ଉତ୍ତରାଧିକାରୀ ସୁତ୍ରରେ ଆର୍ଥିକ ଦୁର୍ବଳ ରାଜ୍ୟର ଶାସନ ପାଇଛନ୍ତି ମୋହନ

Key Points
- ଉତ୍ତରାଧିକାରୀ ସୁତ୍ରରେ ଆର୍ଥିକ ଦୁର୍ବଳ ରାଜ୍ୟର ଶାସନ ପାଇଛନ୍ତି ମୋହନ
- ଖଣି ରାଜସ୍ବ ଉପରେ ସର୍ବାଧିକ ନିର୍ଭରଶୀଳ ଓଡ଼ିଶାର ଅର୍ଥନୀତି
- ୨୫ ବର୍ଷରେ ତଳମୁହାଁ କୃଷି, ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରର ଅଭିବୃଦ୍ଧି
- ରାଜସ୍ବ ଆୟର ଉତ୍ସ ବହୁବିଧ ନହେଲେ କେମିତି ହେବ ଓଡ଼ିଶାର ପ୍ରଗତି ?
- ଏବେଠୁ ନସୁଧାରିଲେ ୨୦୩୬ ସୁଦ୍ଧା ତଳିତଳାନ୍ତ ହୋଇଯିବ ଓଡ଼ିଶାର ଅର୍ଥନୀତି
ଅର୍ଗସ ବ୍ୟୁରୋ : ଗୁରୁବାର ପ୍ରଥମ ବଜେଟ୍ ଉପସ୍ଥାପନ କରିବେ ମୋହନ ସରକାର। ଅନୁମାନ କରାଯାଉଛି ଏଥର ୩ଲକ୍ଷ କୋଟି ଟଙ୍କା ପାର କରିପାରେ ବଜେଟର ଆକାର। ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ଦରକାର ବଡ଼ ବଜେଟ୍। କିନ୍ତୁ ଓଡ଼ିଶାର ରାଜସ୍ବ ଆୟ ସୀମିତ। ଖଣି କ୍ଷେତ୍ର ଉପରେ ସର୍ବାଧିକ ନିର୍ଭରଶୀଳ ଓଡ଼ିଶାର ରାଜସ୍ବ। ଓଡ଼ିଶାରେ ବିସ୍ତୀର୍ଣ୍ଣ ବେଳାଭୂମି ସାଙ୍ଗକୁ ଉର୍ବର ଜମି, ଜଳର ଅଭାବ ନାହିଁ। ଏଥିସହ ପର୍ଯ୍ୟଟନ କ୍ଷେତ୍ରରେ ବିକାଶର ଯଥେଷ୍ଟ ସମ୍ଭାବନା ରହିଛି। କିନ୍ତୁ ଗତ ୨୫ ବର୍ଷର ଶାସନରେ କୃଷି, ସାମୁଦ୍ରିକ ଅର୍ଥନୀତି କିମ୍ବା ପର୍ଯ୍ୟଟନର ବିକାଶ ଦିଗରେ କୌଣସି ଠୋସ୍ ପଦକ୍ଷେପ ନିଆଗଲା ନାହିଁ। ଏଭଳି ସ୍ଥିତିରେ କେତେଦିନ ଖଣି ରାଜସ୍ବ ଭରସାରେ ଚାଲିବ ଓଡ଼ିଶାର ଅର୍ଥନୀତି ? ଅର୍ଥନୈତିକ ସର୍ଭେ ରିପୋର୍ଟରେ ମଧ୍ୟ ଖଣି ରାଜସ୍ବ ଉପରେ ସର୍ବାଧିକ ନିର୍ଭରଶୀଳତାକୁ ନେଇ କରାଯାଇଛି ଚିନ୍ତା ପ୍ରକଟ।
ଏବେ ଓଡ଼ିଶା ରାଜସ୍ବର ସିଂହ ଭାଗ ଆସୁଛି ଖଣି କ୍ଷେତ୍ରରୁ। ୨୦୨୬-୧୭ରେ ଖଣିରୁ ଓଡ଼ିଶାର ଆୟ ୪୯୦୦ କୋଟି ଟଙ୍କା ଥିବା ବେଳେ ୨୦୨୧-୨୨ ବେଳକୁ ଏହା ବଢି ପ୍ରାୟ ୫୦ ହଜାର କୋଟି ଟଙ୍କାରେ ପହଞ୍ଚିଛି। ଅର୍ଥାତ ମୋଦି ସରକାରଙ୍କ ନୂଆ ଖଣି ନୀତି ଯୋଗୁଁ ଓଡ଼ିଶାର ଖଣି ରାଜସ୍ବ ୧୦ ଗୁଣରୁ ଅଧିକ ବୃଦ୍ଧି ପାଇଛି। ଓଡ଼ିଶାର ସାମଗ୍ରିକ ମୂଲ୍ୟ ବୃଦ୍ଧି ବା GVA ରେ ଖଣିକ୍ଷେତ୍ରର ଯୋଗଦାନ ଏକ ପଂଚମାଂସ ଅର୍ଥାତ ୨୦ ପ୍ରତିଶତ। ଖଣି ଏକ ଚିରସ୍ଥାୟୀ ରାଜସ୍ବ ଉତ୍ସ ନୁହେଁ। ଏଥିସହ ଖଣି କ୍ଷେତ୍ର ଯୋଗୁଁ ଓଡ଼ିଶାର ପରିବେଶ ଉପରେ ବହୁ ମାତ୍ରାରେ କୁ ପ୍ରଭାବ ପଡୁଛି। ଗତ ୨୫ ବର୍ଷରେ ଏ ସମସ୍ତ ଦିଗପ୍ରତି ଆଖି ବୁଜିଦେଇଥିଲେ ନବୀନ ସରକାର। ଏବେ ମୋହନ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ କିପରି ଅନ୍ୟ କ୍ଷେତ୍ରରୁ ରାଜସ୍ବ ଆୟ ବୃଦ୍ଧି କରିପାରିବେ।
ଅଧିକ ପଢନ୍ତୁ : ଜାତୀୟ ହାର ତୁଳନାରେ ଓଡିଶା ୧୨.୪ ପ୍ରତିଶତ ପଛୁଆ
ଓଡ଼ିଶାର ମାନୁଫାକ୍ଚରିଂ ସେକ୍ଟର ବା ଉତ୍ପାଦନ କ୍ଷେତ୍ରର ସାମଗ୍ରିକ ମୂଲ୍ୟ ବୃଦ୍ଧି ବା GVAର ଯୋଗଦାନ ମାତ୍ର ୧୫ ପ୍ରତିଶତ। ଯେତେବେଳେ କି ଗୁଜରାଟ ଓ ମହାରାଷ୍ଟ୍ରରେ ଉତ୍ପାଦନ କ୍ଷେତ୍ରର ଯୋଗଦାନ ଯଥାକ୍ରମେ ୩୦ ଓ ୨୦ ପ୍ରତିଶତ। ସେହପରି ଓଡ଼ିଶାରେ ସର୍ବାଧିକ ୪୨ ପ୍ରତିଶତ ରୋଜଗାର ଦେଉଥିବା କୃଷି କ୍ଷେତ୍ରର GVAରେ ଯୋଗଦାନ ମାତ୍ର ୨୦ ପ୍ରତିଶତ। ଓଡ଼ିଶାର କୃଷି ଅଭିବୃଦ୍ଧି ହାର ମାତ୍ର ୩.୫ ରହିଛି ଯାହାକୁ ଜାତୀୟ ହାରଠାରୁ କମ୍। ଏହାପଛରେ ବଡ଼ କାରଣ ହେଉଛି ଜଳସେଚନ ଓ ବହୁବିଧ କୃଷିର ଅଭାବ। ସିଏଜିଙ୍କ ରିପୋର୍ଟ ଅନୁଯାୟୀ ଓଡ଼ିଶାର ମାତ୍ର ୨୪ ପ୍ରତିଶତ ଜମି ଜଳସେଚିତ। ବିଜେଡି ସରକାରର ଶାସନରେ କୃଷି କ୍ଷେତ୍ର ତଳିତଳାନ୍ତ ହୋଇଯାଇଛି। ଏବେ ମୋହନ ସରକାରଙ୍କ ପାଇଁ ଆହ୍ବାନ କିପରି ଅଭିବୃଦ୍ଧି ହାସଲ କରିବ ଓଡ଼ିଶାର କୃଷି କ୍ଷେତ୍ର। ମୋହନ ମାଝିଙ୍କୁ ଉତ୍ତରାଧୀକାରୀ ସୁତ୍ରରେ ମିଳିଛି ଏକ ତଳିତଳାନ୍ତ ଅର୍ଥନୀତି। କେବଳ ଅର୍ଥନୀତି ନୁହେଁ ଓଡ଼ିଶାର ଭବିଷ୍ୟତକୁ ମଧ୍ୟ ତଳିତଳାନ୍ତ କରିଦେଇଛନ୍ତି ନବୀନ ସରକାର। ଆଗାମୀ ୧୨ ବର୍ଷ ଅର୍ଥାତ ୨୦୩୬ ସୁଦ୍ଦା ଓଡ଼ିଶାକୁ ବିମାରୁ ରାଜ୍ୟରୁ ବିକଶିତ ରାଜ୍ୟ କରିବା ।
📱 Get Argus News App
✨