ଜନ୍ମଦିନରେ ଓଡିଶାର ଭିତ୍ତିଭୂମି ବିକାଶ ଓ ଗରିବ କଲ୍ୟାଣକୁ ମୋଦିଙ୍କ ଫୋକସ

ଅର୍ଗସ ବ୍ୟୁରୋ: ଜନ୍ମଦିନରେ ଓଡିଶାର ଭିତ୍ତିଭୂମି ବିକାଶ ଓ ଗରିବ କଲ୍ୟାଣକୁ ମୋଦିଙ୍କ ଫୋକସ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜନ୍ମ ଦିନ। ଓଡିଶାରେ 3800 କୋଟିର ରେଳ ଓ ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ରେଳ ଓ ଜାତୀୟ ରାଜପଥ ଭିତ୍ତିଭୂମି ଲାଗି ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ଆଜି ପ୍ରଧାନମନ୍ତ୍ରୀ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ଗାଡକଣ ଶବର ସାହି ଯାଇ ସେଠାରେ ପିଏମ ଆବାସ ଯୋଜନା ହିତାଧିକାରୀଙ୍କ ସହ ଆଲୋଚନା କରିବେ । ପିଏମ ଆବାସ ହିତାଧିକାରୀ ଆନ୍ତର୍ଯ୍ୟମୀ ନାୟକଙ୍କ ନବ ନିର୍ମିତ ପକ୍କା ଘର ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ଯୋଗ ଦେବା । ପରେ ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ସହ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବେ ମୋଦି ।
ଯେଉଁଥିରେ ରହିଛି ୨୮୦୦ କୋଟିର ରେଳ ପ୍ରକଳ୍ପ ଏବଂ ୧୦୦୦ କୋଟିର ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କହିବେ । ସେହିପରି ୧୦ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ହିତାଧିକାରୀଙ୍କୁ ଯୋଜନାର ପ୍ରଥମ କିସ୍ତି ଦେବା ସହ ୨୬ ଲକ୍ଷ ପିଏମ ଆବାସ ଗ୍ରାମୀଣ ଏବଂ ସହରାଞ୍ଚଳ ହିତାଧିକାରୀଙ୍କ ଗୃହ ପ୍ରବେଶ କରାଇବେ ମୋଦି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: