Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ଓଡ଼ିଶାରେ ସରକାର ଗଠନ ନେଇ ମୋଦିଙ୍କ ବଡ଼ ବୟାନ 

Manini Pattanayak
Browse all articles by Manini Pattanayak
·2 years ago·2 min read
 ଓଡ଼ିଶାରେ ସରକାର ଗଠନ ନେଇ ମୋଦିଙ୍କ ବଡ଼ ବୟାନ 

ଭୁବନେଶ୍ୱର:  ଓଡ଼ିଶାରେ ସରକାର ଗଠନ ନେଇ ମୋଦିଙ୍କ ବଡ଼ ବୟାନ.। ଉଡ଼ାଜାହାଜରୁ ପାଣ୍ଡିଆନଙ୍କ ସହ କଥୋପକଥନରେ ନବୀନ କରିଥିଲେ କଟାକ୍ଷ। ବିବାଦରେ ଏଣ୍ଟ୍ରି ମାରିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର। ଦିବାସ୍ବପ୍ନ ବନାମ ସତ ସ୍ବପ୍ନ ଏବେ ଓଡ଼ିଶାରେ ବିତର୍କ। ନବୀନ ନାଁ ନେଇନଥିଲେ ମାତ୍ର ବିଜେପି ନାଁ କହି ମୋଦିଙ୍କୁ କରିଥିଲେ ସିଧାସିଧା କଟାକ୍ଷ । ଏବେ ଧର୍ମେନ୍ଦ୍ରଙ୍କ ନିଶାନାରେ ନବୀନ ପଟ୍ଟନାୟକ । ସ୍ବପ୍ନ ଦେଖିବା ଟା ଭୁଲ୍ କି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ନବୀନଙ୍କ ସ୍ୱପ୍ନ ନାହିଁ କାରଣ ସେ ସୁନାଚାମଚ ଧରି ଜନ୍ମ ହୋଇଛନ୍ତି  । ମୋଦୀଙ୍କ ଆଖିରେ ଆଖିଏ ସ୍ବପ୍ନ । କାରଣ ତାଙ୍କ ବାପା ଚା ବିକାଳି ମାଆ ବାସନ ମଜାଳି । ଦେଶର ଗରିବ-ନିଷ୍ପେସିତ-ଅବହେଳିତ ।  ମହିଳା-ଯୁବକଙ୍କ ପାଇଁ ସ୍ବପ୍ନ ଦେଖନ୍ତି, ସଂକଳ୍ପ ନିଅନ୍ତି ଓ ସିଦ୍ଧିରେ ବଦଳାନ୍ତି ମୋଦି । 

ନବୀନ-ପାଣ୍ଡିଆନ୍ ଯୋଡିଙ୍କ ମୋଦିଙ୍କୁ କଟାକ୍ଷ ତୃଣମୂଳ ସ୍ତରରେ ତିଆରି କରିଛି ବଡ ପ୍ରତିକ୍ରିୟା । ସାରା ଦେଶ ଓ ରାଜ୍ୟରେ ଚାଲିଛି ମୋଦୀ ହାୱା  । ଏଥର ଓଡିଶାରେ  ନବୀନଙ୍କ ପାଇଁ ଭୋଟ ନୁହେଁ ପାଣ୍ଡିଆନ୍ ଷଡଯନ୍ତ୍ର କରି କ୍ଷମତା ଦଖଲର ଜାଲ ବୁଣୁଛନ୍ତି । ଓଡିଶାର ଉପକୂଳରୁ ଉପାନ୍ତ ଲୋକେ କରୁଛନ୍ତି ଚର୍ଚ୍ଚା । ନବୀନ ପାଣ୍ଡିଆନ୍ କଥୋପକଥନରେ ପାଣ୍ଡିଆନ୍ ଙ୍କ ବଡି ଲାଙ୍ଗୁଏଜ୍ ତିଆରି କରିଛି ତୃଣମୂଳ ସ୍ତରରେ ବଡ ପ୍ରତିକ୍ରିୟା । ପାଣ୍ଡିଆନ୍ ମୋଦୀଙ୍କୁ ଛାଡୁନାହାନ୍ତି, ମୋର 14 ପୁରୁଷ ଉଦ୍ଧାର କଲେ କଣ ବଡ କଥା ବୋଲି କହିଛନ୍ତି ଧର୍ମେନ୍ଦ୍ର ।
ଏବେ 25 ବର୍ଷର ମୁଖ୍ୟମନ୍ତ୍ରୀଙ୍କ ଜନପ୍ରିୟତା କାଠଗଡାରେ । ଗୋଟିଏ ପଟେ ଅପାର ସମ୍ଭାବନା ସତ୍ତ୍ୱେ ଓଡିଆ କାହିଁକି ଗରିବ -  ମୋଦିଙ୍କ ବକ୍ତବ୍ୟ ତିଆରି କରିଛି ବଡ ବିତର୍କ । ବିକାଶ ସାଙ୍ଗରେ ନବୀନଙ୍କୁ ହାଇଜାକ୍ କରିଥିବା ଓଡିଆ ସଂସ୍କୁତି, ସ୍ୱାଭିମାନ ଓ ଅସ୍ମିତାର ଅପମାନ ଷଡଯନ୍ତ୍ରରେ ସାମିଲ ପାଣ୍ଡିଆନଙ୍କ ଓଡିଆ ବିଜେଡି ନେତାଙ୍କୁ କ୍ରୀତାଦାସର ଆଚରଣ କରିବା ପଡିବକି ମହଙ୍ଗା ।
ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Modi's big statement about government formation in Odisha | Argus News