Videos
|
Odisha

ଭାରତର ଦକ୍ଷ ଯୁବଶକ୍ତି ଉପରେ ମୋଦିଙ୍କ ଦୃଢ଼ ବିଶ୍ବାସ

Rashmita Mishra
Browse all articles by Rashmita Mishra
·1 year ago·1 min read
ଭାରତର ଦକ୍ଷ ଯୁବଶକ୍ତି ଉପରେ ମୋଦିଙ୍କ ଦୃଢ଼ ବିଶ୍ବାସ

ଅର୍ଗସ ବ୍ୟୁରୋ: ଭାରତ ବନୁଛି ଗ୍ଲୋବାଲ୍ ସାଉଥର ଦୃଢ଼ ସ୍ଵର । ବୈଷୟିକ ଜ୍ଞାନ ଓ ଦକ୍ଷତା କ୍ଷେତ୍ରରେ ଥିବା ଚାଲେଞ୍ଜକୁ ଅତିକ୍ରମ କରି ବିଶ୍ଵ ଦରବାରରେ ସ୍ଵତନ୍ତ୍ର ପରିଚୟ ତିଆରି କରୁଛି ଭାରତ । ପ୍ରଧାନମନ୍ତ୍ରୀ ଭାବେ ନବମ ଥର ଆମେରିକା ଗସ୍ତର ଦ୍ଵିତୀୟ ଦିନରେ ନ୍ୟୁୟର୍କରେ ପ୍ରମୁଖ ଆମେରିକୀୟ ଟେକ୍ କମ୍ପାନୀର ସିଇଓଙ୍କ ସହ ଗୋଲ୍ ଟେବୁଲ ବୈଠକ କରିଛନ୍ତି ନରେନ୍ଦ୍ର ମୋଦି। ପିଏମ୍ କହିଛନ୍ତି, ବିକଶିତ ଭାରତ ସଂକଳ୍ପ ପୂରଣ ପାଇଁ ଦେଶର ଯୁବପିଢ଼ିଙ୍କ ଉପରେ ଭରସା ରହିଛି। କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ଶକ୍ତି କ୍ଷେତ୍ରରେ ବିକାଶ ପାଇଁ ଭାରତ ସରକାର ଉନ୍ନତ ଟେକ୍ ସହ AIର ଉପଯୋଗକୁ ପ୍ରୋତ୍ସାହନ ଦେଉଛନ୍ତି । ନୂଆ ଭାରତରେ ଖୁବଶୀଘ୍ର `ମେଡ ଇନ ଇଣ୍ଡିଆ- ଚିପ୍' ନିର୍ମାଣକୁ ମୋଦି ଗ୍ୟାରେଣ୍ଟି କହିଛନ୍ତି ପ୍ରଧାନମନ୍ତ୍ରୀ ।  

ନ୍ୟୁୟର୍କର ପ୍ୟାଲେସ ହୋଟେଲରେ ରାଉଣ୍ଡ ଟେବୁଲ ବୈଠକରେ AI, କ୍ଵାଣ୍ଟମ୍ କମ୍ପ୍ୟୁଟିଂ, ସେମିକଣ୍ଡ ପରି କ୍ଷେତ୍ରରେ କାମ କରୁଥିବା ପ୍ରମୁଖ 15ଟି ଆମେରିକୀୟ କମ୍ପାନୀ ମୁଖ୍ୟଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । ଏଥିରେ ଗୁଗଲ ସିଇଓ ସୁନ୍ଦର ପିଚାଇ, ଆଇବିଏମ୍ ସିଇଓ ଅରବିନ୍ଦ କୃଷ୍ଣ, ଏଡୋବ ସିଇଓ ଶାନ୍ତନୁ ନାରାୟଣ, ଏମଡି ସିଇଓ ଲିସା ସୁ, ମାଡର୍ଣ୍ଣା ସିଇଓ ନବର ଆଫୟାନ, ହୋଲଟେକ୍ ଇଣ୍ଟରନ୍ୟାସନାଲ ସିଇଓ ଡକ୍ଟର କୃଷ୍ଣ ସିଂ ପ୍ରମୁଖ ସାମିଲ ହୋଇଥିଲେ । 

ବିଶ୍ଵର ପ୍ରମୁଖ ଟେକ୍ କମ୍ପାନୀ ଗୁଡ଼ିକ ପାଇଁ ଭାରତ ଏବେ ପାଲଟିଛି ନିବେଶର ନୂଆ ଠିକଣା । ଏକବିଂଶ ଶତାବ୍ଦୀର ବିଶ୍ଵ ଟେକ୍ନୋଲୋଜି ଦ୍ଵାରା ପରିଚାଳିତ ହେଉଥିବାବେଳେ ଭାରତରେ ରହିଛି ବିଶାଳ ବଜାର ସହ ଦକ୍ଷ ଯୁବଶକ୍ତି । ପ୍ରଯୁକ୍ତି ବିଦ୍ୟାକୁ ଦେଶର ବିକାଶ ପାଇଁ ଗୁରୁତ୍ଵପୂର୍ଣ୍ଣ ସ୍ତମ୍ଭ କରିବାକୁ ଯୁବପିଢିକୁ ଆହ୍ଵାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Modi's strong belief in India's talented youth | Argus News