Mohan Majhi / ତ୍ୟାଗ ଓ ବଳିଦାନର ପରିଚୟ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ: ମୁଖ୍ୟମନ୍ତ୍ରୀ
·1 month ago·2 min read

Key Points
ଦେଶର ଶିକ୍ଷା ବ୍ୟବସ୍ଥାରେ ଐତିହାସିକ ସଂସ୍କାର ଆଣିଛନ୍ତି ଧର୍ମେନ୍ଦ୍ର ପ୍ରଧାନ
ପରୀକ୍ଷା ପଦ୍ଧତିକୁ ସୁଦୃଢ଼ କରିବାକୁ ଅନେକ ପଦକ୍ଷେପ ନେଇଛନ୍ତି ଧର୍ମେନ୍ଦ୍ର
ପ୍ରଶ୍ନପତ୍ର ଲିକ୍ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି

ଭୁବନେଶ୍ଵର: ନିକଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ଜୀବନୀ ଆଧାରିତ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଧର୍ମେନ୍ଦ୍ର ପ୍ରଧାନ ଦେଶର ଶିକ୍ଷା ବ୍ୟବସ୍ଥାରେ ଐତିହାସିକ ସଂସ୍କାର ଆଣିଛନ୍ତି । ପରୀକ୍ଷା ପଦ୍ଧତିକୁ ସୁଦୃଢ଼ କରିବାକୁ ସେ ଅନେକ ପଦକ୍ଷେପ ନେଇଛନ୍ତି ।"
ପ୍ରଶ୍ନପତ୍ର ଲିକ୍ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ସମ୍ମାନ ଓ ଛାତ୍ରଙ୍କ ଭାବନାକୁ ସମ୍ମାନ ଦେଇ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଛାତ୍ର ଆନ୍ଦୋଳନ ନାଁରେ ଚାଲିଥିବା ଆନ୍ଦୋଳନକୁ ଅପବ୍ୟବହାର କରୁଥିବା ଦେଶ ବିରୋଧୀ ଶକ୍ତିଙ୍କୁ ରୋକିବାକୁ ଧର୍ମେନ୍ଦ୍ର ଇସ୍ତଫା ଦେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏଥିସହ ପଢ଼ନ୍ତୁ: ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ଵାଗତ ପାଇଁ ଲୋକାରଣ୍ୟ ପାଲଟିଲା ଭୁବନେଶ୍ଵର ବିମାନବନ୍ଦର ପରିସର
ମୁଖ୍ୟମନ୍ତ୍ରୀ କହିଛନ୍ତି, "କିଛି ହିନ୍ଦୁ ବିରୋଧୀ ଓ ଦେଶ ବିରୋଧୀ ଗୋଷ୍ଠୀ ଗତ କିଛି ବର୍ଷ ହେଲା ଲାଗି ପଡ଼ିଛନ୍ତି । କୌଣସି ପରିସ୍ଥିତିରେ ଏହାକୁ ବରଦାସ୍ତ କରାଯିବ ନାହିଁ । ଆମେ ସମସ୍ତଙ୍କୁ ସମ୍ମାନ ଦେବୁ, ଆମକୁ ଅସମ୍ମାନ କଲେ ସହିବୁ ନାହିଁ ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଓଡ଼ିଶାର ତତ୍କାଳୀନ ସରକାର ସ୍ୱାମୀଜୀଙ୍କୁ ସୁରକ୍ଷା ଦେବାରେ ବିଫଳ ଥିଲେ । ଏପରିକି ଦୋଷୀଙ୍କୁ ଦଣ୍ଡ ଦେବାରେ ବି ବିଫଳ ଥିଲେ । ସ୍ୱାମୀଜୀଙ୍କ ହତ୍ୟାକାଣ୍ଡର ତଦନ୍ତ ଫାଇଲକୁ ସୁଚିନ୍ତିତ ଷଡ଼ଯନ୍ତ୍ର କରି ଗାଏବ କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଫାଇଲ୍ ଗାଏବର ପର୍ଦ୍ଦାଫାସ୍ ପାଇଁ ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ଦିଆ ଯାଇଛି । ମୁଁ ସମସ୍ତଙ୍କୁ ଆଶ୍ୱାସନା ଦେଉଛନ୍ତି ସତ୍ୟ ଉପରୁ ନିଶ୍ଚିତ ପରଦା ଉଠିବ । ଯେଉଁମାନେ ହତ୍ୟାକାଣ୍ଡ ପଛରେ ଅଛନ୍ତି ତାଙ୍କ ଚେହେରା ସାମ୍ନାକୁ ଆସିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ପ୍ରଧାନମନ୍ତ୍ରୀ ମୋଦିଙ୍କ ଭଳି ମହାନ ନେତାଙ୍କ ପଦକୁ ଅନୁସରଣ କରି ତ୍ୟାଗ ଓ ବଳିଦାନର ପରିଚୟ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ସହ ପରୀକ୍ଷା ପଦ୍ଧତିକୁ ସୁଦୃଢ ପାଇଁ ଧର୍ମେନ୍ଦ୍ର ପ୍ରଧାନ ଅନେକ ପଦକ୍ଷେପ ନେଇଛନ୍ତି ।"
ଏଥିସହ ପଢ଼ନ୍ତୁ: ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ପେପର ଲିକ୍ କରୁଥିବା ଦୋଷୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତଥାପି ଛାତ୍ରଙ୍କ ଭାବନାକୁ ସାମ୍ନାନ ଦେଇ ସେ ଇସ୍ତଫା ଦେଲେ । ଛାତ୍ର ଆନ୍ଦୋଳନ ନାଁରେ ଚାଲିଥିବା ଆନ୍ଦୋଳନକୁ ଦେଶ ବିରୋଧୀ ଶକ୍ତିଙ୍କ ଅପବ୍ୟବହାର ରୋକିବା ପାଇଁ ଧର୍ମେନ୍ଦ୍ରଙ୍କ ଇସ୍ତଫା ପ୍ରଧାନମନ୍ତ୍ରୀଙ୍କ ହାତ ମୁଠାକୁ ଆହୁରି ଶସକ୍ତ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Related Topics
Explore more stories