Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Weather Alert / ଆସନ୍ତା ୨୪ ଘଣ୍ଟା ପାଇଁ ସାରା ଓଡ଼ିଶାରେ ବର୍ଷା ସମ୍ଭାବନା,୧୨ଟି ଜିଲ୍ଲାକୁ ବଜ୍ରପାତ ସହ ବର୍ଷା ସମ୍ଭାବନା, ଅରେଞ୍ଜ ଆଲର୍ଟ ଜାରି

Bikash Mohanty
Browse all articles by Bikash Mohanty
·1 month ago·2 min read
ଆସନ୍ତା ୨୪ ଘଣ୍ଟା ପାଇଁ ସାରା ଓଡ଼ିଶାରେ ବର୍ଷା ସମ୍ଭାବନା,୧୨ଟି ଜିଲ୍ଲାକୁ ବଜ୍ରପାତ ସହ ବର୍ଷା ସମ୍ଭାବନା, ଅରେଞ୍ଜ ଆଲର୍ଟ ଜାରି
Rain

Key Points

ଆସନ୍ତା ୭ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ
୧୨ଟି ଜିଲ୍ଲାକୁ ବଜ୍ରପାତ ସହ ବର୍ଷା ସମ୍ଭାବନା, ଅରେଞ୍ଜ ଆଲର୍ଟ ଜାରି
ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର  ପୂର୍ବାନୁମାନ
ଭୁବନେଶ୍ବର,୧୨/୦୬: ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ଓ ବିହାର ଓ ତାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ବେଳେ ଆଉ ଏକ ଘୂର୍ଣ୍ଣିବଳୟ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଟାଟାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି । ଯାହାର ପ୍ରଭାବରେ ଆସନ୍ତା ୭ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଡ଼ହ ଡ଼ହ ଖରାରେ ପୁରା ରାଜ୍ୟ ସିଝୁଥିବା ବେଳେ ଉପକୂଳରେ ହନ୍ତସନ୍ତ କରୁଛି ଗରମ ଓ ଗୁଳୁଗୁଳି । ଆହୁରି ୨ ଦିନ ରାଜ୍ୟରେ ଗରମ ଗୁଳୁଗୁଳି ସ୍ଥିତି ରହିବା ସହ ଆସନ୍ତା ୨୪ ଘଣ୍ଟା ପାଇଁ ସାରା ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, କଟକ, ଜଗତସିଂହପୁର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ସହ ନୟାଗଡ, ଖୋର୍ଦ୍ଧା ,କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଏହି ୧୨ଟି ଜିଲ୍ଲାକୁ ବଜ୍ରପାତ ସହ ବର୍ଷା ଓ ୫୦ରୁ ୬୦ କି.ମି ଝଟକା ପବନର ସମ୍ଭାବନାକୁ ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଅବଶିଷ୍ଟ ୧୮ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଓ ୪୦ରୁ ୫୦ କିମି ଝଟକା ପବନର ସମ୍ଭାବନାକୁ ନେଇ ୟେଲୋ ଆଲର୍ଟ ଜାରି କରିଛି ବିଭାଗ।

ପଢନ୍ତୁ ଏହି ଖବର:ଆସନ୍ତା ୫ ଦିନ ଯାଏଁ ଲାଗି ରହିବ କାଳବୈଶାଖୀ, ୩ ରୁ ୪ ଦିନ ଭିତରେ ଓଡ଼ିଶା ଛୁଇଁପାରେ ମୌସୁମୀ, ପାଣିପାଗ ବିଭାଗର ପୁର୍ବାନୁମାନ

ସେହିପରି ଆସନ୍ତା ୧୫ ତାରିଖ ବେଳକୁ ପ୍ରବଳ ବର୍ଷା ସମ୍ଭାବନା ସହ ଦୁଇ ଦିନ ଉପକୂଳରେ ଗୁଳୁଗୁଳି ଲାଗି ରହିବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି । ସେପଟେ ଆସନ୍ତା ୨୪ ଘଣ୍ଟାରେ ୨ରୁ ୪ ଡିଗ୍ରୀ ତାପମାତ୍ରା ହ୍ରାସ ହେବାର ସମ୍ଭାବନା ରହିଛି ।

ଏଲ୍-ନିନୋ ଯୋଗୁ ଏଥର ମୌସୁମୀ ପ୍ରକ୍ରିୟା ପୂରା ବିଗିଡ଼ି ଯାଇପାରେ । ଅନିୟମିତ ହେବ ବର୍ଷା । କେତେବେଳେ ପ୍ରବଳ, କେତେବେଳେ ଶୁଖିଯିବ । ମଝିରେ ମଝିରେ ଗାଏବ ହୋଇଯିବ ମୌସୁମୀ । ଓଡ଼ିଶା ସମେତ ସାରା ଭାରତରେ ଏହାର ପ୍ରଭାବ ପଡ଼ିବା ଆଶଙ୍କା ରହିଛି ବୋଲି ପାଣିପାଗ ବିଶେଷଜ୍ଞଙ୍କ ଆଶଙ୍କା କରିଛନ୍ତି।
ଚଳିତବର୍ଷ ଓଡ଼ିଶାରେ ମୌସୁମୀ ବର୍ଷା ନିଅଣ୍ଟିଆ ରହିବା ଆକଳନ କରାଯାଇଥିବାବେଳେ ଜୁନ୍ ମାସରେ ବର୍ଷା ଅଭାବ ରହିପାରେ । ଜୁନ୍ ପହିଲାରୁ ଏଯାଏଁ ରାଜ୍ୟରେ ୪୨% ବର୍ଷା ନିଅଣ୍ଟିଆ ଅଛି । ହେବା କଥା ୪୧.୧ ମିଲିମିଟର, ହୋଇଛି ମାତ୍ର ୨୩.୭ ମିମି । ନୟାଗଡ଼କୁ ଛାଡ଼ିଦେଲେ ମୋଟାମୋଟି ସବୁଠି ବର୍ଷା କମ୍ ରହିଛି । ପଶ୍ଚିମ, ଉତ୍ତର, କେନ୍ଦ୍ରୀୟ ଓଡ଼ିଶା ପୂରା ଶୁଖିଲା ପଡ଼ିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Weather Update: Orange Alert Issued for 12 Districts Amid Rain and Thunderstorm Forecast | Argus News