Videos
|
Odisha

Weather Warning / ଗ୍ରୀଷ୍ମର ଜ୍ବାଳାରେ ଜନଜୀବନ ଅସ୍ତବ୍ୟସ୍ତ, ଆସନ୍ତା ୨୫ ତାରିଖ ଯାଏଁ ଲାଗି ରହିବ ଏଭଳି ସ୍ଥିତି ,ଆଜି ପାଇଁ ୧୨ ଜିଲ୍ଲାକୁ ହିଟୱେଭ୍ ୱାର୍ଣ୍ଣିଂ

Bikash Mohanty
Browse all articles by Bikash Mohanty
·3 months ago·2 min read
ଗ୍ରୀଷ୍ମର ଜ୍ବାଳାରେ ଜନଜୀବନ ଅସ୍ତବ୍ୟସ୍ତ, ଆସନ୍ତା ୨୫ ତାରିଖ ଯାଏଁ ଲାଗି ରହିବ ଏଭଳି ସ୍ଥିତି ,ଆଜି ପାଇଁ ୧୨ ଜିଲ୍ଲାକୁ ହିଟୱେଭ୍ ୱାର୍ଣ୍ଣିଂ
Heat wave

Key Points

ସାରା ରାଜ୍ୟରେ ନିଆଁ ବର୍ଷା
ଗ୍ରୀଷ୍ମର ଜ୍ବାଳାରେ ଜନଜୀବନ ଅସ୍ତବ୍ୟସ୍ତ 
୨୪ ଘଣ୍ଟା ପାଇଁ 12ଟି ଜିଲ୍ଲାରେ ହିଟୱେଭ୍ ଜାରି
ମାସ ଶେଷକୁ ମିଳିପାରେ ଆଶ୍ବସ୍ତି

ଭୁବନେଶ୍ବର,୨୩/୦୫: ସାରା ରାଜ୍ୟରେ ନିଆଁ ବର୍ଷା, ଗ୍ରୀଷ୍ମର ଜ୍ବାଳାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆସନ୍ତା ୨୪ ଘଣ୍ଟା ପାଇଁ 12ଟି ଜିଲ୍ଲାରେ ହିଟୱେଭ୍ ଓ୍ବାର୍ଣ୍ଣି ଜାରି ହୋଇଥିବା ବେଳେ ସମ୍ବଲପୁର, ଝାରସୁଗୁଡା, ନୟାଗଡ ଓ ବଲାଙ୍ଗୀରରେ ଅରେଞ୍ଜ ଓ ଭଦ୍ରକ ଯାଜପୁର, କେନ୍ଦ୍ରାପଡା, ଅନୁଗୋଳ,ବୌଦ୍ଧ, ସୋନପୁର, ବରଗଡ଼ ଓ ସୁନ୍ଦରଗଡକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । 24ଟି ଜିଲ୍ଲାରେ ଉଷ୍ମ ଆର୍ଦ୍ର ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ସହ ଉପକୂଳ ଓ ଆଭ୍ୟନ୍ତରୀଣ ୧୬ଟି ଜିଲ୍ଲାକୁ ବିଜୁଳି, ଘଡଘଡି, ସହ ବର୍ଷା ଓ 30ରୁ 50 କି.ମି ଝଟକା ପବନର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସମ୍ବଲପୁର ଓ ବଲାଙ୍ଗୀରକୁ ଉଷ୍ମ ରାତ୍ରି ପାଇଁ ଚେତାବନୀ ରହିଛି ।


ରାଜ୍ୟରେ ଆସନ୍ତା 5 ଦିନ ଅର୍ଥାତ 25 ତାରିଖ ଯାଏଁ ଏଭଳି ଗ୍ରୀଷ୍ମ ପ୍ରବାହ ସ୍ଥିତି ସହ 7 ଦିନ ଯାଏଁ କାଳବୈଶାଖୀର ଚେତାବନୀ ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତ 24ଘଣ୍ଟାରେ ୧୨ଟି ସ୍ଥାନରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସର୍ବାଧିକ ଝାରସୁଗୁଡ଼ାରେ ୪୫.୨ ଡିଗ୍ରୀ ରେକର୍ଡ କରାଯାଇଛି ।

ପଢନ୍ତୁ ଏହି ଖବର: ତାତିରୁ ତ୍ରାହି ନାହିଁ: ଆଜିଠୁ ଆହୁରି ବଢ଼ିବ ତାତି, ଆଗାମୀ ୫ ଦିନ ଯାଏଁ ହିଟ୍‌ୱେଭ ଆଲର୍ଟ ଜାରି

ଏପଟେ ଆଇଏମ୍‌ଡିର ବିସ୍ତାରିତ ପରିସର ଆକଳନ ଅନୁଯାୟୀ, ଆସନ୍ତା 28 ଓ 29 ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଥିବା ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ଓଡ଼ିଶା ଉପକୂଳକୁ ଏହା କେତେ ପ୍ରଭାବିତ କରିବ ? ସେନେଇ ବର୍ତ୍ତମାନ ଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଏହା ପ୍ରଭାବରେ କେରଳ ଓ ଓଡ଼ିଶା ମୌସୁମୀ ଛୁଇଁବା ପାଇଁ ସ୍ଥିତି ଅନୁକୂଳ ହେବ ବୋଲି ଆକଳନ କରାଯାଉଛି । ଏହି ଲଘୁଚାପଟି ଯଦି ସକ୍ରିୟ ହୁଏ, ତେବେ ଲଘୁଚାପ ଜନିତ ବର୍ଷା ପ୍ରଭାବରେ ମାସ ଶେଷ ଆଡ଼କୁ ଅସହ୍ୟ, ଗୁଳୁଗୁଳି ଓ ତାତିରୁ ଆଶ୍ବସ୍ତି ମିଳିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସାରାରାଜ୍ୟରେ ଆକାଶରୁ ନିଆଁ ବର୍ଷା ଭିତରେ ଯନ୍ତ୍ରଣା ବଢ଼ାଇ ଦେଇଛି ଅଘୋଷିତ ବିଦ୍ୟୁତ କାଟ । ପ୍ରଚଣ୍ଡ ତାତିରେ ଛଟପଟ ହେଉଥିବା ଲୋକେ ଧର୍ଯ୍ୟହରା ହେଲେଣି । ବଲାଙ୍ଗୀରରୁ ଭୁବନେଶ୍ୱର, କଟକରୁ ଗଞ୍ଜାମ, ସବୁଠି ସମାନ ସ୍ଥିତି । କେଉଁଠି ଘଣ୍ଟା ଘଣ୍ଟା ଲାଇନ୍ କଟୁଛି ତ କେଉଁଠି ଓଭରଲୋଡ୍ ଯୋଗୁଁ ହୁତୁହୁତୁ ହୋଇ ଜଳୁଛି ଟ୍ରାନ୍ସଫର୍ମର । ଏଭଳି ସ୍ଥିତିରେ ଉଗ୍ର ହେବାରେ ଲାଗିଛି ଅସନ୍ତୋଷ । ବିଜୁଳି ସମସ୍ୟାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଖୋଦ୍ ଉପମୁଖ୍ୟମନ୍ତ୍ରୀ । କହିଛନ୍ତି ପିକ୍ ଆୱାରରେ ଓଭରଲୋଡ୍ ଯୋଗୁଁ ହେଉଛି ପାୱାର କଟ୍ । ଆଶ୍ବାସନା ଦେଇଛନ୍ତି, ଯେତେ ଶୀଘ୍ର ସମ୍ଭବ ସମାଧାନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାର୍ଯ୍ୟ
Weather Warning | Weather Warning | Odisha Heatwave Alert Till May 25: 12 Districts Under Warning | Summer Heat News | Argus News