଦିଗରେ କେନ୍ଦ୍ରାପଡ଼ା ପୁଅ ଓମ୍ ପ୍ରକାଶ ରଥ ଓ ସୁଜାତା ଭୂୟାଁଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ମୋଦୀ। ମହିଳା ସଶକ୍ତିକରଣ ଉପରେ ନିବନ୍ଧ ଲେଖିଛନ୍ତି ଓମ୍ ପ୍ରକାଶ ରଥ। ସେହିପରି ମହିଳା ସଶକ୍ତିକରଣର ପରିଚୟ ବନିଥିବା ସମ୍ବଲପୁରର ଶ୍ରୀମତୀ ସୁଜାତା ଭୂୟାଁଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ମୋଦୀ। ହୀରାକୁଦରେ ମତ୍ସ୍ୟପାଳନ କରି ନିଜେ ସ୍ୱାବଲମ୍ବୀ ହେବା ସହ ନିଜ ପରିବାରର ଆର୍ଥିକ ମେରୁଦଣ୍ଡକୁ ସଶକ୍ତ କରିପାରିଛନ୍ତି ସୁଜାତା। ମନ କି ବାତ୍ କାର୍ଯ୍ୟକ୍ରମରେ ସମ୍ବଲପୁରର ଶ୍ରୀମତୀ ସୁଜାତା ଭୂୟାଁଙ୍କ କାର୍ଯ୍ୟକୁ ପ୍ରଶଂସା କରି ଓଡ଼ିଶାବାସୀଙ୍କୁ ଗର୍ବିତ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ସୋସିଆଲ ମିଡିଆ ପୋଷ୍ଟରେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ "ମନ କି ବାତ'ରେ ସମ୍ବଲପୁର ମହିଲା ଉଦ୍ୟାଗୀ ମତ୍ସ୍ୟ ଚାଷୀ ସୂଜାତ‍ ଭୁୟାଙ୍କୁ ପ୍ରଂଶସା କରିଛନ୍ତି। ସମ୍ବଲପୁର ମୁଦିପଡାର LIC କଲୋନୀର ମହିଳା ଚାଷୀ ସୁଜାତା ଭୂୟାଁ ହୀରାକୁଦ ଜଳଭଣ୍ତାରରେ ୩ ଟି କେଜ କଲଚର ପଦ୍ଧତିରେ ସଫଳତା ସହ ମତ୍ସ୍ୟ ଚାଷ କରିଛନ୍ତି। ଫଳରେ ଆଜି ଦେଶର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ପ୍ରଶଂସା କରିଛନ୍ତି । ସୁଜାତା କହିଛନ୍ତି ପ୍ରଧାନମନ୍ତ୍ରୀ ତାଙ୍କ ନାଁ ନେଇ ଥିବାରୁ ସେ ବହୁ ଖୁସି ହୋଇଥିବା ବେଳେ ଏନେଇ ସେ ପ୍ରଧାନମନ୍ତ୍ରୀ ତଥା ମସ୍ୟ ବିଭାଗ କୁ ଧନ୍ୟବାଦ ଦେଇଛନ୍ତି । କେନ୍ଦ୍ର ସରକାର ପକ୍ଷରୁ ଋଣ ଏବଂ ମସ୍ୟ ବିଭାଗ ପକ୍ଷରୁ ସହାୟତା ମିଳି ଥିବାରୁ ଆଜି ସେ ସଫଳ ହୋଇଥିବା କହିଛନ୍ତି ।

ପଢନ୍ତୁ ଏହି ଖବର: 
ସୋସିଆଲ ମିଡିଆରେ ଲାଗିପାରେ ବୟସ କଟକଣା,AI ଅପବ୍ୟବହାର ରୋକିବାକୁ କଠୋର ଆଇନ ପାଇଁ ସଂସଦୀୟ କମିଟିର ସୁପାରିସ

୨୦୨୨ ମସିହାରୁ ମତ୍ସ୍ୟ ଚାଷ ଆରମ୍ଭ କରିଥିବା ବେଳେ ପ୍ରଥମ ବର୍ଷରେ ସେ ୬ ଲକ୍ଷ ଟଙ୍କା ରୋଜଗାର କରିଥିବା ବେଳେ ଅନେକ ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।
ବର୍ତ୍ତମାନ ସେ ତେଲପିଆ ମାଛ ଚାଷ କରିଥିବା ମାଛ ଉତ୍ପାଦନ କରୁଛନ୍ତି । ସୁଜାତା ଜଣେ ଗୃହିଣୀ ହୋଇ ହୀରାକୁଦ ଜଳଭଣ୍ତାର ପହଚି ମାଛ ଚାଷ ଓ ପରିବାର ପରିପୋଷଣ କୁ ମୋଦି ପ୍ରଶଂସା କରିଛନ୍ତି । ବର୍ଷ କୁ ୨୫ ରୁ ୩୦ ଟନ୍ ମାଛ ଉତ୍ପାଦନ ହେଉଥିବା ବେଳେ ବର୍ତମାନ ଆନ୍ଧ୍ର ପ୍ରଦେଶ , ଛତିଶଗଡ ଓ ପଶ୍ଚିମ ବଙ୍ଗକୁ ମାଛ ରପ୍ତାନୀ ହେଉଛି । ଯାହାକି ସୁଜାତା ଙ୍କୁ ବତ୍ତମାନ ସ୍ବାବଲମ୍ବୀ କରିଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ 132 ତମ ମନ୍ କି ବାତ୍ ରେ ଓମ ପ୍ରକାଶ ରଥ ଙ୍କୁ ପ୍ରଶଂସା କରିବା ପରେ ଏବେ ଓମଙ୍କୁ ଛୁଟୁଛି ଶୁଭେଚ୍ଛା ର ସୁଅ। ମହିଳା ସଶକ୍ତିକରଣ ଦିଗରେ ଓମଙ୍କ ଏଭଳି କାର୍ଯ୍ୟକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Modi in Mann ki baat | PM Modi Applauds Two Odias in Mann Ki Baat | | Argus News