ମୋହନ ସରକାରଙ୍କ ଦୁର୍ନୀତି ବିରୋଧୀ ଅଭିଯାନ

Key Points
ମୋହନ ସରକାରଙ୍କ ଦୁର୍ନୀତି ବିରୋଧୀ ଅଭିଯାନ
24 ବର୍ଷର ସରକାର ଥିଲା ବ୍ୟୁରୋକ୍ରାଟିକ୍ ଡ୍ରିଭେନ୍
ଶାସନ ନିୟନ୍ତ୍ରଣ କରୁଥିଲା ତୃତୀୟ ମହଲା
ଚାକିରି ଛାଡ଼ିଲେ ପାଣ୍ଡିଆନ, କୁଟ୍ଟେ କରୁଛନ୍ତି ତଦନ୍ତର ସାମ୍ନା
ଚାନ୍ଦା ଆଦାୟରେ ଲଗାଇଥିଲେ ପୁରା ଅଫିସର ନେଟୱର୍କ
ଏବେ ଦୁଇ ଜଣ ଅଫିସର ପୂର୍ବରୁ ଧରା ପଡ଼ିଛନ୍ତି ଅନେକ
ଚାନ୍ଦା ଆଦାୟ ଦାୟିତ୍ବ ନେଇଥିବା ଅଫିସରଙ୍କ ପାଖରେ ଏତେ
ଥାର୍ଡ ଫ୍ଲୋର ସର୍ଦ୍ଦାରଙ୍କ ପାଖରେ ପହଞ୍ଚୁଥିଲା କେତେ ?
ଅର୍ଗସ ବ୍ୟୁରୋ: ଜେଲ୍ ସୁପରିଟେଣ୍ଡେଣ୍ଟ ଏବେ ଜେଲ୍ କଏଦୀ | ଯେଉଁ ଝାରପଡ଼ା ଜେଲରେ ଦିନେ ସୁପରିଟେଣ୍ଡେଣ୍ଟ ଥିଲେ ସେହି ଜେଲର ସେଲ୍ ନଂ 2ରେ କଏଦୀ ହୋଇ ରାତି କାଟିଲେ ସତ୍ୟ ପ୍ରକାଶ ସ୍ବାଇଁ । ଜେଲ୍ ଭିତରେ କଏଦୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଟଙ୍କାର ପାହାଡ଼ ଉପରେ ଶୋଇଥିଲେ ସତ୍ୟ ପ୍ରକାଶ | ଆୟ ସମ୍ପତ୍ତିଠାରୁ 1 କୋଟି 30ଲକ୍ଷ ଟଙ୍କାର ଅଧିକ ସମ୍ପତ୍ତି ଠୁଳ କରିଥିଲେ | ଭିଜିଲାନ୍ସ ରେଡ୍ ବେଳେ ଭୁବନେଶ୍ୱର ଝାରପଡାରେ ଦେଢ଼ କୋଟି ଟଙ୍କାର ତିନିମହଲା ଘର, ଭୁବନେଶ୍ୱର, ବଲାଙ୍ଗୀର ସହ ବିଭିନ୍ନ ସ୍ଥାନରେ 4 ଟି ଦାମୀ ପ୍ଲଟ ଠାବ ହୋଇଛି। 10 ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ 6 ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ବି ମିଳିଛି।ସେପଟେ ଗିରଫ ହୋଇ ଜେଲ ଯାଇଛନ୍ତି ନୂଆପଡ଼ା MVI ବିଜୟ କୁମାର ବେହୁରିଆ | ଗୋଟିଏ ଘରୋଇ ଗାଡ଼ିରେ 1 ଲକ୍ଷ 32 ହଜାର ଟଙ୍କା ନେଇ ଭୁବନେଶ୍ୱର ଆସିବା ବେଳେ ଖୋର୍ଦ୍ଧା ମେଡିକାଲ ନିକଟରେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ ।
ମୋହନ ସରକାରଙ୍କ ଦୁର୍ନୀତି ବିରୋଧୀ ଅଭିଯାନରେ ଧରାପଡୁଛନ୍ତି ଜଣକ ପରେ ଜଣେ କୋଟିପତି ବାବୁ। ବିଜୁ ଜନତା ଦଳର 24 ବର୍ଷର ସରକାର ସମ୍ପୂର୍ଣ୍ଣ ରୂପେ ଥିଲା ଅମଲା ଦ୍ବାରା ପରିଚାଳିତ। ରାଜ୍ୟର ଶାସନ ନିୟନ୍ତ୍ରଣ କରୁଥିଲା ତୃତୀୟ ମହଲା। ଅଭିଯୋଗ ଏଠାରୁ ସାରା ରାଜ୍ୟର ଅଫିସରଙ୍କୁ କମାଣ୍ଡ ଦେଉଥିଲେ ପାଣ୍ଡିଆନ ଓ କୁଟ୍ଟେଙ୍କ ଭଳି ଅଫିସର। ପୁରା ଅଫିସର ନେଟୱର୍କକୁ ଚାନ୍ଦା ଆଦାୟରେ ଲଗାଇଥିଲେ । ଏମାନଙ୍କ ନିର୍ଦ୍ଦେଶରେ ରାଜ୍ୟ ରାଜକୋଷରୁ ଟଙ୍କା ହଡ଼ପ କରି ବିଜେଡି ସରକାରକୁ ପାଣ୍ଠି ଯୋଗାଉ ଥିଲେ ସରକାରୀ ବାବୁ | ଚାକିରି ଛାଡ଼ିଲେ ପାଣ୍ଡିଆନ, କୁଟ୍ଟେ ତଦନ୍ତର ସାମ୍ନା କରୁଛନ୍ତି। ଏବେ ଦୁଇ ଦିନ ଭିତରେ 2 ଜଣ ଅଫିସର ଆଉ ଗତ କିଛି ମାସ ଭିତରେ ଧରାପଡ଼ିଛନ୍ତି ବହୁ ସରକାରୀ ବାବୁ। ଚାନ୍ଦା ଆଦାୟ ଦାୟିତ୍ବ ନେଇଥିବା ଅଧିକାରୀଙ୍କ ହାତରେ ଘସି ହୋଇ ରହିଯାଉଥିବା ସମ୍ପତ୍ତି ଯଦି ଏତେ ତେବେ ପ୍ରଶ୍ନ ହେଲା ଥାର୍ଡ ଫ୍ଲୋର ସର୍ଦ୍ଦାରଙ୍କ ପାଖରେ ପହଞ୍ଚୁଥିଲା କେତେ ? ଭିଜିଲାନ୍ସ ସ୍କାନରରେ ଅଛନ୍ତି ଆହୁରି ସରକାରୀ ବାବୁ | ତେବେ ଏମାନଙ୍କ ସର୍ଦ୍ଦାର ପାଲଟିଥିବା ଅଫିସରଙ୍କ ବିରୋଧରେ କଷି ହେବ କି ଆଇନର ଫନ୍ଦା ?
ଅଧିକ ପଢ଼ନ୍ତୁ ଓଡିଶା ଖବର: