Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବିଭିନ୍ନ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀଙ୍କୁ ମୋଦିଙ୍କ ଜୋରଦାର ହମଲା

Odisha

ବିଭିନ୍ନ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀଙ୍କୁ ମୋଦିଙ୍କ ଜୋରଦାର ହମଲା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବିଭିନ୍ନ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀଙ୍କୁ ମୋଦିଙ୍କ ଜୋରଦାର ହମଲା

ଅର୍ଗସ ବ୍ୟୁରୋ:  ୨୪ ମହାଲଢେଇରେ ଏଥର ଆରପାର ଲଢେଇ । ମୋଦି ବନାମ ନବୀନ। ବ୍ରହ୍ମପୁରରେ ନବୀନ ସରକାରର ବିଫଳତାକୁ ପ୍ରସଙ୍ଗ କରି ଆଟାକ୍ କଲେ ମୋଦି । କହିଲେ ଜୁନ୍ 10ରେ ବିଜେପିର ଶପଥଗ୍ରହଣ ଉତ୍ସବକୁ ସମସ୍ତଙ୍କୁ ନିମନ୍ତ୍ରଣ। । କାଉଣ୍ଟର କଲେ ନବୀନ ପାଣ୍ଡିଆନ ଯୋଡି । ହେଲେ ମୂଳ ପ୍ରସଙ୍ଗକୁ ନେଇ ଚୁପ୍ ରହିଲେ।25 ବର୍ଷର ଶାସନ ପରେ ବି ଓଡ଼ିଆ ଲୋକ କାହିଁକି ଗରିବ, କାହିଁକି ଦାନା ଖଟିବାକୁ ଯାଉଛନ୍ତି ଓଡ଼ିଆ, କାହିଁକି କେନ୍ଦ୍ର ଟଙ୍କା ଖର୍ଚ୍ଚ ହେଇପାରୁନି, କାହିଁକି ଆୟୁଷ୍ମାନ ଯୋଜନା ଲାଗୁ ହେଉନାହିଁ, କେନ୍ଦ୍ର ଯୋଜନାରେ ଫଟୋ ଛାପି କିଏ କରିଛି ବେଇମାନୀ, ଏସବୁ ପ୍ରସଙ୍ଗର ଉତ୍ତର ଦେଇନାହାନ୍ତି ନବୀନ କି ପାଣ୍ଡିଆନ୍। ଏପଟେ 24 ଲଢେଇେ ମୁହାଁମୁହିଁ ମୋଦି ନବୀନ। ପୂର୍ବରୁ ଅମିତ ଶାହ ବି କହିସାରିଛନ୍ତି ଏଥର ଆମ୍ନା ସାମ୍ନା ଲଢେଇ, ବିଜେଡି ସରକାରକୁ ଓପାଡି ଫିଙ୍ଗିବାକୁ ଦେଇଛନ୍ତି ଆହ୍ବାନ ଦେଇଛନ୍ତି ଶାହ।

2019 ନିର୍ବାଚନରେ ବିଜେଡିକୁ କଡା ଟକ୍କର ଦେଇଥିଲା ବିଜେପି। ଲୋକସଭାରେ ବିଜେଡି 12 ଆସନ ଜିତିଥିବା ବେଳେ ବିଜେପି ଜିତିଥିଲା 8 ଆସନ। ତେବେ ଭୋଟ ବ୍ୟବଧାନ ଥିଲା ମାତ୍ର 10 ଲକ୍ଷ। ବିଜେଡି 42 ପ୍ରତିଶତ ଭୋଟ ପାଇଥିବା ବେଳେ ବିଜେପି ପାଇଥିଲା 38 ପ୍ରତିଶତ ଭୋଟ, କଂଗ୍ରେସ ହାତକୁ ଯାଇଥିଲା 13.4 ପ୍ରତିଶତ ଭୋଟ । 2024ରେ କଂଗ୍ରେସର ଭୋଟ ପ୍ରତିଶତ କମିପାରେ, ଯାହାର ଫାଇଦା ନେଇପାରେ ବିଜେପି। ଗୋଟେ ପଟେ ମୋଦି ସୁନାମୀ, ଆଉ ସେପଟେ ନବୀନଙ୍କ କମୁଥିବା ଲୋକପ୍ରିୟତା, ଯାହା ବିଜେଡିର ଚିନ୍ତା ବଢାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Modi strongly target the Chief Minister by raising various issues | Argus News