Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆକ୍ସନ ମୋଡରେ ମୋହନ ସରକାର 

Manini Pattanayak
Browse all articles by Manini Pattanayak
·1 year ago·2 min read
ଆକ୍ସନ ମୋଡରେ ମୋହନ ସରକାର 

ଭୁବନେଶ୍ୱର:  ଆକ୍ସନ ମୋଡ଼ରେ ମୋହନ ସରକାର । ଭଦ୍ରକରେ ଚାଲିଲା ବୁଲଡୋଜର, ସରକାରୀ ଜମି ଜବରଦଖଲ ଉଚ୍ଛେଦ । ଜେସିବି ଲାଗି ଭାଙ୍ଗିଲା ପୁରୀ ବେଳାଭୂମିରେ ବେଆଇନ ନିର୍ମାଣଧିନ ଘର । ରାଜନଗରରେ ବିବାଦୀୟ ସ୍ବାଦ ହୋଟେଲରୁ ହଟିଲା 25 ଡେସିମିଲ ଜଙ୍ଗଲ ଜମି ।  ଏବେ ଆକ୍ସନ ମୋଡରେ ମୋହନ ସରକାର ।  ଦୋକାନ ବଜାର ଭଙ୍ଗା ଚାଲିଛି। ଭଦ୍ରକ ସହରରେ ସରକାରୀ ଜମିକୁ ଜବରଦଖଲ କରି ହୋଇଥିଲା ଦୋକାନ । ଆଜି ତା ଉପରେ ବୁଲଡୋଜର ଚଢିଛି । ଦୀର୍ଘ ବର୍ଷ ଧରି ଏଠାରେ ସରକାରୀ ଜମି ଜବର ଦଖଲ ହୋଇ ରହିଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଲଡୋଜର ଚଲାଇ ଉଚ୍ଛେଦ କରାଯାଇଛି । ଅପର୍ତିବିନ୍ଧା ଛକରୁ ଆରମ୍ଭ ହୋଇ ଟାଉନ ହଲ ଛକ ପର୍ଯ୍ୟନ୍ତ ପ୍ରଥମ ଫେଜରେ ଉଛେଦ କରାଯାଉଛି । 4ଟି ପର୍ଯ୍ୟାୟରେ ଜାରି ରହିବ ଉଚ୍ଛେଦ ପ୍ରକ୍ରିୟା । ଆଜି ସକାଳୁ ଉଚ୍ଛେଦ ହେବା ନେଇ ଲୋକମାନଙ୍କୁ ସୂଚନା ଦିଆଯାଇଥିଲା ।  ଭାଙ୍ଗିଲା ପୁରୀ ବେଳାଭୂମିରେ ନିର୍ମାଣଧିନ ଘର। ଆଇନ ଉଲ୍ଲଂଘନ କରି ଜୁଆର ମାଡ଼ ହେଉଥିବା ସ୍ଥାନରେ ବି ଜାରି ରହିଥିଲା ନିର୍ମାଣ ।

ପୁରୀ ବେଳାଭୂମିକୁ ବେଆଇନ ପ୍ରକ୍ରିୟାରେ ଜବରଦଖଲ କରାଯାଇ ଘର ନିର୍ମାଣ ଓ ପ୍ଲଟିଂ କରାଯାଇଥିଲା । ଜଣେ ମହିଳା ଏହି ବେଆଇନ ନିର୍ମାଣ କରିଥିଲେ ଯାହା ତାଙ୍କୁ ମହଙ୍ଗା ପଡ଼ିଛି । ସିଆର୍‌ଜେଡ୍ ଅନୁମତି ପ୍ରତ୍ୟାହାର ପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିର୍ମାଣାଧୀନ ଘରକୁ ଭଙ୍ଗାଯାଇଛି। ବ୍ରହ୍ମଗିରି ତହସିଲଦାର, ପିକେଡିଏ ଓ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଏହି ବେଆଇନ ନିର୍ମାଣକୁ ଜେସିବି ଲଗାଇ ସଂପୂର୍ଣ୍ଣ ଉଚ୍ଛେଦ କରାଯାଇଛି।   ବିବାଦୀୟ ସ୍ବାଦ ହୋଟେଲରୁ ହଟିଲା ୨୫ ଡ଼ିସମିଲ ଜଙ୍ଗଲ ଜମି l ୨୫ ଡ଼ିସମିଲ ଜଙ୍ଗଲ ଜମିରେ ହୋଇଥିବା ପାଇଖାନା ଓ ଡାଇନିଂକୁ ଭଙ୍ଗାଯାଇଛି । ତେବେ ଏହି ୨୫ ଡ଼ିସମିଲ ଜଙ୍ଗଲ ଜମି ଆସିଲା କେଉଁଠୁ l ବାକି ଜାଗାରେ ନିର୍ମାଣ ହୋଇଥିବା ସ୍ୱାଦ ହୋଟେଲରେ ରହିଛି କି ରହସ୍ୟ? କାହିଁକି ନା ଯେଉଁ ଜଙ୍ଗଲ ପାଖରେ ଦୁଇଶହ ବର୍ଷ ଧରି ରହି ଆସୁଥିବା ବାଙ୍କୁଆଳ ବାସୀଙ୍କୁ ସରକାର ଏଯାଏଁ ସ୍ଥାୟୀ ପଟ୍ଟା ଦେଇପାରିଲା ନାହିଁ ସେହି ଜାଗାରେ ହୋଟେଲ ସ୍ବାଦକୁ ସ୍ଥାୟୀ ପଟ୍ଟା ମିଳିଲା କେମିତି ? ଏହା ପଛରେ ରହିଛି କି ବଡ଼ ରହସ୍ୟ l ରାଜସ୍ବ ମନ୍ତ୍ରୀ କରିବେ କି ଏହାର ତଦନ୍ତ l    ସରକାରୀ ଜମି ଉପରେ ବେଆଇନ ଜବର ଦଖଲ କାରୀଙ୍କୁ ବଡ଼ ଚେତାବନୀ । ତୁରନ୍ତ ଜବର ଦଖଲ ହଟାଅ । ନଚେତ ଚାଲିବ ବୁଲଡୋଜର । ମୋହନ ସରକାରଙ୍କ ବୁଲଡୋଜର । କାହିଁକି ନା ଆକ୍ସନ ମୋଡରେ ମୋହନ ସରକାର ।  
 ଅଧିକ ପଢନ୍ତୁ ଓଡ଼ିଶା ଖବର  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mohan government in action mode | Argus News