Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାଲିଠାରୁ ରାଜଧାନୀରେ ଡିଜିପି ସମ୍ମିଳନୀ , ଓଡ଼ିଶା ଆସିବେ ମୋଦି-ଶାହା

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
କାଲିଠାରୁ ରାଜଧାନୀରେ ଡିଜିପି ସମ୍ମିଳନୀ , ଓଡ଼ିଶା ଆସିବେ ମୋଦି-ଶାହା

Key Points

  • କାଲିଠାରୁ ରାଜଧାନୀରେ ଡିଜିପି ସମ୍ମିଳନୀ
  • ଭୁବନେଶ୍ବରରେ ପହଞ୍ଚିଲେ BSF ଓ CRPF ଡିଜି
  • ଓଡ଼ିଶା ଆସିବେ ମୋଦି-ଶାହା ଯୋଡ଼ି
  • ରହିବେ 3 ଦିନ, ଓଡ଼ିଶା ମାଟିରୁ ହେବ ଦେଶ ସୁରକ୍ଷାର ଚିନ୍ତା
  • ଆତଙ୍କବାଦ-ମାଓବାଦର ମୂଳୋତ୍ପାଟନ ପାଇଁ ହେବ ଯୋଜନା
  • ମୋଦିଙ୍କ ଗସ୍ତ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରାଜଧାନୀ
  • ଦିନକ ପୂର୍ବରୁ ଦୁଇ ଥର କରାଗଲା କାରକେଡ୍ ରିହର୍ସାଲ୍

ଅର୍ଗସ ବ୍ୟୁରୋ : ଏୟାରପୋର୍ଟରୁ ଏୟାରପୋର୍ଟ ଛକ, ସେଠାରୁ ଏଜି ଦେଇ ରାଜଭବନ । ରାଜଭବନରୁ ବିଜେପି ଅଫିସ୍। ବିଜେପି ଅଫିସରୁ ଲୋକସେବା ଭବନ । ଲୋକସେବା ଭବନରୁ ପୁଣି ରାଜଭବନ। ମାଳ ମାଳ ପୋଲିସ୍ ଭ୍ୟାନ, କାର୍, ଦମକଳ ଗାଡ଼ି ସାଙ୍ଗକୁ ଆମ୍ବୁଲାନ୍ସ। କାଲିଠାରୁ ଭୁବନେଶ୍ବରରେ ଆରମ୍ଭ ହେବାକୁ ଯାଉଥିବା ଡିଜିପି ସମ୍ମିଳନୀରେ ସବୁ ରାଜ୍ୟର ଡିଜିପିଙ୍କ ସହ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ଏଥିପାଇଁ ଆଜି ଦୁଇ ଥର କରାଯାଇଛି କାରକେଡ୍ ରିହର୍ସାଲ୍। ଡିଜିପି ସମ୍ମିଳନୀ ସହ ପ୍ରଧାନମନ୍ତ୍ରୀ ଜନସଭା ଓ ବିଜେପି ପାର୍ଟି ଅଫିସକୁ ବି ଯିବେ। ମୋଦି ଶାହ, ଯେଉଁ ଯେଉଁ ସ୍ଥାନକୁ ଯିବେ ସେହି ସବୁ ରାସ୍ତାରେ କାରକେଡ୍ ରିହର୍ସାଲ୍ କରାଯାଇଛି। 

ଶୁକ୍ରବାର ଅପରାହ୍ନରୁ ନେଇ ରବିବାର ସଂଧ୍ୟା ଯାଏଁ ତିନି ଦିନ ଭୁବନେଶ୍ବରରେ ରହିବେ ମୋଦି ଶାହ ଯୋଡ଼ି। ଓଡ଼ିଶା ମାଟିରୁ ହେବ ଦେଶ ସୁରକ୍ଷାର ଚିନ୍ତା। ଆତଙ୍କବାଦ ଓ ମାଓବାଦର ମୂଳୋତ୍ପାଟନ ପାଇଁ ଯୋଜନା ପ୍ରସ୍ତୁତ ହେବ। ପ୍ରଥମେ କାଲି ମଧ୍ୟାହ୍ନରେ ପହଞ୍ଚିବେ ଗୃହମନ୍ତ୍ରୀ ଅମିତ ଶାହା । ଲୋକସେବା ଭବନ କନଭେସନ ସେଣ୍ଟରରେ ଆୟୋଜିତ ଡିଜି ସମ୍ମିଳନୀରେ ଯୋଗ ଦେବେ । ପରେ ଅପରାହ୍ନ ୪.୧୫ରେ  ଭୁବନେଶ୍ବରରେ ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ପିଏମଙ୍କୁ  ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯିବ। ବିମାନ ବନ୍ଦର ନିକଟରେ ଏକ ସାଧାରଣ ସଭାରେ ଯୋଗ ଦେବେ ମୋଦି । ସଭା ସ୍ଥାନରୁ ରାଜଭବନ ଏବଂ ସଂଧ୍ୟାରେ ରାଜ୍ୟ ବିଜେପି କାର୍ଯ୍ୟଳୟକୁ ଆସିବେ ପ୍ରଧାନମନ୍ତ୍ରୀ । ୨ ଘଣ୍ଟା ଦଳୀୟ କାର୍ଯ୍ୟାଳୟରେ ରହି ସମସ୍ତଙ୍କ ସହ ଆଲୋଚନା କରିବେ । ବିଧାୟକ ଓ ନେତାଙ୍କୁ ସରକାର ଓ ସଂଗଠନର ମନ୍ତ୍ର ଦେବେ ଭାରତୀୟ ରାଜନୀତିର ଦୁଇ ସଫଳ ଯୋଡ଼ି। 

ମୋଦୀ ଓ ଶାହଙ୍କ ଗସ୍ତ ପାଇଁ  ବିମାନ ବନ୍ଦର, ରାଜ୍ୟ ଅତିଥି ଭବନ, ରାଜ ଭବନ ଓ ବିଜେପି ରାଜ୍ୟ କାର୍ଯ୍ୟାଳୟ ସବୁଠି କଡା କଡ଼ି ସୁରକ୍ଷା। ବ୍ୟବସ୍ଥାର ତନ୍ନ ତନ୍ନ ଯାଞ୍ଚ କରିଛନ୍ତି ଏସପିଜି ଟିମ୍। ସେପଟେ ଅତିଥିଙ୍କୁ ସ୍ବାଗତ ପାଇଁ ରାଜଧାନୀକୁ ଆଲୋକମାଳାରେ ବି ସଜାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Modi-Shah will hold a DGP conference in the capital from tomorrow, Odisha | Argus News