Videos
|
Odisha

ଖିରି ଖାଇ କ୍ଷୀର ଖୁଆଇଥିବା ଜନ୍ମଦାତ୍ରୀଙ୍କୁ ମନେ ପକାଇଲେ ମୋଦି

Rashmita Mishra
Browse all articles by Rashmita Mishra
·2 years ago·2 min read
ଖିରି ଖାଇ କ୍ଷୀର ଖୁଆଇଥିବା ଜନ୍ମଦାତ୍ରୀଙ୍କୁ ମନେ ପକାଇଲେ ମୋଦି

ଅର୍ଗସ ବ୍ୟୁରୋ: ପାଦରୁ ଜୋତା ଖୋଲିଦେଇ ଆସ ତା' ପାଖକୁ । ମୁଣ୍ଡ ନୁଆଇଁ ନୁଆଇଁ ଆସ । ଯେଉଁ ଶୋକ ଓ ସମୁଦ୍ର ଭିତରୁ ଦିବ୍ୟରୂପ ନେଇ ଉଠିଆସିଛି ସେ, ତା'ରି କୂଳରେ ଆଖିବୁଜି ଆଣ୍ଠୁମାଡ଼ି ବସ । ତା'ରି କୋଳରେ ଅମୃତ କୁମ୍ଭ ଖୋଲିଦିଅ ଆଁ । ଦେଉଳ ଦୁଆର ଖୋଲ, ଦେବୀଙ୍କ ଅସ୍ଥାନରେ ଯିଏ ବସିଛି, ସେ ଖାଲି ତା'ର ଗୋଟେ ଅଲଗା ନାଆଁ- ମାଆ । ପ୍ରସୂତି ଗୃହରେ ଯାହାର ପ୍ରାର୍ଥନାର ପ୍ରତିଧ୍ବନି ଯୋଗୁଁ ମଣିଷ ଦୁନିଆ ଦେଖେ ସେ ହିଁ ହେଉଛି ମାଆ । ତେଣୁ ତାର ଅବର୍ତ୍ତମାନରେ ମଣିଷ ଖାଲି ଅଭାବ ଅନୁଭବ କରେନି ବରଂ ଅସହାୟପଣିଆର ଅବଶୋଷରେ ଆଖିରେ ଲୁହ ଲୁଚେଇ ଚୁପଚାପ ହେଇଯାଏ । ହେଲେ ପରିସ୍ଥିତି ବେଳେ ନୀରବତା ଭିତରୁ ବି ଅନେକ କିଛି କଥା ବାହାର କରିଆଣେ । 

ଦେଖନ୍ତୁ ଆପଣଙ୍କ ସ୍କ୍ରିନ ଉପରେ ଦୁଇଟି ଦୃଶ୍ୟ । ଗୋଟିଏ ପିଏମ୍ ମୋଦିଙ୍କ ମାଆ ହୀରାବେନ ବଞ୍ଚିଥିବା ବେଳର । ଆଉ ଗୋଟେ ଆଜି ଦିନର । ସେଦିନ ବି ତାଙ୍କର ଜନ୍ମଦିନ ଥିଲା ଆଉ ଆଜି ବି ତାଙ୍କର ଜନ୍ମଦିନ । ହେଲେ ପାଖରେ ନାହିଁ ତ କେବଳ ଗୋଟିଏ ଶବ୍ଦ ମାଆ । ଯେଉଁମାଆ ପାଖକୁ ପ୍ରତି ଜନ୍ମଦିନରେ ମୋଦି ଛୁଟି ଯାଉଥିଲେ । ତାର ପାଦ ପଖାଳୁଥିଲେ, ଚରଣାମୃତ ପାନ କରୁଥିଲେ, ମାଆ ପଣତରେ ମୁହଁ ପୋଛୁଥିଲେ । ଆଉ ମାଆ ପୁଅ ଜନ୍ମଦିନରେ କେତେବେଳେ ଗୁଡ଼ ଖଣ୍ଡେ ନ ହେଲେ ମିଠା ଟିକିଏ ଖୁଆଇ ଦେଉଥିଲେ । ହେଲେ ଏବେ ମାଆଙ୍କ ଅବର୍ତ୍ତମାନରେ ଜନ୍ମଦିନରେ ଓଡ଼ିଶାରେ, ଏଇ ଆମ ରାଜଧାନୀ ଭୁବନେଶ୍ବରର ଉପକଣ୍ଠରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ଘରେ ଖିରି ଖାଇ ମାଆଙ୍କୁ ମନେ ପକାଇଛନ୍ତି ପିଏମ୍ ।

ଖିରି ଖାଇ ସଭାସ୍ଥଳକୁ ଆସିବା ପରେ ପିଏମ୍ ମାଆଙ୍କୁ ମନେ ପକାଇଥିଲେ । ଖିରି ଖାଇବା ବେଳେ ମା’ କଥା ମନେପଡ଼ିଥିବା କହିଥିଲେ ମୋଦି । ପରେ ପ୍ରତି ଜନ୍ମଦିନରେ ଯିବା ସହ କେମିତି ମାଆ ତାଙ୍କୁ ଗୁଡ଼ ଖୁଆଇ ଦେଉଥିଲେ ବଖାଣିଛନ୍ତି ମୋଦି । ସେପଟେ ପିଏମଙ୍କ ପାଇଁ ଖିରି ପ୍ରସ୍ତୁତ କରି ବେଶ ଖୁସି ଗାଡ଼କଣର ଅନ୍ତର୍ଯ୍ୟାମୀ ନାଏକଙ୍କ ପରିବାର । ପିଏମ ଘରକୁ ଆସି ଖିରି ଖାଇବା ସେମାନଙ୍କ ପାଇଁ ସୌଭାଗ୍ୟର ବିଷୟ କହି ପରିବାର ଲୋକେ କୃତ୍ୟକୃତ୍ୟ । 

ମାଆଙ୍କ ଦେହାନ୍ତ ଦିନ କର୍ମଯୋଗୀ ମୋଦି ଅନ୍ତିମ ସଂସ୍କାର କରି କେମିତି ରାଜକାର୍ଯ୍ୟ ସମ୍ପାଦିତ କରିଥିଲେ ତାର ନଜାରା ସାରା ବିଶ୍ବ ଦେଖିଥିଲା । ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳର ଶୁଭାରମ୍ଭ କରିଥିଲେ । ହେଲେ ମାଆଙ୍କ ଅବର୍ତ୍ତମାନରେ ଓଡ଼ିଶା ମାଟିରେ ସେ ଭୋଗୁଥିବା ଖଣ୍ଡେ ଶୂନ୍ୟତାକୁ ଆଜି ସର୍ବସମ୍ମୁଖରେ କହିବା ସହ ଭାବପ୍ରବଣ ହୋଇଛନ୍ତି ମୋଦି

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Modi remembered the birthday girl who ate khiri and drank milk | Argus News Odia