Videos
|
Odisha

କଥା ରଖିଲେ ମୋଦି: ପୂରଣ ହେଲା 24 ମହାଲଢେଇର ପ୍ରତିଶ୍ରୁତି

Ritu Das
Browse all articles by Ritu Das
·1 year ago·2 min read
କଥା ରଖିଲେ ମୋଦି: ପୂରଣ ହେଲା 24 ମହାଲଢେଇର ପ୍ରତିଶ୍ରୁତି

ଅର୍ଗସ ବ୍ୟୁରୋ: 2024 ମହାଲଡେଇ ସମୟରେ ଓଡିଶାରେ ପ୍ରଚାର କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ବାସୀଙ୍କ ଆଗରେ କଥା ଦେଇଥିଲେ। କହିଥିଲେ ରାଜ୍ୟରେ ବିଜେପି ସରକାରକୁ ଆସିଲେ , ଶ୍ରୀମନ୍ଦିରର ଚାରିଦ୍ବାର ତୁରନ୍ତ ଖୋଲାଯିବ । ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର ଖୋଲାଯିବ । ସୁଭଦ୍ରା ଯୋଜନାରେ ମହିଳାଙ୍କ ଆକାଉଣ୍ଟକୁ ଯିବ 50 ହଜାର ଟଙ୍କା । ଡବଲ ଇଞ୍ଜିନ ସରକାର ହେଲେ ଓଡିଶା ନୂଆ ବିକାଶର ଶିଖରରେ ପହଞ୍ଚିବ। ଏବେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି , ଆମେ ଯାହା କଥା ଦେଇଥିଲୁ ତାକୁ ପାଳନ କରିଛୁ । 

କଥା ଦେଇଥିଲୁ ଡବଲ ଇଞ୍ଜିନ ସରକାର ହେଲେ ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିବୁ ବୋଲି । ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଶ୍ରୀମନ୍ଦିରର ଚାରିଦ୍ବାର ଖୋଲାଯାଇଛି । ଖାଲି ସେତିକି ନୁହେଁ , ରତ୍ନ ଭଣ୍ଡାର ଖୋଲିବା ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ ତାହା ମଧ୍ୟ ପାଳନ କରାଯାଇଛି । ରାଜ୍ୟରେ ବିଜେପି ସରକାର ଗଢିଲେ ମହିଳାଙ୍କ ଆକାଉଣ୍ଟକୁ 50 ହଜାର ଟଙ୍କା ଦିଆଯିବ ବୋଲି କୁହାଯାଇଥିଲା । ଆଜି ତାକୁ ମଧ୍ୟ ପାଳନ କରାଯାଇଛି । ସୁଭଦ୍ରାର ପ୍ରଥମ କିସ୍ତି 5ହଜାର ଟଙ୍କା ମହିଳାଙ୍କ ଆକାଉଣ୍ଟକୁ ଯାଇଛି।

ଯାହା କଥା ଦେଇଥିଲୁ ତାହା ପୁରଣ କରୁଛୁ ବୋଲି ମୋଦି କହିଛନ୍ତି। ଯେଉଁ ସ୍ବପ୍ନ  ମା ଓ ଭଉଣୀମାନେ ଦେଖିଥିଲେ  ସବୁ ସ୍ବପ୍ନ ପୁରଣ ହେବ ବୋଲି ବିଶ୍ବାସ ଥିବା ସେ କହିଛନ୍ତି। ମୋଦି କହିଛନ୍ତି, ଆମେ ସବୁବେଳେ ଲୋକଙ୍କ ସେବାକୁ ଅଗ୍ରାଧିକାର ଦେଉଛୁ। ଲୋକଙ୍କ ପାଖକୁ ସରକାର ଯାଉଛି, ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଚେଷ୍ଟା କରାଯାଉଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

2024 ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ଥିଲା ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିବା ଏବଂ ରତ୍ନ ବଣ୍ଡାର ଖୋଲିବା । ଯାହାକି ବିଜେପି ସରକାରକୁ ଆସିଲେ ତୁରନ୍ତ ପୁରଣ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମୋଦି । ମହିଳାଙ୍କ ବିକାଶକୁ ଦୃଷ୍ଟିରେ ରଖି ସୁଭଦ୍ରା ଯୋଜନା ଘୋଷଣା କରିଥିଲେ । ଏବେ କ୍ଷମତାକୁ ଆସିବା ପରେ ମୋଦି ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Modi said: | Argus News