ମନରେ ଅସନ୍ତୋଷର ନିଆଁ, ସେଥିପାଇଁ ଛାଡିଲି ବିଜେଡି...
·2 years ago

ଅର୍ଗସ ବ୍ୟୁରୋ: ଝାରସୁଗୁଡ଼ା ଜିଲ୍ଲା କିର୍ମିରା ପଞ୍ଚାୟତ ବିଜେଡି ସଭାପତି କିର୍ମୀରା ପଞ୍ଚାୟତର ବିଜେଡି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ମୋହନ ଚନ୍ଦ୍ର ନାୟକ । ଦୀର୍ଘ ୫ ବର୍ଷ ଧରି ସେ ଏହି ଦାୟିତ୍ୱରେ ରହିଥିଲେ । ଇସ୍ତଫା ଦେବାର କାରଣ ସେ ଗୋପନୀୟ ରଖିଥିବାବେଳେ ମନରେ ଅସନ୍ତୋଷର ନିଆଁ ରହିଥିବା କୁହାଯାଉଛି । କାରଣ ସିଧା ସଳଖ ନାଁ ନ ନେଇଥିଲେ ବି ପରୋକ୍ଷରେ ବିଧାୟିକା ଦିପାଲି ଦାସଙ୍କୁ ଟାର୍ଗେଟ କରିଛନ୍ତି ମୋହନ ଚନ୍ଦ୍ର ନାୟକ । ସେ କହିଛନ୍ତି, ଯେତେବେଳେ ନବ ଦାସ ଥିଲେ ତାଙ୍କୁ ଗୁରୁତ୍ଵ ଦେଉଥିଲେ । ବର୍ତ୍ତମାନ୍ ଯିଏ ଅଛନ୍ତି ସେ ତାଙ୍କୁ କିଛି କହୁନାହାନ୍ତି । ତାଙ୍କୁ ଅଣଦେଖା କରି ସବୁ କାମ କରାଯାଉଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: