Videos
|
Odisha

ସ୍କୁଲ ଡ୍ରପ ଆଉଟ୍ ରୋକିବାକୁ ମୋହନ ସରକାରଙ୍କ ବଡ଼ ପଦକ୍ଷେପ

Ritu Das
Browse all articles by Ritu Das
·2 years ago·2 min read
ସ୍କୁଲ ଡ୍ରପ ଆଉଟ୍ ରୋକିବାକୁ ମୋହନ ସରକାରଙ୍କ ବଡ଼ ପଦକ୍ଷେପ

ଅର୍ଗସ ବ୍ୟୁରୋ: ଚଳିତ ବର୍ଷଠୁ ଲାଗୁ ହେବ ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା । ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଡ୍ରପ ଆଉଟ ରୋକିବାକୁ ମୋହନ ସରକାରଙ୍କ ନୂଆ ଯୋଜନାରେ ଲାଗିଛି ରାଜ୍ୟ କ୍ୟାବିନେଟର ମୋହର । ବିଧାନସଭାରେ ଏନେଇ ଘୋଷଣା କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଚଳିତ ବର୍ଷ ଏହି ଯୋଜନାରେ ୩ ଲକ୍ଷ ଛାତ୍ରଛାତ୍ରୀ ହେବେ ଉପକୃତ ।

ଅଷ୍ଟମରୁ ଉତ୍ତୀର୍ଣ୍ଣ ହୋଇ ନବମ ଯାଇଥିବେ ଏବଂ ଦଶମରୁ ଉତ୍ତୀର୍ଣ୍ଣ ହୋଇ ଏକାଦଶକୁ ଯାଇଥିବା ବିଦ୍ୟାର୍ଥୀଙ୍କୁ ପ୍ରୋତ୍ସାହନ ରାଶି ଭାବେ ମିଳିବ ବାର୍ଷିକ ୫ ହଜାର ଟଙ୍କା । ଯୋଜନା ପାଇଁ ଖର୍ଚ୍ଚ ହେବ ୧୫୬ କୋଟି ଟଙ୍କା। ପୂର୍ବ ବିଜେଡ଼ି ସରକାର ସମୟରେ ଚିନ୍ତାଜନକ ଭାବେ ବଢୁଥିଲା ଡ୍ରପ ଆଉଟ୍ ସଂଖ୍। ଦଶମରେ ଓଡ଼ିଶାର 49.9 ପ୍ରତିଶତ ପିଲା ପାଠ ଛାଡ଼ୁଥିଲେ । ଏ ନେଇ 2023 ଡିସେମ୍ବରରେ ଲୋକସଭାରେ ଉତ୍ତର ରଖି ସୂଚନା ଦେଇଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଡ୍ରପ ଆଉଟ୍ ରୋକିବାକୁ ସରକାରଙ୍କ ନୂଆ ପ୍ରୟାସକୁ ଧନ୍ୟବାଦ ଦେଇଛନ୍ତି ସ୍କୁଲ ଛାତ୍ର ଛାତ୍ରୀ ଓ ଶିକ୍ଷକ । ସେପଟେ ରାଜ୍ୟ ସ୍ତରୀୟ ଗୁରୁ ଦିବସ ଅବସରରେ ପୂର୍ବ ନବୀନ ସରକାରର 5T ଯୋଜନାର ପୋଲ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟରେ ଗୁଣାତ୍ମକ ଶିକ୍ଷାକୁ ବୃଦ୍ଧି କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ପୂର୍ବ ସରକାର ଯେଉଁ 5T କରିଥିଲେ ତାହା ସଫଳ ହୋଇନାହିଁ । ପିଲାମାନେ ସେହି ସ୍କୁଲରେ ପଢିଲେ ଅଥଚ ହରଣ ଗୁଣନ ଆସିଲା ନାହିଁ, ତେଣୁ ହାଇସ୍କୁଲ ସ୍ମାର୍ଟ ନୁହେଁ ପ୍ରାଥମିକ ସ୍ତରରେ ସ୍କୁଲ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ଆମେ ନିଷ୍ପତି ନେଇଛୁ । ବିରୋଧି ଦଳ ମୁଖ୍ୟ ସଚେତକ ଥିବା ବେଳେ ଏ ବାବଦରେ ଚିଠି ଲେଖିଥିଲି । କିନ୍ତୁ ପୂର୍ବ ସରକାର ଶୁଣିନଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । 

ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଶିକ୍ଷା ଏବଂ ସେମାନଙ୍କର ବିକାଶ ସରକାରଙ୍କ ଏକ ଗୁରୁତ୍ଵପୂର୍ଣ ଉଦ୍ଦେଶ୍ୟ । ତେଣୁ ସେମାନଙ୍କ ଡ୍ରପ ଆଉଟ ହାର କମାଇବା ପାଇଁ ମୋହନ ସରକାରଙ୍କ ଏହି ପ୍ରୟାସ ଶିକ୍ଷା କ୍ଷେତରରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବା ବୋଲି ଆଶା କରାଯାଉଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର