Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସତ୍ତା ପରିବର୍ତ୍ତନ ପଛରେ ସବୁଠୁ ବଡ଼ ମୋଦିଙ୍କ ଯୋଗଦାନ

Ritu Das
Browse all articles by Ritu Das
·2 years ago·1 min read
ସତ୍ତା ପରିବର୍ତ୍ତନ ପଛରେ ସବୁଠୁ ବଡ଼ ମୋଦିଙ୍କ ଯୋଗଦାନ

ଅର୍ଗସ ବ୍ୟୁରୋ:  ଓଡ଼ିଶାରେ ନିଜ ପ୍ରଥମ ନିର୍ବାଚନୀ ସଭାରେ ମୋଦିଙ୍କ ଏ ଗର୍ଜନ ରାଜ୍ୟରେ ବଦଳାଇଦେଲା ରାଜନୈତିକ ପାଣିପାଗ। ମୋଦି ଗ୍ୟାରେଣ୍ଟି ଦେଇଥିଲେ ଓଡ଼ିଶାରେ ଏଥର ନିଶ୍ଚୟ ହେବ ବିଜେପି ସରକାର। ଓଡ଼ିଆ ଭାଷା, ସଂସ୍କୃତି, ସ୍ବାଭିମାନ, ଗୌରବ ଆଉ ସର୍ବୋପରି ଓଡ଼ିଆ ଅସ୍ମିତାକୁ ନିର୍ବାଚନୀ ପ୍ରସଙ୍ଗ କରିଥିଲା ବିଜେପି। ପ୍ରଥମ ନିର୍ବାଚନୀ ସଭାକୁ ଆସିବା ପୂର୍ବରୁ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିସାରିଥିଲେ ପ୍ରଧାନମନ୍ତ୍ରୀ। 
ମୋଦିଙ୍କ ସବୁଠାରୁ ବଡ଼ ଟାର୍ଗେଟ୍ ଥିଲେ ଓଡ଼ିଶାକୁ ଲୁଟ୍ କରିଥିବା ମାଫିଆ। ପିଏମ୍ ଗ୍ୟାରେଣ୍ଟି ଦେଇଥିଲେ ବିଜେପି ସରକାର ହେଲେ ଭାଙ୍ଗି ଦିଆଯିବ ମାଫିଆର ଅଣ୍ଟା।

କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଜଡ଼ିତ ପ୍ରସଙ୍ଗ । ଶ୍ରୀମନ୍ଦିର ରତ୍ନଭଣ୍ଡାର। ଯାହାକୁ ନେଇ ବର୍ଷ ବର୍ଷ ଧରି ଖେଳ ଖେଳି ଚାଲିଥିଲା ବିଜେଡି ସରକାର। ରତ୍ନଭଣ୍ଡାର ଖୋଲା ନ ଯିବା,  ଚାବି ହଜିବା, ପୁଣି ଡୁପ୍ଲିକେଟ୍ ଚାବି ହେବା ଆଉ ରତ୍ନଭଣ୍ଡାରରୁ ରତ୍ନ ଚୋରି ପ୍ରସଙ୍ଗ ଉଠାଇ ବିଜେଡି ସରକାର ଉପରେ ବାରମ୍ବାର ଆକ୍ରମଣ କଲେ ପ୍ରଧାନମନ୍ତ୍ରୀ। 

ନିର୍ବାଚନୀ ପ୍ରକ୍ରିୟା ବେଳେ ସବୁ ପର୍ଯ୍ୟାୟ ପ୍ରଚାରରେ ଓଡ଼ିଶାକୁ ଆସିଲେ ମୋଦି। ବିଶାଳ ଜନସଭା ସାଙ୍ଗକୁ ରୋଡ଼ ସୋ କଲେ। ବିଜେଡି ସରକାର ଉପରେ କଲେ ଘନ ଘନ ଆକ୍ରମଣ। ଓଡ଼ିଶାବାସୀଙ୍କୁ ଗରିବ କରି ରଖିଥିବା ବିଜେଡି ସରକାରକୁ ପାପୀ କହିଲେ ପ୍ରଧାନମନ୍ତ୍ରୀ। 
ମୋଦି ଗ୍ୟାରେଣ୍ଟି ଦେଲେ ଓଡ଼ିଶାରେ ବିଜେପି ସରକାର ହେଲେ ଓଡ଼ିଆ ସଂସ୍କୃତିକୁ ବୁଝୁଥିବା, ଓଡ଼ିଆ ସଂସ୍କୃତିକୁ ବଞ୍ଚୁଥିବା,  ଓଡ଼ିଆ ସଂସ୍କୃତି ଉପରେ ଗର୍ବ କରୁଥିବା ଏବଂ ଓଡ଼ିଆ ସଂସ୍କୃତି ପାଇଁ ସମର୍ପିତ ବ୍ୟକ୍ତି ହିଁ ହେବ ବିଜେପିର ମୁଖ୍ୟମନ୍ତ୍ରୀ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Modi's contribution | Argus News