Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ତାତିରୁ ମିଳିବ ତ୍ରାହି, ଖୁବଶୀଘ୍ର ଆସୁଛି ମୌସୁମୀ

Odisha

Monsoon Soon / ତାତିରୁ ମିଳିବ ତ୍ରାହି, ଖୁବଶୀଘ୍ର ଆସୁଛି ମୌସୁମୀ

Bikash Mohanty
Browse all articles by Bikash Mohanty
·2 hours ago·2 min read
ତାତିରୁ ମିଳିବ ତ୍ରାହି, ଖୁବଶୀଘ୍ର ଆସୁଛି ମୌସୁମୀ
Moonsoon

Key Points

ପୁଣି ଆଗକୁ ବଢିଲା ମୌସୁମୀ
ଆଗକୁ ବଢ଼ିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ
ଆଜି ଦକ୍ଷିଣ-ପଶ୍ଚିମ ଆରବ ସାଗରର କିଛି ଅଂଶରେ ପ୍ରବେଶ କଲା ମୌସୁମୀ
ଭୁବନେଶ୍ବର,୨୩/୦୫: ପୁଣି ଆଗକୁ ବଢିଲା ମୌସୁମୀ । ଭୀଷଣ ଗରମ ପ୍ରକୋପରୁ ମିଳିବ ଆଶ୍ଵସ୍ତି। ଜୁନ୍ ପ୍ରଥମ ସପ୍ତାହ ବେଳକୁ ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇପାରେ। ବିଶେଷ କରି ଉପକୂଳ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ଯୋଗୁ ପାଗ ବଦଳିବ ଓ ତାପମାତ୍ରା କମିବ। ଅନ୍ୟପକ୍ଷରେ ମୌସୁମୀ ଓଡ଼ିଶାକୁ ଜୁନ୍ ୧୦ ରୁ ୧୨ ତାରିଖ ସୁଦ୍ଧା ଆସିପାରେ। ଯାହାକି ସ୍ଵାଭାବିକ କିମ୍ଵା ସାମାନ୍ୟ ଆଗୁଆ ହୋଇପାରେ ବୋଲି ପାଣିପାଗ ବିଜ୍ଞାନି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।

ଆସନ୍ତା ୨୬ ତାରିଖବେଳକୁ ମୌସୁମୀ କେରଳ ଉପକୂଳ ଛୁଇଁପାରେ । ଅନ୍ୟପକ୍ଷରେ ଆସନ୍ତା ୨୪-୨୫ ତାରିଖବେଳକୁ ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହାର ଗତି ବାଂଲାଦେଶ କିମ୍ବା ମିଆଁମାର ଉପକୂଳ ଆଡ଼କୁ ରହିପାରେ । ଏହା ମୌସୁମୀ ଅଗ୍ରସର ପାଇଁ ଅନୁକୂଳ ବାତବାରଣ ସୃଷ୍ଟି କରିବ । ଏହା ପ୍ରଭାବରେ ଉତ୍ତର ପୂର୍ବ ଭାରତ ଦିଗରେ ମୌସୁମୀ ଆଗେଇ ପାରେ । ଓଡ଼ିଶାରେ ବର୍ତ୍ତମାନ ଲାଗି ରହିଥିବା ଗ୍ରୀଷ୍ମ ପ୍ରକୋପ ଜାରି ରହିବ । ୨୬ ତାରିଖ ପରେ ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା କିଛି ଆଶ୍ୱସ୍ତି ଆଣିପାରେ । ମାତ୍ର ପଶ୍ଚିମରେ ବିଶେଷ ତ୍ରାହି ମିଳିବା ସମ୍ଭାବନା କମ୍‌ । ପଶ୍ଚିମ ଓଡ଼ିଶାରେ ପ୍ରାୟତଃ ମୌସୁମୀ ଆଗମନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରକୋପ ଅଧିକ ରହିପାରେ ।

ପଢନ୍ତୁ ଏହି ଖବର: ଗ୍ରୀଷ୍ମର ଜ୍ବାଳାରେ ଜନଜୀବନ ଅସ୍ତବ୍ୟସ୍ତ, ଆସନ୍ତା ୨୫ ତାରିଖ ଯାଏଁ ଲାଗି ରହିବ ଏଭଳି ସ୍ଥିତି ,ଆଜି ପାଇଁ ୧୨ ଜିଲ୍ଲାକୁ ହିଟୱେଭ୍ ୱାର୍ଣ୍ଣିଂ

ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଜୁନ୍‌ ୧ କିମ୍ବା ୨ ତାରିଖବେଳକୁ ସୃଷ୍ଟି ହୋଇପାରେ କିମ୍ବା ମୌସୁମୀ ଟ୍ରଫ ରହିପାରେ । ଏହା ଓଡ଼ିଶାରେ ପ୍ରଭାବ ପକାଇବ । ମୌସୁମୀ ପାଇଁ ଅନୁକୂଳ ପାଗ ସୃଷ୍ଟି ହେବ । ରାଜ୍ୟରେ ପ୍ରାକ୍‌ ମୌସୁମୀ ସ୍ଥିତି ଆସିପାରେ । ଫଳରେ ଉପକୂଳରେ ତାତି କମିପାରେ । ମାତ୍ର ପଶ୍ଚିମ ଓଡ଼ିଶାରେ ମୌସୁମୀ ନ ଆସିବା ଯାଏଁ ଏଭଳି ଗରମ ସ୍ଥିତି ରହିପାରେ । ଜୁନ୍‌ ୧୦ରୁ ୧୨ ତାରିଖ ଭିତରେ ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା ରହିଛି ।

 ଏବେ ସାରା ରାଜ୍ୟରେ ନିଆଁ ବର୍ଷା, ଗ୍ରୀଷ୍ମର ଜ୍ବାଳାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆସନ୍ତା ୨୪ ଘଣ୍ଟା ପାଇଁ 12ଟି ଜିଲ୍ଲାରେ ହିଟୱେଭ୍ ଓ୍ବାର୍ଣ୍ଣି  ଜାରି ହୋଇଥିବା ବେଳେ ସମ୍ବଲପୁର, ଝାରସୁଗୁଡା, ନୟାଗଡ ଓ ବଲାଙ୍ଗୀରରେ ଅରେଞ୍ଜ ଓ ଭଦ୍ରକ ଯାଜପୁର, କେନ୍ଦ୍ରାପଡା, ଅନୁଗୋଳ,ବୌଦ୍ଧ, ସୋନପୁର, ବରଗଡ଼ ଓ ସୁନ୍ଦରଗଡକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । 24ଟି ଜିଲ୍ଲାରେ ଉଷ୍ମ ଆର୍ଦ୍ର ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ସହ ଉପକୂଳ ଓ ଆଭ୍ୟନ୍ତରୀଣ ୧୬ଟି ଜିଲ୍ଲାକୁ ବିଜୁଳି, ଘଡଘଡି, ସହ ବର୍ଷା ଓ 30ରୁ 50 କି.ମି ଝଟକା ପବନର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସମ୍ବଲପୁର ଓ ବଲାଙ୍ଗୀରକୁ ଉଷ୍ମ ରାତ୍ରି ପାଇଁ ଚେତାବନୀ ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Monsoon Soon | Relief from Heatwave: Monsoon Likely to Arrive Soon in Odisha | Argus News