Videos
|
Odisha

ସୁଭଦ୍ରା ଯୋଜନାରେ ୧୦ ହଜାର କୋଟି ଟଙ୍କାର ବ୍ୟୟବରାଦ କଲେ ମୋହନ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ସୁଭଦ୍ରା ଯୋଜନାରେ ୧୦ ହଜାର କୋଟି ଟଙ୍କାର ବ୍ୟୟବରାଦ କଲେ ମୋହନ

ଅର୍ଗସ ବ୍ୟୁରୋ : ରାଜ୍ୟବାସୀଙ୍କ ନଜର ରହିଥିଲା ସୁଭଦ୍ରା ଯୋଜନା ଉପରେ । ମୋହନ ସରକାର ସୁଭଦ୍ରା ଯୋଜନାରେ ୧୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ସେହିପରି ମମତା ଓ ପିଏମଏମଭିଓ୍ବାଇ ଯୋଜନାରେ ୫୨୧ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ପୋଷଣ ଅଭିଯାନ ପାଇଁ ୨୯୫ କୋଟି ଟଙ୍କା ଖର୍ଚ୍ଚ ହେବ । ଆଇସିଡିଏସ ଯୋଜନାରେ ରାଜ୍ୟର ଅବଦାନ ରହିବ ୧୩୬୬ କୋଟି ଟଙ୍କା । ସେହିପରି ମିଶନ ଶକ୍ତି ଯୋଜନାରେ ୧୧୭୯ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । 

ଅଧିକ ପଢନ୍ତୁ : ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପାଇଁ ୧ ହଜାର କୋଟିର ବ୍ୟୟବରାଦ

ଯଦି ସୋସିଆଲ ସିକ୍ୟୁରିଟି ବା ସାମାଜିକ ସୁରକ୍ଷା କଥା ଦେଖିବା ତେବେ ମଧୁବାବୁ ପେନସନ ଯୋଜନାରେ ୪୪୮୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଭୀମ ଭୋଇ ଭିନ୍ନକ୍ଷମ ସମର୍ଥ୍ୟ ଅଭିଯାନ ପାଇଁ 56 କୋଟି ଟଙ୍କା । ଆଢଭାନ୍ସଡ ରିହାବିଲିଟେସନ ସେଣ୍ଟର ପାଇଁ ୨୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Mohan approved the expenditure of 10 thousand crore rupees in Subhadra Yojana | Argus News