Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରୋଜଗାର ବଢ଼ାଇବ ମୋହନ ସରକାରଙ୍କ ବଜେଟ୍

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ରୋଜଗାର ବଢ଼ାଇବ ମୋହନ ସରକାରଙ୍କ ବଜେଟ୍

Key Points

  • ରୋଜଗାର ବଢ଼ାଇବ ମୋହନ ସରକାରଙ୍କ ବଜେଟ୍
  • ପ୍ରଥମ ବଜେଟରେ ରାଜ୍ୟବାସୀଙ୍କୁ ସୁସ୍ବାସ୍ଥ୍ୟ ଓ ସାମାଜିକ ନ୍ୟାୟ ଗ୍ୟାରେଣ୍ଟି
  • ବଢ଼ିଲା ବାର୍ଦ୍ଧକ୍ୟ ଭତ୍ତା, ଲାଗୁ ହେଲା ଆୟୁଷ୍ମାନ ଯୋଜନା

ଅର୍ଗସ ବ୍ୟୁରୋ : ସୁସ୍ଥ ଓଡ଼ିଶା ଉପରେ ଗୁରୁତ୍ବ ଦେଇଛନ୍ତି ମୋହନ ସରକାର। ନବୀନ ସରକାର ଲାଗୁ କରୁାଇଦେଉନଥିଲେ, ହେଲେ ମୋହନ ସରକାର ରାଜ୍ୟରେ ଲାଗୁ କଲେ ଆୟୁଷ୍ମାନ ଯୋଜନା। ଏଥିପାଇଁ ବଜେଟରେ 5 ଶହ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ୟୋଜନାର ନାଁ ବଦଳି ହୋଇଛି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଏଥିପାଇଁ 5 ହଜାର 450 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ବଜେଟରେ। ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନରେ ଖର୍ଚ୍ଚ ହେବ 2 ହଜାର 462 କୋଟି । ନ୍ୟାସନାଲ୍ ହେଲଥ ମିଶନରେ ବଜେଟରେ ରହିଛି 2 ହଜାର 95 ଟଙ୍କାର ବ୍ୟବସ୍ଥା।

  ଗ୍ରାମାଞ୍ଚଳରେ ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ବଡ଼ ଯୋଜନା କରିଛନ୍ତି ମୋହନ ସରକାର। ଆରମା୍ଭ ହେବ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା। ଏଇ ଯୋଜନାରେ ଖର୍ଚ୍ଚ ହେବ 1 ହଜାର କୋଟି ଟଙ୍କା। ଘରେ ଘରେ ବିଶୁଦ୍ଧା ପାନୀୟ ଜଳ ଯୋଗାଇଦେବା ପାଇଁ ବସୁଧା ଯୋଜନାରେ 2 ହଜାର କୋଟିର ହୋଇଛି ବ୍ୟୟ ବରାଦ। ସମସ୍ତଙ୍କୁ ପକ୍କା ଘରକୁ ବି ଗୁରୁତ୍ବ ଦେଇଛନ୍ତି ମୋହନ ସରକାର।  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମୀଣରେ 6 ହଜାର 90 କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର। ଜଳଜୀବନ ମିଶନରେ ଖର୍ଚ୍ଚ ହେବ 6 ହଜାର କୋଟି ଟଙ୍କା। ସ୍ବଚ୍ଛ ଭାରତ ମିଶନ ଗ୍ରାମୀଣରେ 6 ଶହ କୋଟିର ହୋଇଛି ବ୍ୟୟବରାଦ। 

ଅଧିକ ପଢନ୍ତୁ : ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପାଇଁ ୧ ହଜାର କୋଟିର ବ୍ୟୟବରାଦ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଉପରେ ଗୁରୁତ୍ବ ଦେଇଛନ୍ତି ମୋହନ ସରକାର।  ପିଏମ୍ ପୋଷଣ ଯୋଜନାରେ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ଅଭିଯାନ ଆରମ୍ଭ କରିବେ ସରକାର। ଏଥିପାଇଁ ହୋଇଛି 997 କୋଟିର ବ୍ୟୟବରାଦ। ଆରମ୍ଭ ହେବାକୁ ଯାଉଛି ପଂଚଶଖା ଶିକ୍ଷା ସେତୁ। ଏଇ ଯୋଜନାରେ 332 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ଖର୍ଚ୍ଚ ହେବ 139 କୋଟି ଟଙ୍କା। 
ସୋସିଆଲ ସିକ୍ୟୁରିଟି ବା ସାମାଜିକ ସୁରକ୍ଷା କଥା ଦେଖିବା ତେବେ ବଢିଲା ଭତ୍ତା ରାଶି ଟଙ୍କା । ସାମାଜିକ ସୁରକ୍ଷା ଭତ୍ତା 3ହଜାର 500 ଟଙ୍କା ହେବ । ପ୍ରଥମ ପର୍ଯ୍ୟାୟରେ 80ବର୍ଷର ଅଧିକ ବୟସ୍କ ଲୋକଙ୍କୁ ମିଳି୍ବ ବର୍ଦ୍ଧିତ ଭତ୍ତା । ମଧୁବାବୁ ପେନସନ ଯୋଜନାରେ 4487 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଭୀମ ଭୋଇ ଭିନ୍ନକ୍ଷମ ସମର୍ଥ୍ୟ ଅଭିଯାନ ପାଇଁ 56 କୋଟି ଟଙ୍କା । ଆଢଭାନ୍ସଡ ରିହାବିଲିଟେସନ ସେଣ୍ଟର ପାଇଁ 22 କୋଟି ଟଙ୍କା ବ୍ୟୟବରାଦ ହୋଇଛି। 
ରାଜ୍ୟବାସୀଙ୍କ ନଜର ରହିଥିଲା ସୁଭଦ୍ରା ଯୋଜନା ଉପରେ । ମୋହନ ସରକାର ସୁଭଦ୍ରା ଯୋଜନାରେ 10ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ସେହିପରି ମମତା ଓ ପିଏମଏମବିଓ୍ବାଇ ଯୋଜନାରେ 521 କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ପୋଷଣ ଅଭିଯାନ ପାଇଁ 295 କୋଟି ଟଙ୍କା ଖର୍ଚ୍ଚ ହେବ । ଆଇସିଡିଏସ ଯୋଜନାରେ ରାଜ୍ୟର ଅବଦାନ ରହିବ 1366 କୋଟି ଟଙ୍କା । ସେହିପରି ମିଶନ ଶକ୍ତି ଯୋଜନାରେ 1179 କୋଟି ଟଙ୍କାର ହୋଇଛି ବ୍ୟୟବରାଦ । 


 

Sponsored
Mohan government's budget will increase income | Argus News