Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିକଶିତ ଭାରତ, ବିକଶିତ ଓଡ଼ିଶା ପାଇଁ ମୋଦିଙ୍କ ସଂକଳ୍ପ

Odisha

ବିକଶିତ ଭାରତ, ବିକଶିତ ଓଡ଼ିଶା ପାଇଁ ମୋଦିଙ୍କ ସଂକଳ୍ପ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବିକଶିତ ଭାରତ, ବିକଶିତ ଓଡ଼ିଶା ପାଇଁ ମୋଦିଙ୍କ ସଂକଳ୍ପ

ଅର୍ଗସ ବ୍ୟୁରୋ: ସଂକଟରେ ଓଡ଼ିଆ ଭାଷା, ବିପଦରେ ଅସ୍ମିତା, ଦିଲ୍ଲୀରେ ସାକ୍ଷାତକାରରେ କହିଥିଲେ ପ୍ରଧାନମନ୍ତ୍ରୀ। ଆଉ ଓଡ଼ିଶା ମାଟିକୁ ଆସି ଓଡ଼ିଆ ଭାଷା ଓ ସଂସ୍କୃତିକୁ ହିଁ ସବୁଠୁ ବେଶୀ ଗୁରୁତ୍ବ ଦେଲେ ମୋଦି। ଇଏ ମୋଦି ଗ୍ୟାରେଣ୍ଟି, ଓଡ଼ିଶାରେ ପ୍ରଥମ ଥର ହେବ ଡବଲ୍ ଇଞ୍ଜିନ ସରକାର। ପ୍ରଧାନମନ୍ତ୍ରୀ କହିଛନ୍ତି ବିଜେପି ସରକାର ହେଲେ ଓଡ଼ିଆ ସଂସ୍କୃତିକୁ ବୁଝୁଥିବା, ଓଡ଼ିଆ ସଂସ୍କୃତିକୁ ବଞ୍ଚୁଥିବା,  ଓଡ଼ିଆ ସଂସ୍କୃତି ଉପରେ ଗର୍ବ କରୁଥିବା ଏବଂ ଓଡ଼ିଆ ସଂସ୍କୃତି ପାଇଁ ସମର୍ପିତ ବ୍ୟକ୍ତି ହିଁ ହେବ ବିଜେପିର ମୁଖ୍ୟମନ୍ତ୍ରୀ।

ପ୍ରବଳ ଜନସମାଗମ ଭିତରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଉପହାର ଆଣିଥିବା କୁନି ପିଲାଙ୍କ ଉପରେ ପଡ଼ିଲା ମୋଦିଙ୍କ ନଜର। ସେମାନଙ୍କଠାରୁ ଫଟୋ ସଂଗ୍ରହ କରିବାକୁ କହିଲେ ମୋଦି। ଏଥିସହ ଠିକ୍ ଭାବେ ଓଡ଼ିଆ ଭାଷା କହିପାରୁନଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କଲେ ପ୍ରଧାନମନ୍ତ୍ରୀ। ଭାଷଣ ମଝିରେ ବାରମ୍ବାର ଓଡ଼ିଆ କହୁଥିଲେ ପ୍ରଧାନମନ୍ତ୍ରୀ। କିନ୍ତୁ ଓଡ଼ିଶାର 25 ବର୍ଷର ମୁଖ୍ୟମନ୍ତ୍ରୀ ଓଡିଆ ଜାଣିନାହାନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଅନନ୍ୟ ସମ୍ପର୍କ । ଗୁଜରାଟର ଅହମ୍ମଦାବାଦରେ ରହିଛି ଜଗନ୍ନାଥଙ୍କ ବଡ଼ ମନ୍ଦିର। ମୁଖ୍ୟମନ୍ତ୍ରୀ ଥିବାବେଳେ ଦୀର୍ଘ ବର୍ଷ ଧରି ସେଠାକାର ରଥଯାତ୍ରାରେ ଛେରାପହଁରା କରୁଥିଲେ ମୋଦି। ଆଉ ଇଏ 11 ବର୍ଷ ତଳର ଦୃଶ୍ୟ। 2013 ସେପ୍ଟେମ୍ବର 13 ତାରିଖରେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହୋଇଥିଲେ ନରେନ୍ଦ୍ର ମୋଦି।

ଆଉ ଏହାର ମାସକ ପୂର୍ବରୁ 2016 ଜୁଲାଇ 16ରେ ଓଡ଼ିଶା ଆସି ପୁରୀରେ ଶ୍ରୀଜୀଉଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ ପ୍ରଧାନମନ୍ତ୍ରୀ। ସେତେବେଳେ ବି ଓଡ଼ିଆରେ ବକ୍ତବ୍ୟ ରଖିଥିଲେ ମୋଦି। ମୋଦିଙ୍କ ଉପରେ ଲଗାତାର ରହିଛି ଜଗନ୍ନାଥଙ୍କ ଆଶୀର୍ବାଦ। ଏଥିପାଇଁ ତ ନିଜକୁ ଜଗନ୍ନାଥଙ୍କ ପୁତ୍ର କହିଛନ୍ତି ପ୍ରଧାନମନ୍ତ୍ରୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
Modi's concept for a developed Odisha | Argus News