Videos
|
Odisha

ଡରାଇଲାଣି ମଙ୍କି ପକ୍ସ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଡରାଇଲାଣି ମଙ୍କି ପକ୍ସ

ଅର୍ଗସ ବ୍ୟୁରୋ:  ଡରାଇଲାଣି ମଙ୍କି ପକ୍ସ । ଭାରତରେ ମଙ୍କିପକ୍ସ, ଚିହ୍ନଟ ହେଲେ ପ୍ରଥମ ସନ୍ଦିଗ୍ଧ। ଦେଶରେ ମଙ୍କିପକ୍ସ ଭୂତାଣୁର ପ୍ରଥମ ସନ୍ଦିଗ୍ଧ ଚିହ୍ନଟ ହୋଇଥିବା ଘୋଷଣା କରିଛି କେନ୍ଦ୍ର ସ୍ବାସ୍ଥ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ। ଯାହାକୁ ନେଇ ଭୟ ବଢ଼ିଛି। ନିକଟରେ ଭାରତ ଆସିଥିବା ଜଣେ ଯୁବକଙ୍କ ଠାରେ ଏହି ଭୂତାଣୁ ଚିହ୍ନଟ କରାଯାଇଛି। ମଙ୍କିପକ୍ସ ସଂକ୍ରମିତ ଦେଶରୁ ସେ ଭାରତ ଫେରିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ସମ୍ଭାବ୍ୟ ଉତ୍ସକୁ ଚିହ୍ନ କରିବା ଏବଂ ଦେଶ ଭିତରେ ଏହାର ପ୍ରଭାବ ଆକଳନ କରିବା ପାଇଁ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଓଡିଶାରେ ଏହାକୁ ନେଇ ଲୋକଙ୍କୁ ସତର୍କ କରାଯାଇଛି। 

ମଙ୍କି ପକ୍ସକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ମଙ୍କି ପକ୍ସ ମୁକାବିଲା ନେଇ ପ୍ରସ୍ତୁତ ଅଛି ସମ୍ପୂର୍ଣ୍ଣ ବିଭାଗ। ଇଣ୍ଟରନ୍ୟାସନାଲ ଟ୍ରାଭେଲ ହିଷ୍ଟ୍ରି, ପ୍ରଭାବିତ ଅଞ୍ଚଳରୁ ଯେଉଁମାନେ ବୁଲି ଆସିଛନ୍ତି ଭାରତ ସରକାରଙ୍କ ତରଫରୁ ସେମାନଙ୍କୁ ଆଇସୋଲେଟ କରି ରଖାଯାଇଛି।  ରବିବାର ଦିନ ଜଣେ ବ୍ୟକ୍ତିଙ୍କୁ ଆଇସୋଲେଟ କରି ରଖାଯାଇଛି। ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଚେକିଂ କଡା କଡ଼ି ହେଉଛି। ଭାରତରେ ଏ ଯାଏ ସେହିଭଳି କୌଣସି ରୋଗୀ ଚିହ୍ନଟ ହୋଇ ନାହାଁନ୍ତି। ଯଦି ଆଫେକ୍ଟେଡ଼ ଏରିଆରୁ କେହି ଆସନ୍ତି ତେବେ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ରୋଗୀ ଚିହ୍ନଟ କରାଯିବାର ବ୍ୟବସ୍ଥା ହୋଇଛି। ପ୍ରୋଟୋକଲ ହିସାବରେ ପରୀକ୍ଷା ନିରୀକ୍ଷା କରାଯାଉଛି । ତାହା ସହ ଆଇସୋଲେଟ କରି ରଖାଯାଇଛି। କେହି ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି ।

ମଙ୍କି ପକ୍ସକୁ ପ୍ରତିରୋଧ କରିବାକୁ ହେଲେ ଡ଼ାଇରେକ୍ଟ କଣ୍ଟାକ୍ଟକୁ ଏଡେଇବାକୁ ହେବ। ପ୍ରଭାବିତ ଅଂଚଳରୁ ଆସିଥିବା ବ୍ୟକ୍ତିଙ୍କ ନିକଟରେ ଲକ୍ଷଣ ଦେଖାଗଲେ ସେମାନଙ୍କୁ ବିମାନ ବନ୍ଦରରେ ସଂଘରୋଧ କରାଯିବ । ଏ ବାବଦରେ  WHO ରୁ ନିର୍ଦେଶନାମା ଜାରି ହୋଇଛି।  ଏହାର ଲକ୍ଷଣ ଜ୍ଵର ସହିତ  ଘିମିରିରୁ ଆରମ୍ଭ ହୋଇ ପାଣି ଫୋଟକା ପରି ଶରୀରରେ ଚିହ୍ନ  ହୋଇଥାଏ। ଆଇସୋଲେସନରେ ଥିବା ବ୍ୟକ୍ତି ଭଲ ଥିବା ସ୍ପଷ୍ଟ କରିଛନ୍ତି ଭାରତ ସରକାର। ତେବେ ସମସ୍ତଙ୍କ ମନରେ ପ୍ରଶ୍ନ ଯେ, ମଙ୍କିପକ୍ସର ଲକ୍ଷଣ କଣ ଏବଂ ଏହି ରୋଗରୁ କିଭଳି ମୁକ୍ତି ପାଇବେ। 

  • ମଙ୍କିପକ୍ସର ଲକ୍ଷଣ ?
  • ମଙ୍କିପକ୍ସ ଏକ ଭୂତାଣୁ ଜନିତ ସଂକ୍ରାମକ ରୋଗ
  • ମଙ୍କିପକ୍ସର ବିଶେଷ ଲକ୍ଷଣ ଚିକେନ ପକ୍ସ ଲକ୍ଷଣ ଭଳି ସମାନ
  • ଜ୍ୱର, ମୁଣ୍ଡବିନ୍ଧା,ମାଂସପେଶୀ ଯନ୍ତ୍ରଣା, ଥକ୍କା ଅନୁଭବ ହୁଏ
  • ସଂକ୍ରମିତ ହେଲେ ଶରୀରରେ ନାଲି ଦାଗ ଦେଖାଯାଇଥାଏ
  • ଶରୀରରେ କିଛି ସ୍ଥାନ ଫୁଲିଯିବା ସହ ଦରଜ ହୋଇଥାଏ
  • ଲକ୍ଷଣ ସବୁ ୨ରୁ ୫ ଦିନ ପର୍ଯ୍ୟନ୍ତ ଦେଖାଦେଇଥାଏ
  • ସଂକ୍ରମଣରୁ ରକ୍ଷା କିପରି ପାଇବେ?
  • ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବାରମ୍ୱାର ସାବୁନରେ ହାତ ଧୋଇବେ
  • ସଂକ୍ରମିତ ରୋଗୀ ବ୍ୟବହାର କରୁଥିବା ଜିନିଷଠାରୁ ଦୂରେଇ ରହିବେ
  • ଚର୍ମକୁ ଘୋଡାଇ ରଖିବା ସହ ପଶୁଙ୍କଠାରୁ ଦୂରେଇ ରହିବେ
  • ବିଶେଷ କରି ମୂଷା ଓ ମାଙ୍କଡଠାରୁ ଦୂରରେ ରହିବା ଆବଶ୍ୟକ

ଏହି ସମସ୍ତ ଉପାୟ ଅବଲମ୍ୱନ କରିବେ ଏବଂ ସଚେତନ ରହିଲେ ହିଁ ମଙ୍କିପକ୍ସର ନିରାକରଣ ସମ୍ଭବ। ଯେଉଁମାନେ ବି ବାହାରୁ ଆସୁଛନ୍ତି ସେମାନେ ସାଧାରଣତଃ ନିଜକୁ ଆଇସୋଲେଟ କରି ରଖିବା ଉଚିତ। ଯାହାଦ୍ୱାରା ଅନ୍ୟମାନେ ବି ସଚେତନ ରହିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ଓଡିଶା ଖବର: