Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ କେନ୍ଦୁଝର ଗସ୍ତ

Manini Pattanayak
Browse all articles by Manini Pattanayak
·2 years ago·2 min read
ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ କେନ୍ଦୁଝର ଗସ୍ତ

କେନ୍ଦୁଝର:  କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଉଚ୍ଜ୍ବସିତ ସମ୍ବର୍ଦ୍ଧନା । ହଜାର ହଜାର ଲୋକ ରାସ୍ତାର ଦୁଇ ପାର୍ଶ୍ବରେ ଠିଆ ହୋଇ ତାଙ୍କୁ ସ୍ବାଗତ କରିଛନ୍ତି । ଏଥିସହ ମା ତାରିଣୀଙ୍କ ଦର୍ଶନ ପରେ ପୀଠର ସୌନ୍ଦର୍ଯ୍ୟକରଣ ଓ ବିକାଶ ପାଇଁ ୫୦ କୋଟି ଟଙ୍କା ଘୋଷଣା କରିଛନ୍ତି  ମୁଖ୍ୟମନ୍ତ୍ରୀ। ଆଗାମୀ ଦିନରେ ଘଟଗାଁ ପୀଠକୁ ଜାତୀୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଁ ରାଜ୍ୟ ସରକାର ଦାବି କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ କେନ୍ଦୁଝର ଗସ୍ତ । ନିଜ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ । ହଜାର ହଜାର ଲୋକଙ୍କ ଉଚ୍ଚ୍ବସିତ ସମ୍ବର୍ଦ୍ଧନା । ଘଟଗାଁ ବଜାରରେ ଫୁଲ ବର୍ଷା । ରାସ୍ତାର ଦୁଇ ପାର୍ଶ୍ବରେ ଉପସ୍ଥିତ ରହି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭବ୍ୟ ସ୍ବାଗତ ଜଣାଇଛନ୍ତି କେନ୍ଦୁଝର ବାସିନ୍ଦା । ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ସେ ମା ତାରିଣୀଙ୍କ ଆଶିଷ ଭିକ୍ଷା କରିଛନ୍ତି । ମା' ତାରିଣୀଙ୍କୁ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ପୀଠର ଉନ୍ନତି ପାଇଁ ୫୦କୋଟି ଟଙ୍କା ମଂଜୁର କରିଛନ୍ତି । ଏହି ଅର୍ଥରେ ମା ତାରିଣୀଙ୍କ ପୀଠର ହେବ ସୌନ୍ଦର୍ଯ୍ୟକରଣ । ଘଟଗାଁ ପୀଠକୁ ଜାତୀୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଁ ଦାବି କରାଯିବ । ଆଗାମୀ ଦିନରେ ମା ତାରିଣୀ ରାଷ୍ଟ୍ରଦେବୀ ଭାବେ ପୂଜା ପାଇବେ। ମା' ତାରିଣୀଙ୍କ ଆଶୀର୍ବାଦରୁ ଖୁବଶୀଘ୍ର ହେବ ସୁନାର କେନ୍ଦୁଝର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।  ମାଆ ତାରିଣୀଙ୍କ ଦର୍ଶନ ପରେ ସାଧାରଣ ଭକ୍ତଙ୍କ ଭଳି କୋରା ଖଇ ଓ ଭୋଗ କିଣିଥିଲେ ମୁଖ୍ୟମନ୍ତ୍ରୀ। ଏଥିସହ ଦୋକାନୀଙ୍କ ସହ କଥା ହୋଇ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ। 

ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ଆଜି ଘଟଗାଁ ହାଇସ୍କୁଲ ପଡିଆ ଲୋକାରଣ୍ୟ ହୋଇଯାଇଥିଲା । ହେଲିପ୍ୟାଡରେ ପହଂଚିବା ପରେ ଲୋକମାନେ ତାଙ୍କୁ ହାତ ହଲାଇ ଜଣାଇଥିଲେ ଅଭିନନ୍ଦନ । ମୁଖ୍ୟମନ୍ତ୍ରୀ ବି ସେମାନଙ୍କୁ ନିରାଶ କରି ନଥିଲେ । ସେ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ଠାରୁ ଫୁଲତୋଡା ଗ୍ରହଣ କରିବା ସହ ହାତ ମିଳାଇଥିଲେ । ଏହାପରେ ହେଲିପ୍ୟାଡରୁ ଘଟଗାଁ  ତାରିଣୀ ମନ୍ଦିର ପର୍ଯ୍ୟନ୍ତ ରୋଡ ସୋ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ରାସ୍ତାର ଦୁଇ ପାର୍ଶ୍ବରେ ଅପେକ୍ଷା କରିଥିଲେ ହଜାର ହଜାର ଲୋକ । ମୁଖ୍ୟମନ୍ତ୍ରୀଙ୍କ ପହଞ୍ଚିବା ପରେ ଘଟଗାଁ ବଜାରରେ ଫୁଲ ବର୍ଷା ହୋଇଥିଲା । ତାରିଣୀ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା। ଏହି ଅବସରରେ ରାଜା ଗୋବିନ୍ଦ ଭଂଜ ଓ ମନ୍ଦିରର ପ୍ରତିଷ୍ଠାତା ଭୀମସେନ ରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ । 
 

ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଆଉ ଏକ ବିଶାଳ ରୋଡ ଶୋର ଭାଗ ନେଇଥିଲେ ।  କେନ୍ଦୁଝରର ପ୍ରସିଦ୍ଧ ବଳଦେବଜୀଉଙ୍କ ଦର୍ଶନ କରିବା ପରେ ସେ କେନ୍ଦୁଝର ଷ୍ଟାଡିୟମ ପର୍ଯ୍ୟନ୍ତ ରୋଡ ସୋରେ ଯାଇଥିଲେ । ଏଥିରେ ସାମିଲ ହୋଇଥିଲେ ହଜାର ହଜାର ଜନତା। କେନ୍ଦୁଝର ଷ୍ଟାଡିୟମ ପଡିଆରେ ତାଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ଦିଆଯାଇଥିଲା ସ୍ବାଗତ ।  ମୁଖ୍ୟମନ୍ତ୍ରୀ ହେବା ପରେ ଆସନ୍ତାକାଲି ପ୍ରଥମଥର ପାଇଁ ତାଙ୍କ ଗାଁ ରାଇକଳାକୁ ଯିବେ । ସେଠାରେ ନିଜର ପରିବାର ଲୋକଙ୍କ ସହ ଏକାଠି ମିଶି ମଧ୍ୟାହ୍ନ ଭୋଜନ କରିବେ  ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡିଶା ଖବର 

Sponsored
Mohan Majhi's first visit to Keonjhar after becoming Chief Minister | Argus News