Videos
|
Odisha

Dharmendra Pradhan / ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ଵାଗତ ପାଇଁ ଲୋକାରଣ୍ୟ ପାଲଟିଲା ଭୁବନେଶ୍ଵର ବିମାନବନ୍ଦର ପରିସର

Sushanta Sahoo
Browse all articles by Sushanta Sahoo
·1 month ago·2 min read
ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ଵାଗତ ପାଇଁ ଲୋକାରଣ୍ୟ ପାଲଟିଲା ଭୁବନେଶ୍ଵର ବିମାନବନ୍ଦର ପରିସର
Huge Crowd Welcomes Dharmendra Pradhan

Key Points

ସ୍ଵାଗତ କରିବାକୁ ମନ୍ତ୍ରୀ, ବିଜେପି ନେତା, କର୍ମୀ ଓ ଶୁଭେଚ୍ଛୁଙ୍କ ଭିଡ଼
ପୁଷ୍ପଗୁଚ୍ଛ, ଉତ୍ତରୀୟ ଦେଇ ପାଛୋଟି ଆଣିଲେ
ଭୁବନେଶ୍ଵର: ଦିଲ୍ଲୀରୁ ଓଡ଼ିଶା ସବୁଠି ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ରେଜ୍ । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା । ସ୍ବାଗତ କଲେ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ବିଜେପି ପଦାଧିକାରୀ, ନେତା, କର୍ମୀ ଓ ଶୁଭେଚ୍ଛୁ । ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପକାଇ ପାଛୋଟି ଆଣିଲେ । ମହିଳା, ଯୁବବର୍ଗ ଓ ଛାତ୍ରଛାତ୍ରୀ ବି ହେଲେ ସାମିଲ । ରାଷ୍ଟ୍ର ହିତ ପାଇଁ ସେ ସବୁବେଳେ ପଦକ୍ଷେପ ନେଇଛନ୍ତି । ଓଡ଼ିଆ ପୁଅ ହିସାବରେ ସମସ୍ତେ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଗର୍ବିତ ବୋଲି ପ୍ରତିକ୍ରିୟାରେ କହିଛନ୍ତି ।

ହାତରେ ପ୍ଲାକାର୍ଡ ଓ ପୁଷ୍ପ ଗୁଚ୍ଛ ଧରି ଅପେକ୍ଷାରତ । ସମସ୍ତଙ୍କ ଆଖି ଏୟାରପୋର୍ଟ ଗେଟ୍ ଆଡ଼କୁ ଅନାଇ ରହିଥିଲା । ନବ ଓଡ଼ିଶା ନିର୍ମାଣର ବିନ୍ଧାଣୀ, ଜାତୀୟ ଶିକ୍ଷା ନୀତିର ସଂସ୍ଥାପକ, ଉଜ୍ଜଳା ଭଳି ଗେମ୍ ଚେଞ୍ଜର ଯୋଜନା ସହ ଏକାଧିକ ବୈପ୍ଳବିକ ସଂସ୍କାରର ପ୍ରବର୍ତ୍ତକ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନାଇ ରହିଥିଲେ ସମସ୍ତେ । ସୂଚନା ମିଳିଲା ଓଡ଼ିଶା ଅଭିମୁଖେ ବାହାରି ସାରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଆଉ ଏହି ଖବର ପହଞ୍ଚିବା କ୍ଷଣି, ଭୁବନେଶ୍ବର ବିମାନବନ୍ଦରରେ ଶୁଭେଚ୍ଛୁଙ୍କ ଭିଡ଼ ଆହୁରି ବଢ଼ିଗଲା ।

ଏଥିସହ ପଢ଼ନ୍ତୁ: ଇସ୍ତଫା ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ ପ୍ରତିକ୍ରିୟା, "ମୁଁ ଷ୍ଟ୍ରିଟ୍ ଫାଇଟର୍..." 

