|
logo
Live

Argus News - ଲୋକାର୍ପିତ ହେବ ବ୍ରହ୍ମପୁର ଆଇଜରର ସ୍ଥାୟୀ କ୍ୟାମ୍ପସ୍, ଭର୍ଚୁଆଲ୍‌ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

Odisha

ଲୋକାର୍ପିତ ହେବ ବ୍ରହ୍ମପୁର ଆଇଜରର ସ୍ଥାୟୀ କ୍ୟାମ୍ପସ୍, ଭର୍ଚୁଆଲ୍‌ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଲୋକାର୍ପିତ ହେବ ବ୍ରହ୍ମପୁର ଆଇଜରର ସ୍ଥାୟୀ କ୍ୟାମ୍ପସ୍, ଭର୍ଚୁଆଲ୍‌ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଲୋକାର୍ପିତ ହେବ ବ୍ରହ୍ମପୁର ଆଇଜରର ସ୍ଥାୟୀ କ୍ୟାମ୍ପସ୍  । ଭର୍ଚୁଆଲ୍‌ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଭିଡ଼ିଓ କଂଫେରେନ୍ସି ମାଧ୍ୟମରେ ଯୋଗଦେବେ ।  କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ସୋମବାର ରାତିରେ ପହଞ୍ଚିଛନ୍ତି।  ବ୍ରହ୍ମପୁର ଆଇଜରରେ  2016-17ଶିକ୍ଷାବର୍ଷରୁ ଆଇଟିଆଇ ଅସ୍ଥାୟୀ କ୍ୟାମ୍ପସ୍‌ରେ ପାଠପଢ଼ା ଆରମ୍ଭ ହୋଇଥିଲା। ଲଉଡିଗାଁ ଠାରେ ସ୍ଥାୟୀ କ୍ୟାମ୍ପସ୍ ନିର୍ମାଣ ପାଇଁ 263.79 ଏକର ଜମି ଚିହ୍ନଟ ହୋଇଥିଲା।

ଏହାର ଭିତ୍ତିଭୂମି ପାଇଁ 1582.78କୋଟି ଟଙ୍କା ମଞ୍ଜୁର ହୋଇଥିଲା। 2019 ସେପ୍ଟେମ୍ବର୫ରେ କ୍ୟାମ୍ପସ୍ ନିର୍ମାଣ କାମ ଆରମ୍ଭ ହୋଇଥିଲା। ଏକାଡେମିକ୍ ବିଲଡିଂ, ଛାତ୍ରାବାସ, କ୍ୟାଣ୍ଟିନ୍, ଡାଇନିଂ ହଲ, କମ୍ୟୁନିଟି ସେଣ୍ଟର, ସ୍ବାସ୍ଥ୍ୟକେନ୍ଦ୍ର, ଅଧ୍ୟାପିକା ଓ କର୍ମଚାରୀଙ୍କ ପାଇଁ ଆବାସିକ କମ୍ପ୍ଲେକ୍ସ ନିର୍ମାଣ ହୋଇସାରିଛି। ଏହାସହ ଟେନିସ୍‌ କୋର୍ଟ, ବାସ୍କେଟ ବଲ, ଭଲିବଲ୍ କୋର୍ଟ, କ୍ରିକେଟ୍ ପଡ଼ିଆ ଏବଂ ଏକ ଖୋଲା ଷ୍ଟାଡିୟମ ସହିତ  ବାହ୍ୟ କ୍ରୀଡ଼ା ସୁବିଧା ରହିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଲୋକାର୍ପିତ ହେବ ବ୍ରହ୍ମପୁର ଆଇଜରର ସ୍ଥାୟୀ କ୍ୟାମ୍ପସ୍, ଭର୍ଚୁଆଲ୍‌ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ | Argus News