El Nino Impact / ରାଜ୍ୟରେ ୪୪% କମ୍ ବର୍ଷା; ପଡ଼ିଲା କି ଏଲ୍-ନିନୋ ପ୍ରଭାବ ?
·2 hours ago·2 min read

Key Points
ମୌସୁମୀ ଛୁଇଁଛି, ହେଲେ ବର୍ଷାର ସମ୍ଭାବନା ଦେଖାଯାଉନି । ଏପଟେ ଗରମ, ଗୁଳୁଗୁଳି ଜାରି ରହିଛି । ସାଧାରଣ ଲୋକେ କହୁଛନ୍ତି, ଏ କି ପ୍ରକାର ବର୍ଷା ବିହୀନ ମୌସୁମୀ ?
ଭୁବନେଶ୍ଵର: ମୌସୁମୀ ଆସି ଛୁଇଁ ଦେଲା, କିନ୍ତୁ ବର୍ଷା ନାହିଁ । ବିସ୍ତୃତ ଅଞ୍ଚଳରେ ବର୍ଷାର ସମ୍ଭାବନା ବି ଦେଖାଯାଉନି । ଏପଟେ ଗରମ, ଗୁଳୁଗୁଳି ଜାରି ରହିଛି । ସାଧାରଣ ଲୋକେ କହୁଛନ୍ତି, ଏ କି ପ୍ରକାର ବର୍ଷା ବିହୀନ ମୌସୁମୀ ?
ପାଣିପାଗ ବିଶେଷଜ୍ଞଙ୍କ ମତରେ, "ଏଥର ମୌସୁମୀ ଆରମ୍ଭରୁ ଦୁର୍ବଳ ରହିଛି । ଏମିତିରେ କେବଳ ଲଘୁଚାପ ହିଁ ଭରସା । ଯଦି ଲଘୁଚାପ ହେବ, ମୌସୁମୀ ବର୍ଷା ଆଗେଇବ । ନଚେତ୍ ଏମିତି ସ୍ଥିତି ଲାଗି ରହିବ ।"
ତଥ୍ୟ ଅନୁସାରେ, ଜୁନ୍ ୧ ରୁ ଆଜି ପର୍ଯ୍ୟନ୍ତ ୪୬.୬ ମିଲିମିଟର ବର୍ଷା ହୋଇଛି । ଯେତେବେଳେ କି ସ୍ୱାଭାବିକ ଭାବେ ୮୩ ମିଲିମିଟର ବର୍ଷା ହେବା କଥା କିନ୍ତୁ ବର୍ତ୍ତମାନ ୪୪ ପ୍ରତିଶତ କମ୍ ବର୍ଷା ରାଜ୍ୟରେ ହୋଇଛି ।
ଏଥିସହ ପଢ଼ନ୍ତୁ: ବାଲେଶ୍ଵର ଦେଇ କାହିଁକି ଓଡ଼ିଶା ଛୁଇଁଲା ମୌସୁମୀ ? ଜୁନ୍ରେ ହେବ ତ ଭଲ ବର୍ଷା ?