ବିମାନବନ୍ଦର ବାହାରେ ଭିଡ଼ ଲାଗିଥିଲା, ଆଉ ବିମାନବନ୍ଦର ଭିତରେ ରାଜ୍ୟ ବିଜେପି ପଦାଧିକାରୀ ଅପେକ୍ଷା କରି ରହିଥିଲେ । ଧର୍ମେନ୍ଦ୍ର ପହଞ୍ଚିବା କ୍ଷଣି ଉତ୍ତରୀୟ ପକାଇ, ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପାଦ ଛୁଇଁ ପ୍ରଣିପାତ କରିବା ସହ ଜଣାଇଥିଲେ ଯଥୋଚିତ ସମ୍ମାନ । ଦୃଶ୍ୟ ହିଁ ବୟାନ କରୁଥିଲା ଯେ, ଦେଶର ଅଗଣିତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତର ସୁରକ୍ଷାକୁ ପ୍ରଥାମିକତା ଦେଇ ମନ୍ତ୍ରୀ ପଦକୁ ତୁଚ୍ଛ କରିଦେଇଥିବା ସମ୍ବଲପୁର ସାଂସଦଙ୍କ ପାଇଁ ଦଳ ଭିତରେ ଅନୁରକ୍ତି ଆହୁରି ବଢ଼ିଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିମାନବନ୍ଦର ବାହାରକୁ ଧର୍ମେନ୍ଦ୍ର ପ୍ରଧାନ ବାହାରୁଥିବା ସମୟରେ ମୁହଁରେ ଥିଲା ଚିରାଚରିତ ସ୍ମିତହାସ୍ୟ । ରାଜ୍ୟ ବିଜେପିର ପଦାଧିକାରୀ, ନେତା, କର୍ମୀ ଓ ଶହ ଶହ ଶୁଭେଚ୍ଛୁଙ୍କ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ତାଙ୍କୁ ଅଭିଭୂତ କରିପକାଇଥିଲା । ସମସ୍ତଙ୍କୁ ହାତଯୋଡ଼ି ଅଭିବାଦନ ଜଣାଇଲାବେଳେ, ତାଙ୍କ ପ୍ରତି ଶୁଭେଚ୍ଛୁ ଓ ସମର୍ଥକଙ୍କ ସ୍ନେହ ଓ ସମ୍ମାନ ଆହୁରି ବଢ଼ିଯାଇଥିଲା । କଲେଜ ଛାତ୍ରଛାତ୍ରୀମାନେ ମଧ୍ୟ ଧର୍ମନ୍ଦ୍ର ପ୍ରଧାନଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଜଣାଇ ମହା ଆଡ଼ମ୍ବରରେ ଭୁବନେଶ୍ବର ବିମାନବନ୍ଦରରୁ ପାଛୋଟି ଆଣିଥିଲେ ।

ଏଥିସହ ପଢ଼ନ୍ତୁ: ସଂସଦ ବାହାରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜୋରଦାର ସ୍ୱାଗତ କଲେ, ପଗଡ଼ି ପିନ୍ଧାଇ ଭିତରକୁ ନେଲେ 

ସେପଟେ ସୋମବାର ସଂସଦରେ ପହଞ୍ଚିବା ପରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିପୁଳ ସ୍ୱାଗତ କରିଥିଲେ NDAର ସହଯୋଗୀ ସାଂସଦମାନେ । ମକର ଦ୍ୱାରରେ ସ୍ୱାଗତ ବେଳେ ଧର୍ମେନ୍ଦ୍ର ପ୍ରଧାନ ଜିନ୍ଦାବାଦ ନାରାରେ କମ୍ପିଥିଲା ସଂସଦ ପରିସର । ପାର୍ଲାମେଣ୍ଟ ପରିସରରୁ ଆସିଥିବା ଭିଡିଓରେ NDA ସାଂସଦ ମାନେ ଧର୍ମେନ୍ଦ୍ରଙ୍କୁ ଘେରି ଯାଇ ଦେଇଥିଲେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା । ଦିଲ୍ଲୀରୁ ଓଡ଼ିଶା ସଵୁଠି ଏଭଳି ସମ୍ବର୍ଦ୍ଧନା ଓ ସମ୍ମାନ ଖୁବ କମ୍ ରାଜନେତାଙ୍କ ଭାଗ୍ୟରେ ଜୁଟେ । ଆଉ ନିଜ ଦକ୍ଷତା ବଳରେ ଅର୍ଜିବାକୁ ପଡ଼େ, ଯାହା ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ଷେତ୍ରରେ ଘଟିଛି ।