Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଜନ ସମର୍ଥନ ନୁହେଁ, ଟଙ୍କା ହିଁ ବିଜେଡିର ଶେଷ ଭରସା

Odisha

ଜନ ସମର୍ଥନ ନୁହେଁ, ଟଙ୍କା ହିଁ ବିଜେଡିର ଶେଷ ଭରସା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଜନ ସମର୍ଥନ ନୁହେଁ, ଟଙ୍କା ହିଁ ବିଜେଡିର ଶେଷ ଭରସା

ଅର୍ଗସ ବ୍ୟୁରୋ: ଜନ ସମର୍ଥନ ନୁହେଁ, ଟଙ୍କା ହିଁ ବିଜେଡିର ଶେଷ ଭରସା । ଏହା ଏବେ ଅଭିଯୋଗ ନୁହେଁ, ପ୍ରମାଣ ଆକାରରେ ସର୍ବସାଧାରଣରେ ଉପଲବ୍ଧ । ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ପରିସରରେ ଥିବା ମିଶନ ଶକ୍ତି ଭବନରୁ ଉଦ୍ଧାର ହୋଇଛି ଭୋଟରଙ୍କ ପାଇଁ ବାଣ୍ଟିବା ଉଦ୍ଦେଶ୍ୟରେ ଥିବା ବଣ୍ଡଲ ବଣ୍ଡଲ ଟଙ୍କା । ଗତକାଲି ସନ୍ଧ୍ୟା ପରେ ମିଶନ ଶକ୍ତି ସରକାରୀ କର୍ମଚାରୀ ଓ ମହିଳାମାନଙ୍କର ଯିବା ଆସିବାକୁ ଦେଖି ସନ୍ଦେହରେ ସାଧାରଣ ଲୋକ ବିରୋଧ କରିଥିଲେ । ଲୋକମାନେ ଅଟକ ରଖିବା ପରେ ପହଞ୍ଚିଥିଲା ପ୍ଲାଇଙ୍ଗ ସ୍କ୍ବାର୍ଡ ।

ମିଶନ ଶକ୍ତି ଗୃହ ସରକାରୀ ପରିସର ଠାରେ ସରକାରୀ କର୍ମଚାରୀ ଓ ମିଶନ ଶକ୍ତି ମହିଳାମାନେ ଭୋଟରଙ୍କୁ ବାଣ୍ଟିବା ପାଇଁ ଧଳା ଖାମରେ 500 ଟଙ୍କିଆ ନୋଟ୍ ପୂରାଇ ରଖିଥିଲେ । ବୁଥର ପ୍ରତି ଘରର ସଦସ୍ୟ ସଂଖ୍ୟା ଓ ସେମାନଙ୍କ ଚିରକୁଟି ହିସାବରେ ଟଙ୍କା ଧଳା ଖାମରେ ଗଣତି କରି ରଖାଯାଇଥିବା ଓ ଭୋଟର ପିଛା ହଜାରେ ଟଙ୍କା ବାଣ୍ଟୁଥିବା ସାଧାରଣ ଲୋକ ଅଭିଯୋଗ କରିଛନ୍ତି । ଏହି ଟଙ୍କା ନେଇ ଅନ୍ଧାରୀ ବିଜେ କରି ଟଙ୍କା ବାଣ୍ଟି ଭୋଟ କିଣିବା ପାଇଁ ଉଦ୍ୟମ କରିବାର ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଶହ ଶହ ସାଧାରଣ ଲୋକ ପହଞ୍ଚିବା ସହ ବିଜେପି ପ୍ରାର୍ଥୀ ଗୋବିନ୍ଦ ଦାସ ଓ ତାଙ୍କର ଅନେକ ସମର୍ଥକ ପହଁଞ୍ଚି ବିଜେଡିର ଟଙ୍କା ବଣ୍ଟା ଓ ଭୋଟ୍ କିଣାକୁ ବିରୋଧ କରିଥିଲେ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Money is the last hope of BJD | Argus News