ଭାରତୀୟ ପାଣିପାଗ ବିଭାଗ ବୁଲେଟିନ୍ ଅନୁଯାୟୀ, କେନ୍ଦ୍ରୀୟ ଏବଂ ପୂର୍ବ ପ୍ରଶାନ୍ତ ମହାସାଗରରେ ସମୁଦ୍ର ପୃଷ୍ଠର ତାପମାତ୍ରା ସାଧାରଣ ଠାରୁ ଅଧିକ ରହିଛି । ପାଣିପାଗ ବିଜ୍ଞାନୀମାନଙ୍କ କହିବା କଥା, 'ଏଲ୍-ନିନୋ' ପ୍ରଭାବ ଯୋଗୁଁ ବାୟୁମଣ୍ଡଳରେ ମଧ୍ୟ ପରିବର୍ତ୍ତନ ଦେଖାଗଲାଣି ।
ମୌସୁମୀ ମିଶନ (MMCFS)ର ପୂର୍ବାନୁମାନ ଅନୁସାରେ, ଚଳିତ ମୌସୁମୀ ଋତୁରେ ଏଲ୍-ନିନୋ ଆହୁରି ସକ୍ରିୟ ଓ ଶକ୍ତିଶାଳୀ ହେବ । ଇତିହାସ ସାକ୍ଷୀ ଅଛି, ଯେତେବେଳେ ବି ଏଲ୍-ନିନୋ ଶକ୍ତିଶାଳୀ ହୁଏ, ସେତେବେଳେ ଭାରତରେ ମୌସୁମୀ ବର୍ଷାର ପରିମାଣ ହ୍ରାସ ପାଇଥାଏ ।
ଅପରପକ୍ଷରେ ଭାରତ ମହାସାଗରରେ ବର୍ତ୍ତମାନ 'ଇଣ୍ଡିଆନ୍ ଓସେନ୍ ଡାଇପୋଲ୍' (Indian Ocean Dipole-IOD) ସ୍ଥିତି ସମ୍ପୂର୍ଣ୍ଣ ରୂପେ ନିଉଟ୍ରାଲ୍ ବା ସାଧାରଣ ରହିଛି । ଯଦି ଏହା ପୋଜିଟିଭ୍ ଥାନ୍ତା, ତେବେ ଏଲ୍-ନିନୋର ପ୍ରଭାବ କମି ଯାଇଥାନ୍ତା ।
କିନ୍ତୁ ଆଗାମୀ କିଛି ମାସ ପର୍ଯ୍ୟନ୍ତ ଏହା ନିଉଟ୍ରାଲ୍ ରହିବାକୁ ଥିବାରୁ, ଏଲ୍-ନିନୋର ଦାଉରୁ ରକ୍ଷା ପାଇବା ପାଇଁ ଭାରତ ମହାସାଗରରୁ କୌଣସି ବିଶେଷ ସହାୟତା ମିଳିବ ନାହିଁ ବୋଲି ଆକଳନ କରିଛି IMD ।
ଏଥିସହ ପଢ଼ନ୍ତୁ: ହଠାତ ୯୨ କିମି ବେଗରେ ମାଡ଼ିଆସିଲା ଧୂଳିଝଡ଼…ଅନେକ ସ୍ଥାନରେ ପ୍ରବଳ ବର୍ଷା…ଜନଜୀବନ ଅସ୍ତବ୍ୟସ୍ତ
ଓଡ଼ିଶାକୁ ନେଇ IMDର ଦୀର୍ଘକାଳୀନ ପୂର୍ବାନୁମାନ କହୁଛି ଯେ, ଏଲ୍-ନିନୋର ସକ୍ରିୟତା ଯୋଗୁଁ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ବର୍ଷାର ପରିମାଣ ସ୍ୱାଭାବିକ ଠାରୁ କମ୍ ରହିପାରେ । ଏହା ସହିତ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ତାପମାତ୍ରା ସ୍ଵାଭାବିକ ଠାରୁ ଅଧିକ ରହିବା ସହ ଗ୍ରୀଷ୍ମ ପ୍ରବାହ ବା ହିଟ୍-ୱେଭ୍ ଦିନ ସଂଖ୍ୟା ଅଧିକ ରହିପାରେ ।
ଏପଟେ ଏଲ୍-ନିନୋର ପ୍ରଭାବ ନେଇ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିଛନ୍ତି । ଓଡ଼ିଶାରେ ଏଲ୍-ନିନୋର ପ୍ରଭାବ କମ୍ ରହିବାର ସମ୍ଭାବନା ଥିଲେ ବି ସମ୍ପୂର୍ଣ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଜଳସେଚନ ପରିଚାଳନା ପାଇଁ ଟାସ୍କ ଫୋର୍ସ ଗଠନ କରିବାକୁ ପରାମର୍ଶ ଦିଆଯାଇଛି ।
ଚଳିତବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରି ସାରିଥିଲେ ମଧ୍ୟ ଚାଷୀ କୂଳ ଏବଂ ସାଧାରଣ ଜନତାଙ୍କ ପାଇଁ ଏକ ଚିନ୍ତାଜନକ ବିଷୟ ହୋଇଛି । ମୌସୁମୀ ପ୍ରବେଶ ଜନିତ ବର୍ଷା ରାଜ୍ୟର କେତେକ ସ୍ଥାନରେ ଜାରି ରହିଥିଲେ ମଧ୍ୟ ନିଅଣ୍ଟିଆ ସ୍ଥିତି ଦେଖିବାକୁ ମିଳୁଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories