Videos
|
Odisha

ଇ-KYCରେ ଖାଦ୍ୟ ସୁରକ୍ଷା ଯୋଜନାରୁ ଅଯୋଗ୍ୟଙ୍କୁ କାଢିବେ ମୋହନ ସରକାର

Manini Pattanayak
Browse all articles by Manini Pattanayak
·1 year ago·1 min read
ଇ-KYCରେ ଖାଦ୍ୟ ସୁରକ୍ଷା ଯୋଜନାରୁ ଅଯୋଗ୍ୟଙ୍କୁ କାଢିବେ ମୋହନ ସରକାର

ଭୁବନେଶ୍ୱର:  ଖାଦ୍ୟ ସୁରକ୍ଷା ଯୋଜନାରୁ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ଆଗକୁ ବି ଜାରି ରହିବ ଇ-କେୱାଇସି । ୫T ଶାସନରେ `T' FOR TEAM WORKରେ ଚାଲିଥିଲା ଅଯୋଗ୍ୟ ହିତାଧିକାରୀ ଭର୍ତ୍ତି । ଯୋଗାଣ ମନ୍ତ୍ରୀ କହିଲେ ଯୋଗ୍ୟ ହିତାଧିକାରୀ ଏଥିପାଇଁ ଚିନ୍ତା ନକରିବା ଦରକାର ।  ଖାଦ୍ୟ ସୁରକ୍ଷା ଯୋଜନାରୁ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ଆଗକୁ ବି ଜାରି ରହିବ ଇ-କେୱାଇସି। ଏଥିପାଇଁ ସବୁ ହିତାଧିକାରୀଙ୍କୁ ଦିଆଯିବ ନୋଟିସ୍। ତେବେ ଏହି ପ୍ରକ୍ରିୟାରୁ ଜଣେ ହେଲେ ବି ଯୋଗ୍ୟ ହିତାଧିକାରୀ ପଡ଼ିବେନି ବାଦ୍। ତେଣୁ ଯୋଗ୍ୟ ହିତାଧିକାରୀ ଏନେଇ ଚିନ୍ତା କରିବାର ନାହିଁ ବୋଲି କହିଛନ୍ତି  ଖାଦ୍ୟ ଯୋଗାଣ ମନ୍ତ୍ରୀ। କାହାର ପରିବାର ସଦସ୍ୟ ବାହାରେ ଥିଲେ ସେମାନେ ଆରମରେ ଆସିକି କେ୍ୱାଇସି କରି ପାରିବେ। ସମସ୍ତ କେ୍ୱାଇସି ଯାଞ୍ଚ ସାରିବା ପରେ ଏହି ପ୍ରକ୍ରିୟା ବନ୍ଦ କରାଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ। 

ପୂର୍ବ ସରକାରରେ `T' FOR ଟେକ୍ନୋଲୋଜିର ବ୍ୟବହାର କରି ଟି ଫର TEAM WORKରେ ଚାଲିଥିଲା ଲୁଟ୍। କେନ୍ଦ୍ର ଯୋଜନାକୁ ନିଜ ନାଁରେ କରି ରାଶନ ହଡ଼ପ ପାଇଁ ହୋଇଥିଲା ଯୋଜନା। ନିଜସ୍ବ ଖାଦ୍ୟ ଯୋଜନା କରିଥିଲା ବିଜେଡି ସରକାର। ଯେଉଁଥିରେ ଲକ୍ଷ ଲକ୍ଷ ଭୁତ ହିତାଧିକାରୀଙ୍କୁ  ଯୋଡ଼ାଯାଇଥିଲା। ଆଉ ବହୁ ଯୋଗ୍ୟ ହିତାଧିକାରୀ ପଡ଼ିଥିଲୋ ବାଦ୍। ଏବେ ଅଯୋଗ୍ୟଙ୍କୁ ତାଲିକାରୁ କଟାଯିବା ନେଇ ମୋହନ ସରକାରଙ୍କ ପଦକ୍ଷେପକୁ ସ୍ବାଗତ କରିଛନ୍ତି ହିତାଧିକାରୀ।  ପୂର୍ବରୁ ପ୍ରାୟ ୫୦ ଲକ୍ଷ ଭୂତ ହିତାଧିକାରୀଙ୍କ ନାଁରେ ରାସନ ଆତ୍ମସାତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଥିଲେ ଯୋଗାଣମନ୍ତ୍ରୀ। ଏଥିସହ  ଦୁର୍ଗମ ଅଞ୍ଚଳ ବିଶେଷ କରି ରାସ୍ତା ନ ଥିବା ଗାଁରେ କିପରି ସରକାରଙ୍କ ଦ୍ବାରା ଦିଆଯାଉଥିବା ମାଗଣା ରାସନ ପହଞ୍ଚିବ ସେନେଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଥିଲେ ମନ୍ତ୍ରୀ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Mohan Govt to remove ineligibles from food security scheme in e-KYC | Argus News