Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପାଣ୍ଡିଆନଙ୍କ ଅନୁଗତଙ୍କୁ ମୋହନ ସରକାରଙ୍କ ଛାଟ 

Odisha

ପାଣ୍ଡିଆନଙ୍କ ଅନୁଗତଙ୍କୁ ମୋହନ ସରକାରଙ୍କ ଛାଟ 

Manini Pattanayak
Browse all articles by Manini Pattanayak
·1 year ago
ପାଣ୍ଡିଆନଙ୍କ ଅନୁଗତଙ୍କୁ ମୋହନ ସରକାରଙ୍କ ଛାଟ 

 ଭୁବନେଶ୍ୱର:  ପାଣ୍ଡିଆନଙ୍କ ଅନୁଗତଙ୍କୁ ମୋହନ ସରକାରଙ୍କ ଛାଟ । ବିଜେଡି ସରକାର ସମୟରେ ଦୁଇ ଜଣ ପ୍ରଭାବଶାଳୀ ଆଇପିଏସ୍ ଅଫିସର ଡି.ଏସ୍. କୁଟ୍ଟେ ଓ ରବିକାନ୍ତଙ୍କୁ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତ ଦେଇଛନ୍ତି ମୋହନ ସରକାର । ପାଣ୍ଡିଆନଙ୍କ ଅନୁଗତ ଏବେ ଅଳିଆ ଗଦାରେ ।

ଏହି ଅଫିସର ମାନେ ବିଜେଡି ଦଳ ପାଇଁ କାର୍ଯ୍ୟ କରୁଥିବା ହୋଇଥିଲା ଅଭିଯୋଗ । ବିଜେଡି ସରକାର ସମୟରେ ଆଇପିଏସ୍ ଡି.ଏସ୍. କୁଟ୍ଟେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ ଥିବାବେଳେ ନିର୍ବାଚନ ତନ୍ତ୍ରକୁ ପ୍ରଭାବିତ କରୁଥିବା ଅଭିଯୋଗ ହୋଇଥିଲା । ଏହି ଆଧାରରେ ସିଏମଓ ସ୍ବତନ୍ତ୍ର ସଚିବ ପଦରୁ କୁଟ୍ଟେଙ୍କୁ ନିଲମ୍ବନ ସହ ଓଡ଼ିଶାରୁ ତଡିପାର ଭଳି କଠୋର ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ । ତେବେ ପୂର୍ବରୁ ଭିନିଲ୍ କ୍ରୀଷ୍ଣା ଓ ମାଥି ଭାଥନନଙ୍କୁ ମଧ୍ୟ ମୋହନ ସରକାରଙ୍କ ଛାଟ ଲାଗିଛି । 
 ଅଧିକ ପଢନ୍ତୁ ଓଡ଼ିଶା  ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mohan government has appointed Kutte and Ravikant as OSD of Home Department | Argus News