ମଦ ମାଫିଆଙ୍କ ଅଣ୍ଟା ଭାଙ୍ଗିବାକୁ ମୋହନ ସରକାରଙ୍କ ଅଭିଯାନ

ଭୁବନେଶ୍ୱର: ମଦ ମାଫିଆଙ୍କୁ ଆଉ ନାହିଁ ମାଫ୍। ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ରାଜ୍ୟର ସବୁ ମାଫିଆଙ୍କ ଅଣ୍ଟା ଭାଙ୍ଗି ଦିଆଯିବ। ଆଉ ଏ ଦିଗରେ ଆକ୍ସନ ଆରମ୍ଭ କରିଛନ୍ତି ମୋହନ ସରକାର। ସୁନ୍ଦରଗଡ଼ରେ କୋଇଡା ଅଂଚଳରେ ଭେଜାଲ୍ ମଦ କାରଖାନା ଉପରେ ଚଢ଼ାଉ ହୋଇଛି। ଏ ମାମଲାରେ ସନ୍ଦେହ ଘେରକୁ ଆସିଛନ୍ତି ଦେବ ନାରାୟଣ ଓରଫ୍ ଡବ୍ଲୁ । ବିଜେଡି ନେତା ବବି ଦାସଙ୍କ ସହ ତାଙ୍କ ଫଟୋ ଭାଇରାଲ୍ ପରେ ଚର୍ଚ୍ଚା ବଢ଼ିବାରେ ଲାଗିଛି। ବିଜେଡି ନେତାଙ୍କ ଛତ୍ରଛାୟାରେ ମଦ କାରବାର ଚାଲିଥିଲା ବୋଲି ଅଭିଯୋଗ କରିଛି ବିଜେପି। ବିଜେଡି ବୈଠକରେ ବବି ଦାସଙ୍କ ପାଖରେ ଦେବ ନାରାୟଣ ସାହୁ ଓରଫ୍ ଡବ୍ଲୁ। ବୈଠକରେ ବିଜେଡି ହେବିୱେଟ୍ ଶାରଦା ନାୟକ, ପ୍ରିତିରଂଜନ ଘଡେଇ ବି ଉପସ୍ଥିତ । ଦେବ ନାରାୟଣ ସାହୁ ଓରଫ୍ ଡବ୍ଲୁ ଏବେ ବିବାଦ ଘେରରେ। ଦେବନାରାୟଣଙ୍କ ଭାଇଙ୍କ ନାଁରେ ରହିଛି ମଦ ଦୋକାନ ଲାଇସେନସ ।
କୋଇଡା ବ୍ଲକରେ ଥିବା ଏହି ବିଦେଶୀ ମଦ ବାରରେ ଖୁଲମ୍ ଖୁଲା ଦେଶୀ ମଦ ବିକ୍ରିହେଉଥିବାର ଅଭିଯୋଗ ହୋଇଥିଲା। 24 ତାରିଖରେ ଅବକାରୀ ବିଭାଗର ଏକ ଟିମ୍ ଅଚାନକ୍ କୋଇଡ଼ା ବ୍ଲକର ଫକିରମୁଣ୍ଡା ଗାଁରେ ଭେଜାଲ ମଦ କାରଖାନା ଉପରେ ରେଡ କରି ବିପୁଳ ପରିମାଣର ମଦ ଜବତ କରିଛି । ଅଭିଯୋଗ ହୋଇଛି ଏଇ ବେଆଇନ ମଦ କାରବାର ପଛରେ ଦେବ ନାରାୟଣ ସାହୁ ଓରଫ୍ ଡବ୍ଲୁ। ବିଜେପି ନେତ୍ରୀ ତଥା ପୂର୍ବତନ ବିଧାୟିକା କୁସୁମ ଟେଟେ ଅଭିଯୋଗ କରିଛନ୍ତି ନକଲି ମଦ କାରବାରରୁ ଟଙ୍କା ଯାଉଥିଲା ବିଜେଡି ପାର୍ଟିକୁ। ବିଜେଡିର ହେବିୱେଟ ନେତାଙ୍କ ଛତ୍ର ଛାୟାରେ ଚାଲିଥିଲା କାରବାର।
ତେବେ କିଏ ଏହି ଡବ୍ଲୁ, କଣ ତାଙ୍କର ବିଜନେସ୍ । ବିଭିନ୍ନ ସମୟରେ ଦେବ ନାରାୟଣଙ୍କ ନାଁରେ ଆସିଛି ସଂଗୀନ ଅଭିଯୋଗ । କେବଳ ମଦ ନୁହେଁ ଦେବ ନାରାୟଣ ଓରଫ୍ ଡବ୍ଲୁ କରୁଛନ୍ତି ଖଣି କାରବାର । ସୁନ୍ଦରଗଡ଼ରେ ତାଙ୍କ ରାଜ୍ ବୋଲି ଚର୍ଚ୍ଚା ହୁଏ। କିଛି ବିଜେଡି ହେବିୱେଟ ବି ତାଙ୍କ ସହ ସାମିଲ ଥିବାର ଅଭିଯୋଗ ହୋଇଛି । ବେଆଇନ ମଦ ଓ ଖଣି ବେପାରରରୁ ଡବ୍ଲୁ ତାଙ୍କ ସାମ୍ରାଜ୍ୟ ବିସ୍ତାର କରୁଥିବା ବେଳେ ତାଙ୍କୁ ପ୍ରସୟ ଦେଉଥିଲା ବିଜେଡି ସରକାର । ଏବେ ଦମ ମାଫିଆଙ୍କ କମର ଭାଙ୍ଗିବାକୁ ଆକସନ୍ ମୋଡରେ ମୋହନ ସରକାର। ରେଡ୍ ହୋଇଛି ଡବ୍ଲୁଙ୍କ ପରିବାରର ମାଲିକାନାରେ ଥିବା ମଦ ଦୋକାନ ଉପରେ। ଆଗକୁ ବଢିପାରେ ଡବ୍ଲୁଙ୍କ ଅଡୁଆ।
ଅଧିକ ପଢନ୍ତୁ ଓଡିଶା ଖବର