ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଜିଲ୍ଲା ପ୍ରଶାସନକୁ ଅନୁମତି ମାଗିଲେ ମୋନାଲିସା
·2 years ago·1 min read

ଅର୍ଗସ ବ୍ୟୁରୋ: ୪ବର୍ଷ ହେଲାଣି ଯାଜପୁରର ନିଖୋଜ ଶିଶୁ କନ୍ୟା ପିହୁର ମା' ମୋନାଲିସା ନ୍ୟାୟ ପାଇଁ ୪ ବର୍ଷ ହେଲା ସଂଘର୍ଷ କରି ଆସୁଛନ୍ତି। ରାଜ୍ୟ ସରକାର ଓ ରାଜ୍ୟ ପୋଲିସ ଠାରୁ ନିରାଶ ହୋଇଥିବା ମୋନାଲିସା ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଯାଜପୁରର ଚଣ୍ଡିଖୋଲକୁ ଆସୁଥିବାର ଖବରପାଇ ତାଙ୍କ ସହ ସାକ୍ଷାତ କରି ନ୍ୟାୟ ଭିକ୍ଷା କରିବାକୁ ଜିଲ୍ଲା ପ୍ରଶାସନ ଜରିଆରେ ଅନୁମତି ମାଗିଛନ୍ତି।
ପୂର୍ବଥର ମୋଦୀ ସମ୍ବଲପୁର ଗସ୍ତରେ ଆସିଥିବା ସମୟରେ ମୋନାଲିସା ତାଙ୍କୁ ଭେଟିବାକୁ ଯାଉଥିବା ବେଳେ ଢେଙ୍କାନାଳ ପୋଲିସ ତାଙ୍କୁ ଉଠାଇନେଇ ଅଟକ ରଖିଥିଲା। ଯାହାକି ଭେଟିବାକୁ ସୁଯୋଗ ଦେଇ ନ ଥିଲା। ଏହି ଗୋଟିଏ ଘଟଣା ନୁହଁ ବହୁ ବାର ପୋଲିସ ମୋନାଲିସାଙ୍କୁ ରାସ୍ତାରୁ ଉଠାଇ ନେଇ ତାଙ୍କ ଦାବିକୁ ଉପସ୍ଥାପିତ କରିବାକୁ ବିରୋଧ କରିଛି। ତେବେ ମୋନାଲିସା ଆଜି ଜିଲ୍ଲା ପ୍ରଶାସନକୁ ପତ୍ର ଜରିଆରେ ମୋଦି କାର୍ଯ୍ୟକ୍ରମରେ ସାମିଲ ହୋଇ ଗୁହାରି ଶୁଣାଇବାକୁ ଅନୁମତି ମାଗିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: