Monsoon Arrives / ମୌସୁମୀ ଆସି ଛୁଇଁଦେଲା, କିନ୍ତୁ ବର୍ଷା ନାହିଁ ,ମୌସୁମୀ ଉପରେ ପଡ଼ିଲା କି ଏଲ ନି ନୋ ପ୍ରଭାବ?
·2 hours ago·2 min read

Key Points
ମୌସୁମୀ ଆସି ଛୁଇଁଦେଲା, କିନ୍ତୁ ବର୍ଷା ନାହିଁ
ମୌସୁମୀ ଉପରେ ପଡ଼ିଲା କି ଏଲ ନି ନୋ ପ୍ରଭାବ?
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିଛି
କିନ୍ତୁ ଆଗକୁ ଆଗେଇ ପାରୁନି
ମାତ୍ର ଏଥର କିଛି ବ୍ୟତୀକ୍ରମ ଦେଖିବାକୁ ମିଳିଛି

ଭୁବନେଶ୍ବର,୧୪/୦୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିଛି । କିନ୍ତୁ ଆଗକୁ ଆଗେଇ ପାରୁନି। ମାତ୍ର ଏଥର କିଛି ବ୍ୟତୀକ୍ରମ ଦେଖିବାକୁ ମିଳିଛି । ମୌସୁମୀ ପ୍ରାୟତଃ ଦକ୍ଷିଣ ଓଡ଼ିଶା ଦେଇ ଓଡ଼ିଶାକୁ ପ୍ରବେଶ କରିଥାଏ । ମାତ୍ର ଚଳିତ ବର୍ଷ ଚିରାଚରିତ ବାଟ ଛାଡ଼ି ଉତ୍ତର-ପୂର୍ବ ଦେଇ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି । ତେବେ ଆଗାମୀ ୨ ଦିନ ମଧ୍ୟରେ ଓଡ଼ିଶାର ଆଉ କିଛି ଅଂଶକୁ ମୌସୁମୀ ସ୍ପର୍ଶ କରିବା ସହ ପ୍ରବଳ ବର୍ଷା ହେବ।
ସେପଟେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ,ଏ ବର୍ଷ ମୌସୁମୀ ଜଗତସିଂହପୁର ଜିଲ୍ଲାର ମାତ୍ର କିଛି ଅଞ୍ଚଳ ସହ କେନ୍ଦ୍ରାପଡ଼ା, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର କିଛି ଅଂଶକୁ ଆଚ୍ଛାଦନ କରିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମଗ୍ର ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଂଶ, ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଏବଂ ଝାଡ଼ଖଣ୍ଡର କିଛି ଅଂଶକୁ ଆଗକୁ ବଢ଼ିଛି । ବର୍ତ୍ତମାନ ଏହା ଉତ୍ତର-ପୂର୍ବ ଦେଇ ଗତି କରୁଛି ।
ଆଜି କନ୍ଧମାଳ, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ବଜ୍ରପାତ ସହ ସହ 50-60 କିମି ବେଗରେ ପବନ ବହିବ । ସେହିପରି ଅନ୍ୟ ସବୁ ଜିଲ୍ଲାରେ ହାଲୁକା ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ 40-50 କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଓ ଆସନ୍ତାକାଲି ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ଓ ଘଣ୍ଟାପ୍ରତି 50ରୁ 60 କିମି ବେଗରେ ପବନ ବହିବ । ଏହି 4 ଜିଲ୍ଲାକୁ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛି । ଅନ୍ୟସବୁ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ପ୍ରବଳ ବଜ୍ରପାତ ଓ 40ରୁ 50 କିମି ବେଗରେ ଝଡ଼ି ପବନ ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ପଢନ୍ତୁ ଏହି ଖବର: ଆସନ୍ତା ୨୪ ଘଣ୍ଟା ପାଇଁ ସାରା ଓଡ଼ିଶାରେ ବର୍ଷା ସମ୍ଭାବନା,୧୨ଟି ଜିଲ୍ଲାକୁ ବଜ୍ରପାତ ସହ ବର୍ଷା ସମ୍ଭାବନା, ଅରେଞ୍ଜ ଆଲର୍ଟ ଜାରି
କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ମୌସୁମୀ ଉପକୂଳ ଅଞ୍ଚଳରେ ଆନୁଷ୍ଠାନିକ ଭାବେ ପ୍ରବେଶ କରିଛି । ଏହା ସତ୍ତେ୍ୱ ସାରା ରାଜ୍ୟରେ ବ୍ୟାପକ ଓ ଚାଷ ପାଇଁ ଉପଯୋଗୀ ବର୍ଷା ହେବାରେ ବିଳମ୍ବ ହୋଇପାରେ । ପାଣିପାଗ ମଡେଲ୍ ଅନୁସାରେ ୧୯ରୁ ୨୧ ତାରିଖ ବେଳକୁ ବର୍ଷା ସ୍ଥିତିରେ କିଛି ପରିମାଣରେ ସୁଧାର ଆସିପାରେ । ତେବେ କୌଣସି ଲଘୁଚାପ କିମ୍ବା ଅବପାତ ସୃଷ୍ଟି ହେଉନଥିବାରୁ ଲଗାତାର ପ୍ରବଳ ବର୍ଷା ହେବନି । ମୁଖ୍ୟତଃ ହାଲୁକାରୁ ମଧ୍ୟମ ଧରଣର ବିରତିଆ ବର୍ଷା ହୋଇପାରେ । ଅଳ୍ପ କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ସାରା ରାଜ୍ୟରେ ଏକସଙ୍ଗେ ବର୍ଷା ବଦଳରେ ଧୀରେ ଧୀରେ ପର୍ଯ୍ୟାୟକ୍ରମେ ଆଗକୁ ବଢ଼ିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories