ଦୁର୍ନିତିଗ୍ରସ୍ତ ବାବୁଙ୍କ ଉପରେ ମୋହନ ସରକାରଙ୍କ ଛାଟ

ଭୁବନେଶ୍ୱର: ଦୁର୍ନିତିଗ୍ରସ୍ତ ବାବୁ ଙ୍କ ଉପରେ ମୋହନ ସରକାର ଙ୍କ ଛାଟ । ଭିଜଲାନ୍ସ ଜାଲ ରେ ଆଉ ଜଣେ କୁବେର ବାବୁ, ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ । ପଟିଆ ଓ ତାଳଚେର ଘରୁ 10ଲକ୍ଷରୁ ଅଧିକ ଟଙ୍କା, ଦାମି ଘଡି, ସୁନା ରୁପା ଅଳଙ୍କାର ଜବତ ହୋଇଛି । ବାବୁଙ୍କ ନାଁରେ ଭୁବନେଶ୍ବରରେ ପ୍ରାୟ ଦେଢ କୋଟି ଟଙ୍କାର ଫ୍ଲାଟ ରହିଛି । ଟି ଫର୍ ଟିମ୍ ୱାର୍କ କରି ଚାଲିଥିଲା ଲୁଟ୍ । ନବୀନ ସରକାରରେ ପିସିରୁ ଆଦାୟ ଟଙ୍କା ଯାଉଥିଲା ତୃତୀୟ ମହଲା ।
ରାଜଧାନୀ ର ଛାତି ଉପରେ ଆଲିସାନ ଘର । ଘର ଭିତରେ ବିଡା ବିଡା ୫୦୦ ଟଙ୍କିଆ ନୋଟ । ଏ ହେଉଛନ୍ତି ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘର । ଆଜି ତାଙ୍କ ଘର ସମେତ ୮ ଟି ସ୍ଥାନ ରେ ଏକ କାଳୀନ ଚଢ଼ାଉ କରିଥିଲା ଭିଜଲାନ୍ସ । ବାବୁ ଙ୍କ ସମ୍ପତି ଦେଖି ଭିଜଲାନ୍ସ ଅଧିକାରୀଙ୍କର ବି ଆଖି ଖୋସି ଯାଇଛି । ପଟିଆ ସ୍ଥିତ ଘରୁ ନଗଦ ୫ ଲକ୍ଷ ୫୮ ହଜାର ୮ ଶହ ଟଙ୍କା ସହ ଦାମୀ ଘଣ୍ଟା, ସୁନା ଓ ରୁପା ଅଳଙ୍କାର ମିଳିଥିବା ବେଳେ ତାଳଚେର ବାସଭବନରୁ ଜବତ ହେଲା ୪ ଲକ୍ଷ ୨୫ ହଜାର ଟଙ୍କା । ଏହା ଛଡା ଭୁବନେଶ୍ବରରେ ୧ କୋଟି ୩୦ ଲକ୍ଷ ଟଙ୍କା ର ଫ୍ଲାଟ , ସୁନ୍ଦରପଦାରେ ଏକ ୧୮୦୦ ସ୍କୋୟାର ଫୁଟ ର ଡୁପ୍ଲେକ୍ସ ବାବୁ ଙ୍କ ନାମରେ ରହିଛି । ଏହା ଛଡା ତେଲକୋଇ ରେ ତିନୋଟି ମାର୍କେଟ କମ୍ପେକ୍ସ ରହିଛି ଯେଉଁଠି ପ୍ରାୟ ୨୦ ଟି ଦୋକାନ ଭଡା ଲାଗିଛି । ୧୬ ଲକ୍ଷ ଟଙ୍କାର FD ସହ ୧୦ ଲକ୍ଷ ୭ ହଜାର ଟଙ୍କା ବ୍ୟାଙ୍କ ପାସବୁକ ରେ ରହିଥିବା ବେଳେ ରେଡ ଜାରି ରଖିଛି ଭିଜଲାନ୍ସ ।
ସେପଟେ ଗତ ସରକାର ରେ କିଭଳି ଅଫିସର ମାନେ ଦୁର୍ନ୍ନତି କରି ଓ ପିସି ନେଇ କୋଟି କୋଟି ଟଙ୍କା ହଡପ କରିଥିଲେ ତାହା ସାମ୍ନା କୁ ଆସିଛି । ବିଧାନସଭାରେ ରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଉତ୍ତର ରଖି କହିଛନ୍ତି ଗତ ୮୦ ଦିନରେ ୩୯ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ଉପରେ ହୋଇଛି ଭିଜିଲାନ୍ସ ରେଡ୍ । ପ୍ରାୟ ୫୦ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଜବତ ହୋଇଥିବା ବେଳେ ବର୍ଷେ ମଧ୍ୟର ୧୧୫ କୋଟି ଉର୍ଦ୍ଧ୍ବ ଆୟ ବହିର୍ଭୂତ ସମ୍ପତ୍ତି ଜବତ ହୋଇଛି । ଚର୍ଚ୍ଚା ହେଉଛି ଏମାନଙ୍କ ପାଖରେ ଥିବା ସମ୍ପତ୍ତି ସମୁଦ୍ର କୁ ସଙ୍ଖେ । ଏବେ ପ୍ରଶ୍ନ କାହା ଛତ୍ର ଛାୟାରେ ଦୂର୍ନୀତି କରୁଥିଲେ ସରକାରୀ ଅଫିସର ? ତୃତୀୟ ମହଲା କୁ ପିସି ଟଙ୍କା ଯାଉଥିବାରୁ ଏମାନଙ୍କୁ ମିଳୁଥିଲା କି ପ୍ରୋଟେକ୍ସନ ?
📱 Get Argus News App
✨ଅଧିକ ପଢନ୍ତୁ ଓଡ଼ିଶା ଖବର