Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମନରେଗା ଯୋଜନାରେ ମହାଘୋଟାଲା ଅଭିଯୋଗ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ମନରେଗା ଯୋଜନାରେ ମହାଘୋଟାଲା ଅଭିଯୋଗ

ଅର୍ଗସ ବ୍ୟୁରୋ:  ବାଲେଶ୍ୱର ବାଲିଆପାଳ ବ୍ଲକରେ ମଧୁପୁରା ପାୟତରେ ମନରେଗା ଯୋଜନାରେ ମହା ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି । ଏହାର ମୁଖ୍ୟ କାର୍ପୋଟଦାର ହେଉଛନ୍ତି ପଞ୍ଚାୟତର ଜିଆରଏସ ଗୌତମ କୁମାର ଜେନା। ଗତ ୨୦୨୦ ରୁ  ୨୦୨୨ ମଧ୍ୟରେ ଏହି ପଞ୍ଚାୟତ ଜି ଆର ଏସ ଦାଇତ୍ୱରେ ଥିଲେ।ଏହା ଭିତର ପାଖାପାଖି ୩ କୋଟି ଟଙ୍କାର ଦୁର୍ନିତି ହୋଇଥିବା ଅଭିଯୋଗ କରିଛନ୍ତି ପଞ୍ଚାୟତର ସମିତି ସଭ୍ୟ ସୁଶାନ୍ତ କୁମାର ସେଠୀ। ଅନେକ ପ୍ରକଳ୍ପ କାର୍ଯ୍ୟ ନକରି ଅର୍ଥ ହଡପ ହୋଇଛି। କରୋନା ସମୟରୁ ଜବକାର୍ଡରେ କାମ କରିଥିବା ଜବକାର୍ଡଧାରୀଙ୍କୁ ଏପର୍ଯ୍ୟନ୍ତ ପରିଶ୍ରମିକ ମିଳିନଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ ।

ମଧୁପୁରା ପାୟତରେ ମନରେଗା ଯୋଜନାରେ ଅନେକ ପ୍ରକାଳ୍ପ କାର୍ଯ୍ୟକାରୀ ହୋଇଥିବା ସୁଚନା ଫଳକରୁ ଦେଖିବାକୁ ମିଳୁଛି । ମାତ୍ର ବାସ୍ତବରେ କାମ ହୋଇନାହିଁ , ପାୟତର ବଡ ସିକୁଳିଆ ରାବଣପୋଡି ପଡିଆରେ ୨୦୨୧-୨୨ ଆର୍ଥିକ ବର୍ଷରେ ୯ ଲକ୍ଷ ଟଙ୍କାରେ ଗ୍ରାମୀଣ ପାର୍କ ନିର୍ମାଣର ସୁଚନା ଫଳକ ମରାଯାଇଛି । ମାତ୍ର କାମର ଚିହ୍ନ ବର୍ଣ୍ଣ ଦେଖିବାକୁ ମିଲୂନି, ସେହିପରି ୨୦୨୧-୨୨ ଆର୍ଥିକ ବର୍ଷରେ ୫ ଲକ୍ଷ ଟଙ୍କାର ଅଟକଳ ମୁଲ୍ୟରେ ଖଗଡାପାଳ ଗ୍ରାମର ନବ ବାରିକ ଘର ଠାରୁ ଗଜେନ୍ଦ୍ର ସେଠୀଙ୍କ ଘର ପର୍ଯ୍ୟନ୍ତ ଏକ ରାସ୍ତା କାମ ହୋଇଥିବା ସୁଚନା ପଲକ ମରା ଯାଇଛି ।

ମାତ୍ର ୧୦୦ ରୁ ୨୦୦ ଫୁଟ କାମ ହୋଇଥିବା ଦେଖିବାକୁ ମିଳୁଛି।ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀର ଗର୍ଭବତୀ ମହିଳା କିଶୋରୀ ବାଳିକା ମାନଙ୍କ ପାଇଁ ପ୍ରତି ଉଆଡରୁ ୧୫ ଜଣକ ନାମରେ ମୋ ଉପକାରୀ ବଗିଚା ନିର୍ମାଣ ପାଇଁ ୧୦ ହଜାର ଟଙ୍କା ଲେଖାଏଁ ଆସିଥିଲେ ମଧ୍ୟ ବଡ ସିମୁଳିଆ ଗ୍ରାମରେ କୌଣସି ଲୋକଙ୍କ ନାଁ ନଥାଇ ଜି ଆର ଏସ ତାଙ୍କ ନିଜ ପରିବାର ଲୋକଙ୍କ ନାମରେ ଅର୍ଥ ଉଠାଇଛନ୍ତି କିନ୍ତୁ ବଗିଚାର ଚିହ୍ନବର୍ଣ୍ଣ ନାହିଁ । ଏନେଇ ବାଲିଆପାଳ ବିଡିଓଙ୍କୁ ପଚାରିବାରୁ ଏହି ଅଭିଯୋଗ ମଥ୍ୟା ବୋଲି କହଛନ୍ତି,ଲୋକେ ଲିଖିତ ଅଭିଯୋଗ କରିବା ପରେ ତଦନ୍ତ କରିବେ ବୋଲି କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Sponsored
Money without work is usurpation | Argus News